ଆମ ଜିଲା ଖବର

ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ

ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଉଛି। ପ୍ରଶାସନ ପକ୍ଷରୁ ଭବାନୀପାଟଣାର ସାପ୍ତାହିକ…

ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ, ୨ ଅଟକ

ଭୁବନେଶ୍ୱର, ୫।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ପିପିଲି ତରାକାଜ ଛକରୁ ପଲସରରେ ଯାଉଥିବା ୨ ବାଇକ ଆରୋହୀଙ୍କ ଠାରୁ ପୋଲିସ ୫୦ ଲକ୍ଷ ଟଙ୍କା ଜବତ କରିଛି ।…

ପୋଲିସ, କଏଦୀ ପୋଷାକରେ ଦଣ୍ଡୁଆଙ୍କୁ ସଚେତନ

ସୋରଡ଼ା,୫।୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ସୋରଡ଼ା ବଡଦଣ୍ଡପୁଞ୍ଜାରେ ଦଣ୍ଡୁଆମାନଙ୍କୁ କରୋନା ନେଇ ସଚେତନତା କରାଯାଇଛି। ପୋଲିସ ଓ କଏଦୀ ପୋଷାକରେ ଦୁଇ ଯୁବ କଳାକାର ସଚେତନ କରୁଛନ୍ତି । ପ୍ରତ୍ୟେକ ଦଣ୍ଡୁଆ ଯେପରି ସାମାଜିକ ଦୂରତା ରକ୍ଷା, ମାସ୍କ ବ୍ୟବହାର କରିବେ ସେ…

ତାରାତାରିଣୀ ଯାତ୍ରାରେ ଦର୍ଶନକୁ ଅନୁମତି: ଭୋଜିଭାତ, ମୁଣ୍ଡନ ବନ୍ଦ

ଛତ୍ରପୁର,୫।୪(ଡି.ଏନ୍‌.ଏ.): ଗଞ୍ଜାମର ଆରାଧ୍ୟା ଦେବୀ ଜଗତ୍‌ଜନନୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ ନେଇ କଟକଣା ଜାରି ହୋଇଛି। ଏହି ଦିନରେ ଦର୍ଶନଭିଳାଷୀ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମନ୍ଦିର ପରିସର ଓ ଏହାର ଆଖପାଖରେ କୌଣସି ପ୍ରକାର ଭୋଜିଭାତ…

ଗଞ୍ଜାମ ସହରରୁ ୩ କରୋନା ପଜିଟିଭ ଚିହ୍ନଟ: ସୂଚନା ଦେଲେ ଜିଲାପାଳ

ଗଞ୍ଜାମ,୫।୪(ଡି.ଏନ୍‌.ଏ.): ଗତ କିଛି ମାସ ବ୍ୟବଧାନ ପରେ ଗଞ୍ଜାମ ସହରରେ ପୁଣି ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି l ଏହି ସହରରେ ୩ଜଣ କରୋନା ଆକ୍ରାନ୍ତ ହୋଇଥିବା ଖୋଦ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ସୂଚନା ଦେଇଛନ୍ତି l…

ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଦାବିରେ କେନ୍ଦୁଝର ଚାଲ ଅଭିଯାନ

କେନ୍ଦୁଝର, ୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଦାବିରେ ସୋମବାର ‘କେନ୍ଦୁଝର ଚାଲ’ ଡାକରା ଦିଆଯାଇଛି। ଏହି ଅବସରରେ ବିଭିନ୍ନ ଦଳ, ସଙ୍ଗଠନ, ଯୁବ ଗୋଷ୍ଠୀଙ୍କ ପକ୍ଷରୁ ବହୁ ସଂଖ୍ୟାରେ ପ୍ଲାକାର୍ଡ ଓ ବ୍ୟାନର ଧରି ଏକ ବିଶାଳ ରାଲି…

ପାଣି ପାଇଁ ହାଣ୍ଡି, ମାଠିଆଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଚିତ୍ରକୋଣ୍ଡା, ୫।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ଶତାଧିକ ଗ୍ରାମବାସୀ ପାଣି ସମସ୍ୟା ନେଇ ସୋମବାର ଚିତ୍ରକୋଣ୍ଡା ବ୍ଲକ ଆଗରେ ଧାରଣା ଦେଇଥିଲେ। ୭୫ ପରିବାରର ଶତାଧିକ ମହିଳା ଓ ପୁରୁଷ ହାତରେ ହାଣ୍ଡି,…

ଅଚଳ ହୋଇପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ବେଗୁନିଆ,୫।୪(ଡି.ଏନ୍‌.ଏ.): ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ଶୁଦ୍ଧ ପାନୀୟ ପାଇଁ ସ୍ଥାନୀୟ ଗ୍ରାମବାସୀ ନାହିଁ ନ…

ଏଥର ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ: ଗଞ୍ଜାମ ଜିଲାପାଳ

ଗଞ୍ଜାମ, ୫।୪(ଡି.ଏନ୍‌.ଏ): କରୋନା ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମ୍ନାକୁ ଆସୁଛି…

ପାଣି ପାଇଁ ରାଜପଥରେ ହାତୀପଲ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୪(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ ଜାତୀୟ ରାଜପଥ କଡ଼ରେ ହାତୀପଲ ଦେଖିବାକୁ ମିଳିଛି ା ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି ା ପ୍ରକାଶଯେ, ଦାରିଙ୍ଗବାଡ଼ି ଠାରୁ ପ୍ରାୟ ୧୦ କି.ମି. ଦୂର ପରେ…

୧୨ବର୍ଷରେ ୨୦ ଜୀବନ ନେଲାଣି ହାତୀ

ଖୋର୍ଦ୍ଧା ଅଫିସ,୫।୪: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଖାଦ୍ୟ ଲାଲସାରେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ଦୀର୍ଘ ମାସ ଧରି ହାତୀଙ୍କ ଉପଦ୍ରବ ଯୋଗୁ ଗ୍ରାମବାସୀଙ୍କ ଜୀନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର…

କୋଟିଆର ତିନି ଗ୍ରାମରେ ଆନ୍ଧ୍ର କରିବ ଜିଲା ପରିଷଦ ନିର୍ବାଚନ

ପଟ୍ଟାଙ୍ଗୀ,୫।୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତିନି ଗ୍ରାମ ତଳ ଗଞ୍ଜେଇ ପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଗତ ଫେବୃୟାରୀ୧୩ରେ କରିଥିଲା। ଏହାକୁ ନେଇ ଏବେବି ବାଦ ବିବାଦ ଲାଗିରହିଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?