ଲମ୍ବୁଛି ଚୋରା କୋଇଲା ଚେର

ଅନୁଗୋଳ ଅଫିସ, ୬ା୪ ଅନୁଗୋଳ ଜିଲାରେ ଲମ୍ବୁଛି ଚୋରା କୋଇଲା କାରବାର ଚେର। ବିଶେଷକରି ତାଳଚେର ଓ ଛେଣ୍ଡିପଦା ବ୍ଲକରେ ଥିବା ବିଭିନ୍ନ ଖଣିରୁ ଚୋରାରେ କୋଇଲା ଉତ୍ତୋଳନ କରାଯାଇ ଜିଲା ବାହାରକୁ ଚାଲାଣ କରାଯାଉଛି। ପୋଲିସ ଆଖିରୁ ଖସିବା ପାଇଁ ମାଫିଆମାନେ ଅତି ଚତୁରତାର ସହ ନକଲି ଚାଲାଣ କାଟି ବିଭିନ୍ନ ରାସ୍ତାରେ ଟ୍ରକ୍‌, ଟିପ୍ପର, ଟାଟା ଏସିଇରେ ଏହାକୁ ପରିବହନ କରୁଛନ୍ତି। କେତେବେଳେ କେମିତି ପୋଲିସ, ସ୍ପେଶାଲ ସ୍କ୍ବାଡ୍‌ କେତେଜଣଙ୍କୁ ଧରୁଥିବା ବେଳେ ବହୁ ମାଫିଆ ଖସିଯିବାରେ ସକ୍ଷମ ହେଉଛନ୍ତି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲାରୁ ଚୋରା କୋଇଲା ବୌଦ୍ଧ, ଦେବଗଡ଼, ସମ୍ବଲପୁର, କଟକ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଜଗତସିଂହପୁର ଆଦି ଜିଲାକୁ ଚାଲାଣ କରାଯାଉଛି। ତାଳଚେରରେ ଥିବା କେତୋଟି ଖଣିରୁ ଚୋରାରେ କୋଇଲା ନିଆଯାଉଥିବା ବେଳେ ଅନ୍ୟତମ ଶିଳ୍ପାଞ୍ଚଳ ଛେଣ୍ଡିପଦାରେ ହାତ ପାହାନ୍ତାରେ କୋଇଲା ମାଫିଆମାନଙ୍କୁ ମିଳିଯାଉଛି। ଲୋକଙ୍କ ବାଡ଼ି ଓ ଜମିରେ ବଡ଼ ବଡ଼ ଖାତ ଓ ସୁଡ଼ଙ୍ଗ କରାଯାଇ ଚୋରାରେ କୋଇଲା ବାହାର କରାଯାଉଛି। ଏସବୁକୁ ବିଭିନ୍ନ ଗାଡ଼ିରେ ଲଦି ନକଲି ଚାଲାଣ କଟାଯାଇ ଜିଲା ବାହାରକୁ ପଠାଯାଇଛି। ବଅଁରପାଳ ଅଞ୍ଚଳ ଦେଇ କିଛି ଚୋରା କୋଇଲା ଗାଡ଼ି ଢେଙ୍କାନାଳ, କଟକ ଓ ଜଗତସିଂହପୁର ଯାଉଛି। ତାଳଚେର ବହ୍ଲର ଛକରୁ ତିତିରି ଓ ପରଜଙ୍ଗ ଦେଇ ଯାଜପୁର, କେନ୍ଦୁଝରକୁ ଚାଲାଣ କରାଯାଉଛି। ସେହିପରି ରେଢ଼ାଖୋଲ କିଆକଟା ଦେଇ ବୌଦ୍ଧ ଯାଉଛି। ପାଲଲହଡ଼ା ଦେଇ କେତୋଟି ଚୋରା ଗାଡ଼ି ସୁନ୍ଦରଗଡ଼ ଜିଲାକୁ ଯାଉଛି। ଅତୀତରେ ଏସବୁ ରାସ୍ତାରୁ ଅନୁଗୋଳ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଏକାଧିକ ଚୋରା କୋଇଲା ଗାଡ଼ି ଜବତ କରିଛି।
ଗତ ୪ ତାରିଖ ବିଳମ୍ବିତ ରାତିରେ କଲିୟାରୀ ଥାନା ସେଣ୍ଟ୍ରାଲ କଲୋନୀ ଅଞ୍ଚଳରୁ ଏକ ୧୦ ଚକିଆ ଚୋରା କୋଇଲା ବୋଝେଇ ଗାଡ଼ି ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ତାଳଚେର ବାଘୁଆକୋଲ ଅଞ୍ଚଳରୁ ଚୋରା କୋଇଲା ବୋଝେଇ ଏକ ୧୪ ଚିକିଆ ଟ୍ରକ୍‌କୁ ଜବତ କରାଯାଇଛି। ୩ ତାରିଖ ରାତିରେ ହଣ୍ଡପା ଥାନା ଅଞ୍ଚଳରୁ ଦୁଇଟି ଚୋରା କୋଇଲା ଗାଡ଼ିକୁ ଧରି ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ ଏସ୍‌ଆଇ ଦୀନକୃଷ୍ଣ ମିଶ୍ର ଥାନାକୁ ହସ୍ତାନ୍ତର କରିଛନ୍ତି। ଏଥିରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ମାର୍ଚ୍ଚ ୨୮ ତାରିଖ ଭୋର ସମୟରେ କଲିୟାରୀ ଥାନା ହାଣ୍ଡିଧୂଆ ଅଞ୍ଚଳରୁ ଏକ ୧୪ ଚକିଆ ଟ୍ରକ୍‌ ସହ ଏକ ପିକ୍‌ଅପ୍‌କୁ ସ୍ପେଶାଲ ସ୍କ୍ବାଡ୍‌ ଜବତ କରିଥିଲା। ଏହି ଘଟଣାରେ ୬ ଜଣ କୋଇଲା ମାଫିଆଙ୍କୁ ସ୍ପୋଶାଲ ସ୍କ୍ବାଡ୍‌ ଉଠାଇ ନେଇଥିଲା। ଜିଲା ବାହାର ବିଭିନ୍ନ ଇଟା ଫ୍ୟାକ୍ଟ୍ରି ଓ ଢାବାକୁ ଏସବୁ ଚୋରା କୋଇଲା ଚାଲାଣ କରାଯାଉଥିବା ପଚରାଉଚରା ବେଳେ ମାଫିଆମାନେ ପୋଲିସକୁ ସୂଚନା ଦେଇଛନ୍ତି। ନକଲି ଚାଲାଣ ପାଇଁ କୌଣସି ଏକ କମ୍ପାନୀର ଷ୍ଟାମ୍ପ ପ୍ୟାଡ୍‌ ବା ଲୋଗୋ ବ୍ୟବହାର କରି ଏମାନେ କୋଟି କୋଟି ଟଙ୍କାର ଲାଭ ଉଠାଉଥିବା ସୂଚନା ମିଳିଛି।

ଚଢ଼ାଉ ଜାରି ରହିଛି
ଅନୁଗୋଳ ଜିଲାରେ କିଭଳି କୋଇଲା ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହେବ ସେ ଦିଗରେ କାର୍ଯ୍ୟ ଜାରି ରହିଛି। ନିୟମିତ ଚଢ଼ାଉ ଯୋଗୁ ଏହି କାରବାର ହ୍ରାସ ପାଇଛି। ଏପରି ବେଆଇନ କାର୍ଯ୍ୟ କରୁଥିବା ଲୋକଙ୍କୁ ଗିରଫ କରାଯିବା ସହ ଗାଡ଼ି ସିଜ୍‌ କରାଯାଉଛି। ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖାତ ଠାବ କରାଯାଇ ପୋତାଯାଉଛି।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି
ଇଟାଭାଟିରେ ବ୍ୟବହାର ହେଉଛି
ଅନୁଗୋଳ ଜିଲାରୁ ଚୋରା କୋଇଲା ବିଭିନ୍ନ ସ୍ଥାନକୁ ପଠାଯାଉଛି। ବିଶେଷକରି ଇଟାଭାଟି ଗୁଡ଼ିକରେ ଏହାର ବ୍ୟବହାର ବଢ଼ୁଛି। ବଜାର ମୂଲ୍ୟ ଅପେକ୍ଷା ଚୋରା କୋଇଲା ଶସ୍ତାରେ ମିଳୁଥିବାରୁ ବେଆଇନ ଭାଟି ମାଲିକମାନେ ଏପରି କାରବାରକୁ ପ୍ରୋତ୍ସାହନ ଦେଉଛନ୍ତି। ସେମାନେ ଅଧିକ କୋଇଲା କିଣୁଥିବାରୁ କୋଇଲା ଚୋରି ବଢ଼ିବାରେ ଲାଗିଛି।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ବଇଣ୍ଡା
ପ୍ରଶାସନ ଅଧିକ ତତ୍ପର ହେଉ
ପୂର୍ବରୁ ତାଳଚେର ଖଣି ଅଞ୍ଚଳରୁ ଅଧିକ ପରିମାଣର ଚୋରା କୋଇଲା ବାହାରକୁ ପଠାଯାଉଥିଲା। ପୋଲିସ ଓ ପ୍ରଶାସନ ଏହା ଉପରେ କଡ଼ା ନଜର ରଖିବା ପରେ ଏବେ ଛେଣ୍ଡିପଦା ଶିଳ୍ପାଞ୍ଚଳରୁ କୋଇଲା ଚୋରି ବଢ଼ୁଛି। ତେଣୁ ଏ ନେଇ ପ୍ରଶାସନ ଅଧିକ ତତ୍ପର ହେବା ସହ ଏହି ବେଆଇନ କାରବାର ରୋକିବା ଦରକାର।
-ସୀତାରାମ ସାହୁ, ସାମାଜିକ କର୍ମୀ
ବଳିଷ୍ଠ ପଦକ୍ଷେପ ନିଆଯାଉନି
ତାଳଚେରଠାରେ ଖଣି ବିଭାଗର ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ରହିଛି। କିନ୍ତୁ କୋଇଲା ଚୋରି ରୋକିବା ପାଇଁ ସେପରି ବଳିଷ୍ଠ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏହି ଜାତୀୟ ସମ୍ପତ୍ତି ଲୁଟ୍‌ ହେବାରେ ଲାଗିଛି। ଛେଣ୍ଡିପଦା ଅଞ୍ଚଳରୁ ଚୋରା କୋଇଲା ଖଣି ଓ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଅଧିକ ଦୃଷ୍ଟି ଦିଆଯାଉ।
-ନଗେନ ନନ୍ଦ, ବାର ଆସୋସିଏଶନ ସଭାପତି, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?