ଶିମିଳିପାଳ ଅଭୟାରଣ୍ୟ:୫୧ ସ୍ଥାନରେ ଲାଗିଛି ନିଆଁ

ବାରିପଦା ଅଫିସ,୩।୪-ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ନିଆଁ ବଢିବାରେ ଲାଗିଛି। ଏକ ମାସ ଧରି ଅଭୟାରଣ୍ୟ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାରେ ବନବିଭାଗର ଉଦ୍ୟମ ଫେଲ୍‌ ମାରିଛି ା ଶୁକ୍ରବାର ୫୧ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିବା ପରେ ବନ କର୍ମଚାରୀ, ଓଡ୍ରାଫ ଟିମ୍‌ ଓ ସ୍ଥାନୀୟ ଜନସାଧାରଣ ନିଆଁ ଲିଭାଇବାରେ ଲାଗି ପଡିଛନ୍ତି। ଗୋଟିଏପଟେ ଲାଗିଥିବା ନିଆଁକୁ ଆୟତ୍ତ କରିବା ବେଳକୁ ଅନ୍ୟପଟେ ନିଆଁ ଜଳୁଥିବାରୁ କର୍ମଚାରୀମାନେ ନୟାନ୍ତ ହୋଇପଡିଲେଣି। ଆବଶ୍ୟକ କର୍ମଚାରୀ ପଦବୀ ଫାଙ୍କା ପଡିଥିବା ଯୋଗୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଶିକାରୀମାନଙ୍କ ପାଇଁ ନିଆଁ ପ୍ରଶମିତ ହେବାରେ ବିଳମ୍ବ ହେଉଛି। ଅଭୟାରଣ୍ୟରେ ଥିବା ଜୀବଜନ୍ତୁ ଓ ବୃକ୍ଷଲତା ପୋଡି ପାଉଁଶ ହୋଇଯାଉଥିବାରୁ ପରିବେଶବିତ୍‌ଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଶୁକ୍ରବାର ଅଭୟାରଣ୍ୟର ଦକ୍ଷିଣ ଡିଭିଜନର ୩୮ ଓ ଉତ୍ତର ଡିଭିଜନର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌. ଜଗଜୟାନନ୍ଦ କହିଛନ୍ତି। ଏହାକୁ ଆୟତ୍ତ କରିବା ପାଇଁ ନିୟୋଜିତ ୬ଟି ଓଡ୍ରାଫ ଟିମ୍‌ର ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ସହ ଅଗ୍ନିଶମ, ୬୦୦ ବନ କର୍ମଚାରୀ କାର୍ଯ୍ୟ କରୁଛନ୍ତି ା ଦକ୍ଷିଣରେ ଥିବା ଜେନାବିଲ, ଡୁକୁରା, ନଅଁଣା ସାଉଥ୍‌ ଓ ନର୍ଥ, ଉପରବାରାହାକୁମଡ଼ା, କେନ୍ଦୁମୁଣ୍ଡି, ପିଠାବଟା, ଚହଲା ଓ ଜାତୀୟ ଉଦ୍ୟାନ ରେଞ୍ଜର ବିଭିନ୍ନ ସେକ୍ସନର ବିଟ୍‌ରେ ଏହି ନିଆଁ ଦେଖିବାକୁ ମିଳୁଛି। ତେବେ ବୁଧବାର ୪୭, ଗୁରୁବାର ୩୭ ଓ ଶୁକ୍ରବାର ୫୧ଟି ସ୍ଥାନରେ ନିଆଁ ଜଳୁଥିବା ବେଳେ ସେଗୁଡିକୁ ଆୟତ୍ତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ ଜାରି ରହିଛି ା ତେବେ ବର୍ଷା ଅଭାବରୁ ଶୁଖିଲା ପଡିଥିବା ଜଙ୍ଗଲର କାଠପତ୍ର ଖୁବ୍‌ଶୀଘ୍ର ନିଆଁରେ ପୋଡ଼ିଯାଉଛି। ତେବେ ନିଆଁ ଲାଗିବାର କାରଣ ଖୋଜି ବାହାର କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିବେଶବିତ୍‌ମାନେ ଦାବି କରୁଛନ୍ତି। ଏକ ମାସ ଧରି ବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିବା ପରେ ମଧ୍ୟ ନିଆଁ ଲାଗିବା ବନ୍ଦ ହେଉନି। ଯଦି ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଅଭୟାରଣ୍ୟ ଜଳି ପାଉଁଶ ହୋଇଯିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri