ଦୁର୍ବୃତ୍ତଙ୍କ ଟାର୍ଗେଟରେ ପୁରୁଷୋତ୍ତମପୁର ଓକିଲ ସଂଘ କାର୍ଯ୍ୟାଳୟ: ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ଆସବାବପତ୍ର
ପୁରୁଷୋତ୍ତମପୁର,୧୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦିନକୁ ଦିନ ଲୁଟ୍ ବଢ଼ି ଚାଲିଛି। ଲୁଟେରାମାନେ ସକ୍ରିୟ ହୋଇ ଚୋରି, ଡକାୟତି ଲୁଟପାଟ କରୁଥିବା ବେଳେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି।…
ମିଳିନି ଫସଲବୀମା କ୍ଷତିପୂରଣ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଚାଷୀ
ବରଗଡ଼ ଅଫିସ,୧୦ା୮: ବରଗଡ଼ ଜିଲାରେ ବର୍ତ୍ତମାନ ଖରିଫ ଚାଷକାର୍ଯ୍ୟ ଜୋର୍ ଧରିଛି। ମାତ୍ର ଏପର୍ଯ୍ୟନ୍ତ ଜିଲାର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା, ଗାଇସିଲେଟ୍ ଏବଂ ଝାରବନ୍ଧ ବ୍ଲକର ଚାଷୀମାନେ ୨୦୧୯ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ପାଇ ପାରି ନାହାନ୍ତି ।…
ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍, ୬୪୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ବରଗଡ଼,୧୦ା୮: ବରଗଡ଼ ଜିଲାରେ ସୋମବାର ପୁଣି ୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜିଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆର ୨, ବରଗଡ଼ ପୌର ପରିଷଦ ଅଧୀନ ୭…
ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ନେବେ
କଟକ ଅଫିସ,୧୦।୮: କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ମନ୍ଦିର ଏବଂ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ସେ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏ ନେଇ ଦାୟର ମାମଲାର ଶୁଣାଣିକରି ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।…
ଝାରସୁଗୁଡାରେ ୪ ଶହ ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା
ଝାରସୁଗୁଡା ଅଫିସ,୧୦।୮: ଝାରସୁଗୁଡା ଜିଲାରୁ ସୋମବାର ୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୩୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୨ ଜଣବିଭିନ୍ନ…
କରୋନା ନେଲା ଯୁବ ଇଞ୍ଜିନିୟରଙ୍କ ଜୀବନ
ଦିଗପହଣ୍ଡି,୧୦ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହିର ଯୁବ ଇଞ୍ଜିନିୟର ୟୁ.ସତ୍ୟନାରାୟଣ ରାଓ (୩୭) କରୋନାରେ ସଂକ୍ରମିତ ହୋଇ ସୋମବାର ମୃତ୍ୟୁବରଣ କରିଛନ୍ତି। ତାଙ୍କ ବାପା ୟୁ.ଶଙ୍କର ରାଓଙ୍କ ଗତ ୧୪ ତାରିଖରେ ମୃତ୍ୟୁ ଘଟିବା ପରେ ବେଙ୍ଗାଲୁରସ୍ଥିତ ସିଏ ଟେକ୍ନୋଲୋଜିରେ…
ଧାନ ବିଲ ଭ୍ରମ ସୃଷ୍ଟି କରୁଛି ସ୍ବାସ୍ଥ୍ୟକେନ୍ଦ୍ର ଛାତ
ଖଣ୍ଡପଡା,୧୦ା୮(ସ୍ବ.ପ୍ର.): ସରକାରୀ ବାସଭବନଗୁଡ଼ିକର ମରାମତି ବାବଦରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏଠାରେ ରହୁଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଏହି ବାସଭବନଗୁଡ଼ିକର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଯାହାର ଉଦାହରଣ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ବାସଭବନ ଛାତକୁ…
ପ୍ରବାସୀ ହେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ
ଯାଜପୁର ଅଫିସ,୧୦।୮: ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥତ୍କ ସ୍ତରରେ ଉନ୍ନତି ଆଣିବା ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନ୍ଆର୍ଇଜିଏସ୍) କାର୍ଯ୍ୟକାରୀ ହୋଇଛି। ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ…
ଖତ ଖାଉଛି ଉଦ୍ଧାରକାରୀ ବୋଟ୍
ବରୀ,୧୦ା୮(ଡି.ଏନ.ଏ): ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରିବାକୁ ବ୍ୟବହୃତ ସରକାରୀ ବୋଟ୍ଗୁଡ଼ିକ ରାସ୍ତାକଡ଼ରେ ଦୀର୍ଘ ଦିନ ଧରି ଅଯତ୍ନ ଭାବେ ପଡ଼ିରହିଛି। ବରୀ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଦୁଧେଇ ନଦୀରେ ବନ୍ୟାଜଳ ପ୍ରବେଶ କରିସାରିଥିବା ବେଳେ ଏ…
ବିପଦପୂର୍ଣ୍ଣ ବ୍ରିଜ୍, ବାଜିରେ ଜୀବନ
ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍ଏଚ୍)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। କରୋନା କଟକଣା ପାଇଁ ଯଦିଓ ବର୍ତ୍ତମାନ ଏହି ରାଜପଥରେ ଗାଡ଼ି ଚଳାଚଳ ସଂଖ୍ୟା କମ୍…
ଗାଁଠାରୁ ସହରରେ ସଂକ୍ରମଣ ଅଧିକ
କଟକ ଅଫିସ,୧୦।୮: କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୫୯୬ ଜଣଙ୍କ ସ୍ବାବ୍ ପରୀକ୍ଷା କରାଯାଇଛି।…
ଗନ୍ଧମାର୍ଦ୍ଦନରେ ୪ ମାଓବାଦୀ କ୍ୟାମ୍ପ ଧ୍ୱଂସ
ବରଗଡ଼ ଅଫିସ୍,୧୦।୮: ବରଗଡ଼ ଜିଲାରେ ପୁଣି ମାଓବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଛି। ଶନିବାର ଏସ୍ଓଜି ଏବଂ ସିଆର୍ପିଏଫ୍ ଯବାନମାନେ ଜିଲାର ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା। ମାତ୍ର…
Archives


