ଦୁର୍ନୀତିରେ ବୁଡ଼ିରହିଛି ପାକ୍ସ

ଯାଜପୁର ଅଫିସ,୬।୪: ରାଜ୍ୟରେ ୨,୭୧୦ ପ୍ରାଥମିକ କୃଷି ସମବାୟ ସମିତି ବା ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) କାର୍ଯ୍ୟ କରୁଛି। ଏଥିରୁ ୧୫୬ ପାକ୍ସର ୧୬୦ ସମ୍ପାଦକ, ଭାରପ୍ରାପ୍ତ ସମ୍ପାଦକ, ପରିଚାଳନା ନିର୍ଦ୍ଦେଶକଙ୍କୁ ଆର୍ଥିକ ଅନିୟମିତତା, ଅର୍ଥ ତୋସରପାତ, ଧାନ କ୍ରୟରେ ଅନିୟମିତତା ଅଭିଯୋଗକୁ ନେଇ ନିଲମ୍ବନ କରାଯାଇଛି। ଏଥିରେ ବରଗଡ଼ ଜିଲାର ସର୍ବାଧିକ ୧୭ ଜଣ ରହିଛନ୍ତି। ଦେବଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲାରେ ଏହି ତାଲିକାରେ କେହିନାହାନ୍ତି। ନିଲମ୍ବିତ ହୋଇଥିବା ସମ୍ପାଦକଙ୍କ ମଧ୍ୟରୁ ୬ ଜଣଙ୍କୁ ଚାକିରିରୁ ବହିଷ୍କାର, ୧୯ ଜଣଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଓ ୩୨ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଦ୍ୟ ଶେଷ ହୋଇଥିବା ବିଧାନସଭାର ବଜେଟ ଅଧିବେଶନରେ ବିଧାୟକ ମୁକେଶ ମହାଲିଙ୍ଗ ଓ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। କିନ୍ତୁ ଯାଜପୁର ଜିଲା ମାର୍କଣ୍ଡପୁର ପାକ୍ସରେ ଧାନକିଣା ମହାଦୁର୍ନୀତିରେ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ନାମ ଉପରୋକ୍ତ ତାଲିକାରେ ନ ରହିବା ନେଇ କ୍ଷୋଭ ପ୍ରକାଶ ପାଇଛି।
ଚାଷୀଙ୍କ ନାମ ପଞ୍ଜୀକରଣ, ସେମାନଙ୍କଠାରୁ ଧାନ କିଣିବା, ସେମାନଙ୍କ ପାଇଁ ଋଣ ଏବଂ କୃଷି ବୀମା ଆଦି ବ୍ୟବସ୍ଥା କରିବା ପାକ୍ସର କାର୍ଯ୍ୟ। କିନ୍ତୁ ପାକ୍ସଗୁଡ଼ିକରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ ଏବଂ ଅବହେଳା ଯୋଗୁ କୃଷି ବୀମା ଓ ଋଣ ଯୋଗାଣ ଆଦିରେ ବ୍ୟାପକ ହେରଫେର ହେଉଛି। ଏହି ଦୁର୍ନୀତିରେ ପ୍ରଭାବିତ ଚାଷୀକୁଳ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ହେଁ ତଦନ୍ତ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଅଭିଯୋଗ ତୁଳନାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ଅଭାବ ଦେଖିବାକୁ ମିଳିଛି। ଦୁର୍ନୀତି ଅଭିଯୋଗ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଗଞ୍ଜାମ ଜିଲାରେ ୧୨ ଜଣ, ଗଜପତିରେ ୩, ମୟୂରଭଞ୍ଜରେ ୪, ସୁନ୍ଦରଗଡ଼ରେ ୪, ସମ୍ବଲପୁରରେ ୬, ଝାରସୁଗୁଡ଼ାରେ ୫, କେନ୍ଦୁଝରରେ ୮, ବୌଦ୍ଧରେ ୮, ଅନୁଗୋଳରେ ୨, ଖୋର୍ଦ୍ଧାରେ ୨, କଳାହାଣ୍ଡିରେ ୬, ନୂଆପଡ଼ାରେ ୩, ବଲାଙ୍ଗୀରରେ ୧୫, ସୁବର୍ଣ୍ଣପୁରରେ ୬, ଢେଙ୍କାନାଳରେ ୩, ଯାଜପୁରରେ ୨, ଜଗତ୍‌ସିଂହପୁରରେ ୭, କେନ୍ଦ୍ରାପଡ଼ାରେ ୮, ନବରଙ୍ଗପୁରରେ ୩, ମାଲକାନଗିରିରେ ୪, ପୁରୀରେ ୮, ନୟାଗଡ଼ରେ ୧୬, ବରଗଡ଼ରେ ୧୭, କଟକରେ ୧, ଭଦ୍ରକରେ ୨ ଏବଂ ବାଲେଶ୍ୱର ଜିଲାରେ ୪ କର୍ମଚାରୀ ରହିଛନ୍ତି। ଏହି ତାଲିକାକୁ ଅବଲୋକନ କଲେ ଆହୁରି ଅନେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ କଳେବଳେ କୌଶଳେ ଖସିଯାଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ମହିଶରା, ବନ୍ଦାଳୋ, ବ୍ରହ୍ମବରଦା, ରଖିଦେଇପୁର, କୋରେଇ ଆଦି ପାକ୍ସ କର୍ମଚାରୀଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି, ଯାହାର ତଦନ୍ତ ଦୀର୍ଘଦିନ ଧରି ଚାଲିଛି। ପାକ୍ସ, ଲାମ୍ପ୍‌ସ (ଲାର୍ଜ ଏରିଆ ମଲଟିପରପୋଜ କୋଅପରେଟିଭ ସୋସାଇଟି), ସମବାୟ ବ୍ୟାଙ୍କ ଇତ୍ୟାଦିରେ ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ସମ୍ପାଦକ ଓ ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବହିଷ୍କାର ଏବଂ ଆବଶ୍ୟକସ୍ଥଳେ ଗିରଫ କରାଯିବାକୁ ନେଇ ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବରରେ ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକଙ୍କୁ ଓସିଏସ୍‌ ଆଇନ-୧୯୬୨ର ଧାରା ୩୩-ଏ(ବି) ଅନୁଯାୟୀ କ୍ଷମତା ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଭାରପ୍ରାପ୍ତ ଏଆରସିଏସ୍‌ ଶରତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ମାର୍କଣ୍ଡପୁର ପାକ୍ସ ଦୁର୍ନୀତି ଅଭିଯୋଗ ମାମଲାରେ ଭାରପ୍ରାପ୍ତ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି। ତେବେ କାହିଁକି ତାଲିକାରେ ତାହା ପ୍ରକାଶ ପାଇନାହିଁ ସେ ଜାଣିନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri