ସମ୍ବଲପୁରର ସ୍ଥିତିନେଇ ଚିନ୍ତାବ୍ୟକ୍ତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର,୫ା୪ (ବ୍ୟୁରୋ): ସମ୍ବଲପୁର ଜିଲାରେ ସୋମବାର ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ସପ୍ତାହ ହେବ ଦୈନିକ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ କରାଯାଉଛି। ଜମନକିରା ବ୍ଲକ ଡିମିରିମୁଣ୍ଡା ଗ୍ରାମରେ ୩ ଦିନରେ ୧୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଡିମିରିମୁଣ୍ଡା ପଞ୍ଚାୟତରେ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିହିତ ପଦକ୍ଷେପ ନେବାକୁ ସେ ଅତିରିକ୍ତ ଶାସନ ସଚିବ ଓ ଜିଲା ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ଆଗକୁ ଯେଭଳି ସଂକ୍ରମଣ ନ ବ୍ୟାପେ ସେ ନେଇ ପଦକ୍ଷେପ ନେବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଶୁଭମ୍‌ ସକ୍‌ସେନା ଡିମିରିମୁଣ୍ଡା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଗ୍ରାମର ମୁଖ୍ୟ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଜରୁରୀ ସେବା ବାଦ୍‌ ଦେଲେ ବାହାର ଲୋକଙ୍କ ଯିବାଆସିବା ଉପରେ ରୋକ୍‌ ଲଗାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ସର୍ଭେ ବ୍ୟବସ୍ଥା କରାଯାଉଛି। ସ୍ବାସ୍ଥ୍ୟ କର୍ମୀମାନେ ପ୍ରତି ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ରିପୋର୍ଟ ସଂଗ୍ରହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧବା ମହିଳାଙ୍କୁ ଆକ୍ରମଣ, ୩ ଗିରଫ

ବଇଣ୍ଡା,୧୪।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅମାସମା ଗ୍ରାମର ବିଧବା ମହିଳା ହୀରା ପ୍ରଧାନଙ୍କୁ ସେହି ଗ୍ରାମର ରବି ପ୍ରଧାନ, ଶ୍ରୀରାମ ପ୍ରଧାନ, ଭାଗୀରଥି ପ୍ରଧାନ ଠେଙ୍ଗାରେ...

ଚତୁର୍ଥ ଶନିବାର ବିଭାଗୀୟ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ : ପ୍ରତି ସପ୍ତାହରେ ଲୋକଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ

ଅନୁଗୋଳ ଅଫିସ, ୨୫।୮ – ଅଗଷ୍ଟ ମାସର ଚତୁର୍ଥ ଶନିବାରରେ ଅନୁଗୋଳ ଜିଲାପାଳ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ଅଧିକାରୀଙ୍କୁ ଜିଲାପାଳ...

ଝାଡ଼ାବାନ୍ତିରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ଦିଅ: ତାରା

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭାରେ ହୋହଲ୍ଲା ହୋଇଥିବା ବେଳେ ଭାଜପା ସରକାରଙ୍କୁ ଟାର୍ଗେଟ କରି କଡ଼ା ସମାଲୋଚନା କରିଛି।...

‘ଭିନ୍ନକ୍ଷମଙ୍କ ନିଯୁକ୍ତି ବୃଦ୍ଧି ପାଇଁ ଘରୋଇ ଉଦ୍ୟୋଗ ସହଯୋଗ ଲୋଡ଼ା’

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗଗୁଡ଼ିକର ବୃଦ୍ଧି ନିମନ୍ତେ ଘରୋଇ ଉଦ୍ୟୋଗର ସହଯୋଗ ଅତ୍ୟନ୍ତ ଲୋଡ଼ା ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ...

ଧବଳେଶ୍ୱର ପୀଠକୁ ଆହୁରି ଆକର୍ଷଣୀୟ କରାଯିବ

ଭୁବନେଶ୍ୱର,୯।୭(ବ୍ୟୁରୋ): ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା ନିମନ୍ତେ କରାଯାଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଥିଲା।...

ରାଉରକେଲା ଏସ୍‌ପିଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବନ୍ଧା ହେଲେ ନାବାଳକ

ରାଉରକେଲା ଅଫିସ,୧୬।୬: ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀଙ୍କ ନାମରେ ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଏହି...

ଫୋରେନ୍‌ସିକ୍‌ ଲ୍ୟାବ୍‌କୁଗଲା ଜବତ ମୋବାଇଲ

ଭୁବନେଶ୍ୱର,୨୬ା୯ (ବ୍ୟୁରୋ): ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଭୁବନେଶ୍ୱରରେ ସନ୍ଦେହଜନକ ମୃତ୍ୟୁ...

ରୋଡ୍‌ ଡିଭାଇଡରରେ ପିଟିହେଲା କାର୍‌, ୨ ଗୁରୁତର

ସାକ୍ଷୀଗୋପାଳ,୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍‌ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭୁବନେଶ୍ୱରରୁ ୪ଜଣ...

Advertisement
Archives

Model This Week