ସମ୍ବଲପୁରର ସ୍ଥିତିନେଇ ଚିନ୍ତାବ୍ୟକ୍ତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର,୫ା୪ (ବ୍ୟୁରୋ): ସମ୍ବଲପୁର ଜିଲାରେ ସୋମବାର ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ସପ୍ତାହ ହେବ ଦୈନିକ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ କରାଯାଉଛି। ଜମନକିରା ବ୍ଲକ ଡିମିରିମୁଣ୍ଡା ଗ୍ରାମରେ ୩ ଦିନରେ ୧୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଡିମିରିମୁଣ୍ଡା ପଞ୍ଚାୟତରେ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିହିତ ପଦକ୍ଷେପ ନେବାକୁ ସେ ଅତିରିକ୍ତ ଶାସନ ସଚିବ ଓ ଜିଲା ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ଆଗକୁ ଯେଭଳି ସଂକ୍ରମଣ ନ ବ୍ୟାପେ ସେ ନେଇ ପଦକ୍ଷେପ ନେବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଶୁଭମ୍‌ ସକ୍‌ସେନା ଡିମିରିମୁଣ୍ଡା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଗ୍ରାମର ମୁଖ୍ୟ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଜରୁରୀ ସେବା ବାଦ୍‌ ଦେଲେ ବାହାର ଲୋକଙ୍କ ଯିବାଆସିବା ଉପରେ ରୋକ୍‌ ଲଗାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ସର୍ଭେ ବ୍ୟବସ୍ଥା କରାଯାଉଛି। ସ୍ବାସ୍ଥ୍ୟ କର୍ମୀମାନେ ପ୍ରତି ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ରିପୋର୍ଟ ସଂଗ୍ରହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ନାଁରେ ଠକେଇ, ଥାନାରେ ଅଭିଯୋଗ…

ବାସୁଦେବପୁର,୪ା୭(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ତଥା ବିରୋଧି ଦଳର ଉପନେତା ଅଶୋକ କୁମାର ଦାସଙ୍କ ଫୋନ ନମ୍ବରକୁ ସାଇବର ଠକ ହ୍ୟାକ କରି…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା; ଆରୋହୀ ଗୁରୁତର

ଆନନ୍ଦପୁର, ୪/୭ (ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି–ବିରିଡିହା ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri