ପରୀ ହତ୍ୟା ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ନୟାଗଡ଼(ଅଫିସ୍‌)/ନୂଆଦିଲ୍ଲୀ, ୬।୪: ନୟାଗଡ଼ର ୫ବର୍ଷୀୟା ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଶୁଣାଣି ଆସନ୍ତା ୧୯ରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀର ମା’ ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିସାରିଥିବାବେଳେ ସିବିଆଇ ମଧ୍ୟ ଖୁବ୍‌ ଶୀଘ୍ର ଜବାବ ଦାଖଲ କରିବ। ଭିଡିଓ କନ୍‌ଫରେନ୍ସରେ ସୁପ୍ରିମ୍‌କୋର୍ଟ ରେଜିଷ୍ଟ୍ରାର ରାଜେଶ କୁମାର ଗୋଏଲ ସୋମବାର ଉକ୍ତ ମାମଲାର ଶୁଣାଣି କରି ଆସନ୍ତା ଶୁଣାଣି ବିଚାରପତି ଏମ୍‌.ଏମ୍‌. ଖାନ୍‌ଓ୍ବିଲ୍‌କରଙ୍କ ଖଣ୍ଡପୀଠରେ କରିବାକୁ ତାଲିକାଭୁକ୍ତ ନିମନ୍ତେ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ସ୍ବସ୍ତିକ ଦଳେଇ ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ମାମଲାଟି ଏକ ୫ବର୍ଷୀୟା ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା କରାଯାଇଥିବା ସମ୍ପର୍କିତ। ଏପରି କି ତା’ର ଶରୀରର ବିଭିନ୍ନ ଅଙ୍ଗ ଚାଲାଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ମାମଲାର ଏସ୍‌ଆଇଟି ତଦନ୍ତ କରୁଥିବାବେଳେ ହାଇକୋର୍ଟ ଏହାକୁ ମନିଟରିଂ କରୁଛନ୍ତି ବୋଲି ପୂର୍ବରୁ ଓଡ଼ିଶା ପୋଲିସ ଏହି ମାମଲାରେ ଏକ ସତ୍ୟପାଠ ଦାଖଲ କରିଥିଲା। ସୂଚନାଯୋଗ୍ୟ, ନୟାଗଡ଼ ଯଦୁପୁର ଗ୍ରାମର ପରୀ ଗତ ଜୁଲାଇ ୧୪ରେ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ। ଏହାର ୧୦ଦିନ ପରେ ତା’ର ମୃତଦେହ ଏକ ଅଖାବସ୍ତା ମଧ୍ୟରେ ଘର ପଛପଟେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଏସ୍‌ଆଇଟି ସ୍ଥାନୀୟ ଜଣେ ନାବାଳକଙ୍କୁ ଗିରଫ କରି ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପରୀର ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଆବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗିରଫ

ସୋନପୁର,୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ପୋଲିସ ଓ...

ଗଛରୁ ପଡ଼ି ଛାତ୍ର ଗୁରୁତର : ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ ଶରତ ଥାନା କେଶପଡ଼ା ଜୁରିଆ ସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ମଙ୍ଗଳବାର ଗଛରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି ା...

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଡେରାବିଶ,୧୦।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଧୀନ ବଳଭଦ୍ରପୁରପାଟରେ ସୋମବାର ସକାଳେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ...

ବୁଗୁଡ଼ା ସହରରେ ବଢୁଛି ବେପରୁଆ ଗାଡ଼ି ଚାଳନା

ବୁଗୁଡ଼ା,୧୫ା୩(ଡି.ଏନ.ଏ.): ବୁଗୁଡ଼ା ଅଞ୍ଚଳରେ ଦିନକୁଦିନ ଜନବସତି ବୃଦ୍ଧି ହେବାରେ ଲାଗିଛି। ଏହି ଅନୁପାତରେ ଯାନବାହନ ମଧ୍ୟ ବୃଦ୍ଧି ପାଇଛି। ବହୁ ସମୟରେ ବେପରୁଆ ଗାଡ଼ି ଚାଳନା...

ବୋରିଗୁମ୍ମା ବ୍ଳକରେ ବଢୁଛି ନବଜାତ ଶିଶୁ ମୃତ୍ୟୁ

ବୋରିଗୁମା,୧୫ା୧୨(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମାତୃ ଏବଂ ନବଜାତ ଜନ୍ମିତ ଶିଶୁ ଉପଯୁକ୍ତ...

୨୦ରୁ ଅଧିକ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ପୋତାଗଲା

ମହାକାଳପଡ଼ା,୯ା୧(ଡି.ଏନ.ଏ.): ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମାଦଳି ମୁହାଣ ବାଲୁକା ଶଯ୍ୟାରେ ୨୦ରୁ ଅଧିକ ମୃତ ଅଲିଭ୍‌ ରଡ୍‌ଲେ କଇଁଛଙ୍କୁ ରବିବାର ପୋତାଯାଇଛି।...

କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ ପ୍ରତିଭା ଦେଖାଇଲେ ପ୍ରବାସୀ

ବଅଁରପାଳ,୧୨ା୬(ଡି.ଏନ.ଏ.)- ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ...

ଛତ୍ରପୁର ହସ୍ପିଟାଲରେ ଜୀବାଣୁ ନାଶକ ସ୍ପ୍ରେ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- ଛତ୍ରପୁର ହସ୍ପିଟାଲ ପରିସରରେ ଶୁକ୍ରବାର ଅଗ୍ନିଶମ ବିଭାଗ ପକ୍ଷରୁ ଜୀବାଣୁ ନାଶକ ସିଞ୍ଚନ କରାଯାଇଛି। ପରେ ଛତ୍ରପୁର ଏନ୍‌ଏସିର ବିଭିନ୍ନ ଛକରେ ମଧ୍ୟ ଏହାକୁ...

Advertisement
Archives

Model This Week