ଲମ୍ବୁଛି ଚୋରା କୋଇଲା ଚେର

ଅନୁଗୋଳ ଅଫିସ, ୬ା୪ ଅନୁଗୋଳ ଜିଲାରେ ଲମ୍ବୁଛି ଚୋରା କୋଇଲା କାରବାର ଚେର। ବିଶେଷକରି ତାଳଚେର ଓ ଛେଣ୍ଡିପଦା ବ୍ଲକରେ ଥିବା ବିଭିନ୍ନ ଖଣିରୁ ଚୋରାରେ କୋଇଲା ଉତ୍ତୋଳନ କରାଯାଇ ଜିଲା ବାହାରକୁ ଚାଲାଣ କରାଯାଉଛି। ପୋଲିସ ଆଖିରୁ ଖସିବା ପାଇଁ ମାଫିଆମାନେ ଅତି ଚତୁରତାର ସହ ନକଲି ଚାଲାଣ କାଟି ବିଭିନ୍ନ ରାସ୍ତାରେ ଟ୍ରକ୍‌, ଟିପ୍ପର, ଟାଟା ଏସିଇରେ ଏହାକୁ ପରିବହନ କରୁଛନ୍ତି। କେତେବେଳେ କେମିତି ପୋଲିସ, ସ୍ପେଶାଲ ସ୍କ୍ବାଡ୍‌ କେତେଜଣଙ୍କୁ ଧରୁଥିବା ବେଳେ ବହୁ ମାଫିଆ ଖସିଯିବାରେ ସକ୍ଷମ ହେଉଛନ୍ତି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲାରୁ ଚୋରା କୋଇଲା ବୌଦ୍ଧ, ଦେବଗଡ଼, ସମ୍ବଲପୁର, କଟକ, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଜଗତସିଂହପୁର ଆଦି ଜିଲାକୁ ଚାଲାଣ କରାଯାଉଛି। ତାଳଚେରରେ ଥିବା କେତୋଟି ଖଣିରୁ ଚୋରାରେ କୋଇଲା ନିଆଯାଉଥିବା ବେଳେ ଅନ୍ୟତମ ଶିଳ୍ପାଞ୍ଚଳ ଛେଣ୍ଡିପଦାରେ ହାତ ପାହାନ୍ତାରେ କୋଇଲା ମାଫିଆମାନଙ୍କୁ ମିଳିଯାଉଛି। ଲୋକଙ୍କ ବାଡ଼ି ଓ ଜମିରେ ବଡ଼ ବଡ଼ ଖାତ ଓ ସୁଡ଼ଙ୍ଗ କରାଯାଇ ଚୋରାରେ କୋଇଲା ବାହାର କରାଯାଉଛି। ଏସବୁକୁ ବିଭିନ୍ନ ଗାଡ଼ିରେ ଲଦି ନକଲି ଚାଲାଣ କଟାଯାଇ ଜିଲା ବାହାରକୁ ପଠାଯାଇଛି। ବଅଁରପାଳ ଅଞ୍ଚଳ ଦେଇ କିଛି ଚୋରା କୋଇଲା ଗାଡ଼ି ଢେଙ୍କାନାଳ, କଟକ ଓ ଜଗତସିଂହପୁର ଯାଉଛି। ତାଳଚେର ବହ୍ଲର ଛକରୁ ତିତିରି ଓ ପରଜଙ୍ଗ ଦେଇ ଯାଜପୁର, କେନ୍ଦୁଝରକୁ ଚାଲାଣ କରାଯାଉଛି। ସେହିପରି ରେଢ଼ାଖୋଲ କିଆକଟା ଦେଇ ବୌଦ୍ଧ ଯାଉଛି। ପାଲଲହଡ଼ା ଦେଇ କେତୋଟି ଚୋରା ଗାଡ଼ି ସୁନ୍ଦରଗଡ଼ ଜିଲାକୁ ଯାଉଛି। ଅତୀତରେ ଏସବୁ ରାସ୍ତାରୁ ଅନୁଗୋଳ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଏକାଧିକ ଚୋରା କୋଇଲା ଗାଡ଼ି ଜବତ କରିଛି।
ଗତ ୪ ତାରିଖ ବିଳମ୍ବିତ ରାତିରେ କଲିୟାରୀ ଥାନା ସେଣ୍ଟ୍ରାଲ କଲୋନୀ ଅଞ୍ଚଳରୁ ଏକ ୧୦ ଚକିଆ ଚୋରା କୋଇଲା ବୋଝେଇ ଗାଡ଼ି ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ତାଳଚେର ବାଘୁଆକୋଲ ଅଞ୍ଚଳରୁ ଚୋରା କୋଇଲା ବୋଝେଇ ଏକ ୧୪ ଚିକିଆ ଟ୍ରକ୍‌କୁ ଜବତ କରାଯାଇଛି। ୩ ତାରିଖ ରାତିରେ ହଣ୍ଡପା ଥାନା ଅଞ୍ଚଳରୁ ଦୁଇଟି ଚୋରା କୋଇଲା ଗାଡ଼ିକୁ ଧରି ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ ଏସ୍‌ଆଇ ଦୀନକୃଷ୍ଣ ମିଶ୍ର ଥାନାକୁ ହସ୍ତାନ୍ତର କରିଛନ୍ତି। ଏଥିରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ମାର୍ଚ୍ଚ ୨୮ ତାରିଖ ଭୋର ସମୟରେ କଲିୟାରୀ ଥାନା ହାଣ୍ଡିଧୂଆ ଅଞ୍ଚଳରୁ ଏକ ୧୪ ଚକିଆ ଟ୍ରକ୍‌ ସହ ଏକ ପିକ୍‌ଅପ୍‌କୁ ସ୍ପେଶାଲ ସ୍କ୍ବାଡ୍‌ ଜବତ କରିଥିଲା। ଏହି ଘଟଣାରେ ୬ ଜଣ କୋଇଲା ମାଫିଆଙ୍କୁ ସ୍ପୋଶାଲ ସ୍କ୍ବାଡ୍‌ ଉଠାଇ ନେଇଥିଲା। ଜିଲା ବାହାର ବିଭିନ୍ନ ଇଟା ଫ୍ୟାକ୍ଟ୍ରି ଓ ଢାବାକୁ ଏସବୁ ଚୋରା କୋଇଲା ଚାଲାଣ କରାଯାଉଥିବା ପଚରାଉଚରା ବେଳେ ମାଫିଆମାନେ ପୋଲିସକୁ ସୂଚନା ଦେଇଛନ୍ତି। ନକଲି ଚାଲାଣ ପାଇଁ କୌଣସି ଏକ କମ୍ପାନୀର ଷ୍ଟାମ୍ପ ପ୍ୟାଡ୍‌ ବା ଲୋଗୋ ବ୍ୟବହାର କରି ଏମାନେ କୋଟି କୋଟି ଟଙ୍କାର ଲାଭ ଉଠାଉଥିବା ସୂଚନା ମିଳିଛି।

ଚଢ଼ାଉ ଜାରି ରହିଛି
ଅନୁଗୋଳ ଜିଲାରେ କିଭଳି କୋଇଲା ଚୋରା ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହେବ ସେ ଦିଗରେ କାର୍ଯ୍ୟ ଜାରି ରହିଛି। ନିୟମିତ ଚଢ଼ାଉ ଯୋଗୁ ଏହି କାରବାର ହ୍ରାସ ପାଇଛି। ଏପରି ବେଆଇନ କାର୍ଯ୍ୟ କରୁଥିବା ଲୋକଙ୍କୁ ଗିରଫ କରାଯିବା ସହ ଗାଡ଼ି ସିଜ୍‌ କରାଯାଉଛି। ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖାତ ଠାବ କରାଯାଇ ପୋତାଯାଉଛି।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି
ଇଟାଭାଟିରେ ବ୍ୟବହାର ହେଉଛି
ଅନୁଗୋଳ ଜିଲାରୁ ଚୋରା କୋଇଲା ବିଭିନ୍ନ ସ୍ଥାନକୁ ପଠାଯାଉଛି। ବିଶେଷକରି ଇଟାଭାଟି ଗୁଡ଼ିକରେ ଏହାର ବ୍ୟବହାର ବଢ଼ୁଛି। ବଜାର ମୂଲ୍ୟ ଅପେକ୍ଷା ଚୋରା କୋଇଲା ଶସ୍ତାରେ ମିଳୁଥିବାରୁ ବେଆଇନ ଭାଟି ମାଲିକମାନେ ଏପରି କାରବାରକୁ ପ୍ରୋତ୍ସାହନ ଦେଉଛନ୍ତି। ସେମାନେ ଅଧିକ କୋଇଲା କିଣୁଥିବାରୁ କୋଇଲା ଚୋରି ବଢ଼ିବାରେ ଲାଗିଛି।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ବଇଣ୍ଡା
ପ୍ରଶାସନ ଅଧିକ ତତ୍ପର ହେଉ
ପୂର୍ବରୁ ତାଳଚେର ଖଣି ଅଞ୍ଚଳରୁ ଅଧିକ ପରିମାଣର ଚୋରା କୋଇଲା ବାହାରକୁ ପଠାଯାଉଥିଲା। ପୋଲିସ ଓ ପ୍ରଶାସନ ଏହା ଉପରେ କଡ଼ା ନଜର ରଖିବା ପରେ ଏବେ ଛେଣ୍ଡିପଦା ଶିଳ୍ପାଞ୍ଚଳରୁ କୋଇଲା ଚୋରି ବଢ଼ୁଛି। ତେଣୁ ଏ ନେଇ ପ୍ରଶାସନ ଅଧିକ ତତ୍ପର ହେବା ସହ ଏହି ବେଆଇନ କାରବାର ରୋକିବା ଦରକାର।
-ସୀତାରାମ ସାହୁ, ସାମାଜିକ କର୍ମୀ
ବଳିଷ୍ଠ ପଦକ୍ଷେପ ନିଆଯାଉନି
ତାଳଚେରଠାରେ ଖଣି ବିଭାଗର ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ରହିଛି। କିନ୍ତୁ କୋଇଲା ଚୋରି ରୋକିବା ପାଇଁ ସେପରି ବଳିଷ୍ଠ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏହି ଜାତୀୟ ସମ୍ପତ୍ତି ଲୁଟ୍‌ ହେବାରେ ଲାଗିଛି। ଛେଣ୍ଡିପଦା ଅଞ୍ଚଳରୁ ଚୋରା କୋଇଲା ଖଣି ଓ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଅଧିକ ଦୃଷ୍ଟି ଦିଆଯାଉ।
-ନଗେନ ନନ୍ଦ, ବାର ଆସୋସିଏଶନ ସଭାପତି, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri