ଚଣ୍ଡିଖୋଲରେ ହେବ ଦେଶର ବଡ଼ ତୈଳଭଣ୍ଡାର

ଭୁବନେଶ୍ୱର,୬।୪(ବ୍ୟୁରୋ): ଯାଜପୁର ଜିଲା ଚଣ୍ଡିଖୋଲଠାରେ ତିଆରି ହେବ ଦେଶର ସବୁଠୁ ବଡ଼ ତୈଳ ଭଣ୍ଡାର। ଇଣ୍ଡିଆନ ଅଏଲର ଏହି ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ୍‌ ରିଜର୍ଭୟରରେ ଅଶୋଧିତ ତୈଳ ସଂରକ୍ଷଣ କରାଯାଇ ପାରିବ। ଏ ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାର ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୋମବାର ଓଡ଼ିଶା ଗସ୍ତରେ ଆସି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ସଚିବ ତରୁଣ କପୁର ଏହି ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ କପୁର କହିଛନ୍ତି, ଓଡ଼ିଶାରେ ତୈଳ ଏବଂ ଗ୍ୟାସ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ୬୯ଟି ପ୍ରକଳ୍ପ ପାଇଁ ୨ ଲକ୍ଷ ୧୩ ହଜାର ୨୦୯ କୋଟି ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେଥିରୁ ୨୦୧୪ରୁ ଏ ପର୍ଯ୍ୟନ୍ତ ୪୩ ହଜାର ୩୨୨ କୋଟି ଟଙ୍କା ମୂଲ୍ୟର ୨୫ଟି ତୈଳ ଓ ଗ୍ୟାସ୍‌ ପ୍ରକଳ୍ପ କାମ ଶେଷ ହୋଇଛି। ବର୍ତ୍ତମାନ ୭୭ ହଜାର ୩୩୧ କୋଟି ଟଙ୍କା ମୂଲ୍ୟର ୩୪ଟି ପ୍ରକଳ୍ପ କାମ ଚାଲୁରହିଛି। ସେହିପରି ୧୦ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୯୨ ହଜାର ୫୫୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆକଳନ କରାଯାଇଛି। ରାଜ୍ୟରେ ଶକ୍ତିର ଚାହିଦାକୁ ପୂରଣ କରିବା ନିମନ୍ତେ ବର୍ତ୍ତମାନ ୨,୦୬୮ଟି ରିଟେଲ ଆଉଟ୍‌ଲେଟ, ୯୫୨ ଏଲ୍‌ପିଜି ବିତରକ, ୧୬୧ କିରୋସିନ ଡିଲରଶିପ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ)ରେ ଓଡ଼ିଶାରେ ୪୭.୩୬ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହୋଇଛନ୍ତି। ଆସନ୍ତା ମେ ୨୧ରେ ପାରାଦୀପରେ ନୂତନ ଏଲ୍‌ପିଜି ଆମଦାନୀ ସୁବିଧା କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି। ରାୟଗଡ଼ା, ଖୋର୍ଦ୍ଧାଠାରେ ଦୁଇଟି ଏଲ୍‌ପିଜି ପ୍ଲାଣ୍ଟ ମଧ୍ୟ ନିର୍ମାଣ କରାଯାଉଛି। ଓଡ଼ିଶାରେ ପେଟ୍ରୋଲ ତୈଳ ଲୁବ୍ରିକାଣ୍ଟ (ପିଓଏଲ୍‌)ର ଚାହିଦାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ବ୍ରହ୍ମପୁର, ବିପିସିଏଲ୍‌ ପକ୍ଷରୁ ସଦାଶିବପୁର ଏବଂ ଝାରସୁଗୁଡ଼ାରେ ୩ଟି ପିଓଏଲ୍‌ ଟର୍ମିନାଲ ନିର୍ମାଣ କରାଯାଉଛି। ବରଗଡ଼ ଜିଲାରେ ବିପିସିଏଲ୍‌ ଦ୍ୱାରା ଏକ ବାୟୋ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ପାରାଦୀପ ବିଶୋଧନାଗାରରୁ ଉପତ୍ାଦର ଗତିକୁ ସୁଗମ କରିବା ପାଇଁ ପାରାଦୀପ-ରାୟପୁର-ରାଞ୍ଚି ପାଇପଲାଇନକୁ ଦାୟିତ୍ୱ ଦିଆଯାଇଥିବାବେଳେ ପାରାଦୀପ-ହାଇଦ୍ରାବାଦ ପାଇପ୍‌ଲାଇନ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି। ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍‌ଲାଇନକୁ ପାଟନା-ମୁଜାଫରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଶୁବ୍‌ଶୀଘ୍ର ସମାପ୍ତ କରାଯିବ ବୋଲି କପୁର କହିଛନ୍ତି।
ପେଟ୍ରୋଲିୟମ ତୈଳ ବିପଣନ କମ୍ପାନୀ (ଆଇଓସିଏଲ୍‌, ଏଚ୍‌ପିସିଏଲ୍‌, ବିପିସିଏଲ୍‌, ଗେଲ୍‌, ଓଏନ୍‌ଜିସି, ନୟାରା, ଓଆଇଏଲ୍‌, ଆର୍‌ଏମବିଏଲ୍‌)ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ସଚିବ କପୁର ସମୀକ୍ଷା କରିଛନ୍ତି। ଏହାପରେ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ସାକ୍ଷାତ୍‌ କରି ତୈଳ ଏବଂ ଗ୍ୟାସ୍‌ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ରାଜ୍ୟରେ ପେଟ୍ରୋଲିୟମ ଓ ଗ୍ୟାସ୍‌ ପ୍ରକଳ୍ପ ନେଇ ହୋଇଥିବା ଆଲୋଚନା ସକାରାତ୍ମକ ହୋଇଛି। ସବୁ ପ୍ରକଳ୍ପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବୈଠକରେ ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏସ୍‌.ଏମ୍‌. ବୈଦ୍ୟ, ଇଣ୍ଡିଆନ ଅଏଲ୍‌ର ହ୍ୟୁମ୍ୟାନ ରିସୋର୍ସର ନିର୍ଦ୍ଦେଶକ ରଞ୍ଜନ କୁମାର ମହାପାତ୍ର, ତୈଳ ଉଦ୍ୟୋଗଗୁଡ଼ିକର ରାଜ୍ୟସ୍ତରୀୟ ସଞ୍ଚାଳକ ତଥା ଇଣ୍ଡିଆନ ଅଏଲ୍‌ର ରାଜ୍ୟମୁଖ୍ୟ ଶୁଭଜିତ ଘୋଷ ଏବଂ ତୈଳ ନିଗମର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।ା ବୈଠକରେ ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପର କାମ ଦ୍ରୁତଗତିରେ ତ୍ୱରାନ୍ବିତ ହୋଇଥିବାରୁ ମନ୍ତ୍ରୀଙ୍କୁ ସଚିବ କପୁର ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଋଣଭାର ୧,୦୩,୪୧୦ କୋଟି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ବଢ଼ି ବଢ଼ି ଚାଲିଛି। ୨୦୦୯-୧୦ରେ ମୁଣ୍ଡପିଛା ଋଣ ୯,୧୮୦ ଟଙ୍କା ଥିବାବେଳେ ୨୦୨୧ ଜାନୁୟାରୀ ସୁଦ୍ଧା ୨୩,୫୨୪...

ବର୍ଷା ପରେ ଥରାଇବ ଶୀତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଗତ ୩ଦିନ ଧରି ବର୍ଷା ଲାଗିରହିଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ...

ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚନ ଉତ୍ସବ: ତାଳଚେର କଲେଜକୁ ୟୁନିଭରସିଟି କରିବାକୁ ଦାବି

ତାଳଚେର,୧୯ା୧୨(ନି.ପ୍ର.) – ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରତୀକ (ଲୋଗୋ) ଉନ୍ମୋଚନ ଉତ୍ସବ ବୁଧବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ...

ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ...

ଓଜନ କମାଇବା ପାଇଁ ପୋଲିସ ବାବୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି। ଡିଜି କ୍ୟାମ୍ପ ହାଉସ୍‌ରେ ବସିଥିବା ବୈଠକରେ ଏହି...

ମା’ ଉଗ୍ରତାରା ପିକ୍‌ନିକ୍‌ ସ୍ଥଳରେ ପର୍ଯ୍ୟଟକଙ୍କୁ ମିଳୁନି ସୁବିଧା: ଖୁସିରେ ଆସି ନିରାଶରେ ଫେରୁ୍‌ଛନ୍ତି

ନିରାକାରପୁର,୨୩।୧୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସାନ ରାଉତପଡା ପଞ୍ଚାୟତ ହାତୀଆଶୁଣି ପାଦଦେଶର ମୂଳିଝରଠାରେ ଅବସ୍ଥିତ ମା’ ଉଗ୍ରତାରାଙ୍କ ପୀଠ ହେଉଛି ଓଡ଼ିଶାର ଅନ୍ୟତମ...

ରାଜଧାନୀରେ ଗଡ଼ିବ ଇ-ବସ୍‌, ଇ-ରିକ୍ସା: ଆସନ୍ତା ୨୯ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।...

୭ ବର୍ଷରେ ୨୪.୬୧ % ଦାରିଦ୍ର୍ୟ କମିଛି: ମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୦ ବର୍ଷ ମଧ୍ୟରେ ଓଡିଶା ସାମଗ୍ରିକ ଅର୍ଥନୈତିକ ପ୍ରଗତି, ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି ହାସଲ କରିଛି।...

Advertisement
Archives

Model This Week