ପୁନଃ ନିଯୁକ୍ତି ଦାବିରେ ଚୁକ୍ତିିଭିତ୍ତିକ ନର୍ସିଂ, ଫାର୍ମାସିଷ୍ଟଙ୍କ ଧାରଣା

କଟକ ଅଫିସ, ୬।୪: ପୁନଃ ନିଯୁକ୍ତି ଦାବିରେ ଏସ୍‌ସିବିର ଚୁକ୍ତି ଭିତ୍ତିକ ନର୍ସ ଓ ଫାର୍ମାସିଷ୍ଟମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ସୋମବାର ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ ମାର୍ଚ୍ଚ ୨୪ରୁ ସେମାନଙ୍କୁ ଚୁକ୍ତି ଭିତ୍ତିରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ରଖାଯାଇଥିଲା। ପ୍ରତ୍ୟେକ ତିନି ମାସରେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏପରିକି ସେମାନେ କରୋନା ରୋଗୀଙ୍କର ସେବା କରିବାକୁ ଯାଇ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏପରିସ୍ଥଳେ ୨୦୨୧ ମାର୍ଚ୍ଚ ୩୧ରେ କେବଳ ୯ଜଣ ଫାର୍ମାସିଷ୍ଟ ଓ ୩୫ଜଣ ଷ୍ଟାଫନର୍ସଙ୍କୁ ରଖାଯାଇ ଅନ୍ୟମାନଙ୍କୁ ଛଟେଇ କରାଯାଇଛି। ଅନ୍ୟପକ୍ଷରେ କିଛି ଜିଲାରେ ଚୁକ୍ତିଭିତ୍ତିକ ଛଟେଇ ନର୍ସଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସୋମବାର ୨୫୨ ଷ୍ଟାଫନର୍ସ ଓ ଫାର୍ମାସିଷ୍ଟ ଧାରଣାରେ ବସିଥିଲେ। ଏସ୍‌ସିବି ଅଧୀକ୍ଷକ ଲୁସି ଦାସ କହିଛନ୍ତି, ଏସ୍‌ସିବିରେ କରୋନା ବେଡ୍‌ ୫୦୦ରୁ ୭୫କୁ କମେଇ ଦିଆଯାଇଛି। ଏଣୁ ଷ୍ଟାଫଙ୍କ ସଂଖ୍ୟା ସେହି ଅନୁପାତରେ କମାଯାଇଛି। ଯଦି ଏସ୍‌ସିବିରେ ପୁନର୍ବାର କରୋନା ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଏ ତେବେ ଆମ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବ। ସେମାନେ ଚାହିଁଲେ ଦରଖାସ୍ତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ଛତ୍ରପୁର ଥାନା ସିଙ୍ଗିପୁର ଗ୍ରାମର ସୁଶାନ୍ତ ପାତ୍ର (୪୫)ଉପରେ ଶୁକ୍ରବାର ରାତିରେ ଗୁଳିମାଡ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଛତ୍ରପୁର ହସ୍‌ପିଟାଲକୁ...

ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୩ ଘଣ୍ଟା ବନ୍ଦ ରହିଲା ଦର୍ଶନ

ପୁରୀ ଅଫିସ, ୬।୮: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହୋଇଛି। ଏହି ନୀତି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୦ଟା...

ଜୋରଦାର ହେଉଛି ତ୍ରିମୁଖୀ ପ୍ରଚାର

ପିପିଲି, ୪।୪(ସ୍ବ.ପ୍ର.): ପିପିଲିରେ ଚାଲିଛି ଜୋରଦାର ପ୍ରଚାର। ବିଜେଡି ଗଡ଼କୁ ଦଖଲ କରିବା ପାଇଁ ଜୋର ଲଗାଇଛନ୍ତି ବିରୋଧୀ ଭାଜପା ଓ କଂଗ୍ରେସ। ଗାଁ ଗାଁ...

ଆଇନ ଜାଲରେ ଆଦର୍ଶ ବିଦ୍ୟାଳୟ

ବଇଣ୍ଡା,୪ା୮(ପରୀକ୍ଷିତ ସାହୁ) ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିନାମୂଲ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପାଠ୍ୟକ୍ରମ ପଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକରେ...

ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ...

ଜଙ୍ଗଲ ନିଆଁରେ ଆକ୍ତାମାକ୍ତା

ଅନୁଗୋଳ ଅଫିସ, ୮।୩: ବନାଗ୍ନି କବଳରେ ରାଜ୍ୟର ଅଧିକାଂଶ ଜଙ୍ଗଲ। ହୁ ହୁ ହୋଇ ଜଳୁଛି ଗଛଲତା। ଜଙ୍ଗଲ ନିଆଁ ପରିବେଶ ପ୍ରତି ବିପଦ ସୃଷ୍ଟି କରିଥିବାବେଳେ...

‘ଛାତ୍ରୀଛାତ୍ରଙ୍କୁ ହସିବାର ସୁଯୋଗ ଦେବା ଆମ କର୍ତ୍ତବ୍ୟ’

ବେଗୁନିଆପଡ଼ା,୨୦ା୧୨(ଡି.ଏନ.ଏ.)- ବେଗୁନିଆପଡା ବ୍ଲକ ସାଙ୍କୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ସମାରୋହ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର...

ବିକୁଥିଲେ ବାଣ, ଧରିଲା ପୋଲିସ

କୋଭିଡ୍‌ କଟକଣା ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଉପରେ ରୋକ୍‌ ଲଗାଇଥିବା ବେଳେ ଭଦ୍ରକ ସହରରେ ଚୋରାରେ ବାଣ ବିକ୍ରି ହେଉଥିଲା। ବିଶେଷ ସୂତ୍ରରୂ...

Advertisement
Archives

Model This Week