ଆମ ଜିଲା ଖବର

ନିଆଁ ପୁଇଁବା ହେଲା କାଳ:ଜଳିଗଲେ ୨ ଭଉଣୀ

ଟିକିରି/ରାୟଗଡ଼ା ଅଫିସ,୫ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଥଣ୍ଡାରେ ନିଆଁ ପୁଇଁବାବେଳେ ଜଳିଯାଇଛନ୍ତି ୨ ଭଉଣୀ। ଦୁହେଁ ହେଲେ ଗାଁର ଦୁର୍ଯ୍ୟୋଧନ ମାଝିଙ୍କ ଝିଅ କୁମାରୀ(୫) ଏବଂ ବିଦ୍ୟା(୩)। ସୂଚନା ଅନୁଯାୟୀ, ଦୁର୍ଯ୍ୟୋଧନ…

ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨ କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ ଜୀବନ ଏବଂ ଜୀବନ ଶୈଳୀ। ସାଧାରଣ ମଣିଷରୁ ଜଣେ ପାଲଟିଯାଏ କଏଦୀ। ଜେଲ ରହଣି…

୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ ଜଳଠାରୁ ଆରମ୍ଭ କରି ରାସ୍ତା, ପ୍ରଦୂଷଣକୁ ନେଇ କଷ୍ଟ ବଢ଼ୁଥିବାବେଳେ ଦୀର୍ଘ ୧୭…

ଏଭଳି ବାପା ଥିବାଠାରୁ ଅନାଥ ହେବା ଭଲ…

ବ୍ରହ୍ମପୁର ଅଫିସ,୫ା୨: ଗଞ୍ଜାମ ଜିଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ବଡ଼ବଜାର ଥାନା ଅଞ୍ଚଳର ଜଣେ ସାତ ବର୍ଷ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଏକ ଘଟଣା ଜଣାପଡିବା ପରେ ସ୍ଥାନୀୟ…

ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର ଶବର କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ପାରାଓ୍ବାଚର ଅନନ୍ତରାମ ପାଙ୍ଗୀଙ୍କୁ…

ପାଳଗଦା ନିଆଁରେ ଜଳିଗଲେ ୨ ଭଉଣୀ

ଟିକିର/ରାୟଗଡ଼ା ଅଫିସ,୪ା୨: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଲାକରସି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାରେ ନିଆଁ ପୁଇଁବା ବେଳ ଜଳିଯାଇଛନ୍ତି ୨ ଭଉଣୀ। ସେମାନେ ହେଲେ ଦୁର୍ଯ୍ୟୋଧନ ମାଝିଙ୍କ ଝିଅ କୁମାରୀ(୫) ଏବଂ ବିଦ୍ୟା(୩)। ସୂଚନା ଅନୁଯାୟୀ,…

୪ର୍ଥ ଥର ପ୍ଲାଜ୍‌ମା ଦାନ କଲେଣି ଯବାନ

ଛତ୍ରପୁର,୪।୨: ଅଗସ୍ତିନୂଆଗାଁ ସ୍ଥିତ ଛତ୍ରପୁର ଅଷ୍ଟମ ବାଟାଲିୟନର ସିପାହୀ (୭୬୧) କେ. ଯୁଧିଷ୍ଠିର ରାଓ ଚତୁର୍ଥ ଥର ପାଇଁ ପ୍ଲାଜ୍‌ମା ଦାନ କରିଛନ୍ତି। ଗୁରୁବାର ଏମ୍‌କେସିଜି ମେଡିକାଲ କଲେଜରେ ସେ ପ୍ଲାଜ୍‌ମା ଦେଇଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବାଟାଲିୟନ…

ସୁନ୍ଦରଗଡ଼: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

ରାଉରକେଲା ଅଫିସ,୪।୨: ସୁନ୍ଦରଗଡ଼ ଜିଲା ବିଶ୍ରା ବନ ବିଭାଗ ଅଧୀନ ମହିପାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ହାଓଡ଼ା-ମୁମ୍ବାଇ ରେଳପଥର ଭାଲୁଲତା ଓ ଜରେଇକେଲା ରେଳଷ୍ଟେଶନ ମଝି ମହିପାଣି ନିକଟରେ ହାତୀପଲ ରେଳଧାରଣା…

ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତଙ୍କୁ ବାନ୍ଧିଲେ

ଧାମନଗର,୪।୨ – ଗତ କିଛିଦିନ ଧରି ଗ୍ରାମାଞ୍ଚଳରେ ପିଲା ଚୋରି ଗୁଜବ ଚାଲିଥିବାରୁ ବିଭିନ୍ନ ଗଁାରେ ବୁଲାବୁଲି କରୁଥିବା ନିରୀହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ମାଡ଼ ଗାଳିର ଶିକାର ହେଉଛନ୍ତି। କେତେକ ସ୍ଥାନରେ ହାବୁଡ଼ରେ ପଡ଼ିଥିବା ଏଭଳି ମାନସିକ ବିକାରଗ୍ରସ୍ତଙ୍କୁ ମାଡ଼…

ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍‌ଏସ୍‌ଙ୍କ ଆତ୍ମାହୁତି ଉଦ୍ୟମ

ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍‌ଏସ୍‌ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଭଦ୍ରକ ଜିଲା ବାସୁଦେବପୁର ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା…

ଭୟରେ ଗାଁ ଛାଡ଼ିଲେ ୮୫ ପରିବାର

ଚିତ୍ରକୋଣ୍ଡା, ୪।୨(ଡି.ଏନ୍‌.ଏ.): ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ୧୨ଟି ଗ୍ରାମର ୮୫ ପରିବାର ମାଓବାଦୀ ଭୟରେ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡିଛନ୍ତି। ଗତ ଦୁଇ ଦିନ ହେଲା ସେମାନେ ଚିତ୍ରକୋଣ୍ଡା…

ଖଣିଜ ପରିବହନ ପାଇଁ ଜଙ୍ଗଲ କଟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଉପର କାଦକଳାଠାରୁ ବସନ୍ତପୁର ପର୍ଯ୍ୟନ୍ତ ଜଙ୍ଗଲରେ ଖଣିଜ ପଥର ପରିବହନ ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ସ୍ଥାନୀୟ ବସନ୍ତପୁର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତଙ୍କ ସମ୍ପୃକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?