କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୧୭।୪ ଭୟଙ୍କର ରୂପ ନେଇ ବାହୁଡ଼ିଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଦ୍ୱିତୀୟ ଲହରିର ମୁକାବିଲା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି ଜାରି କରାଯାଇଛି ବିଭିନ୍ନ କଟକଣା। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଶନିବାରଠାରୁ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି। ରାତି ୯ଟାରୁ ପରଦିନ ସକାଳ ୫ଟା ଯାଏ ଏହି କଟକଣା ବଳବତ୍ତର ରହିବ। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହା କାର୍ଯ୍ୟକାରୀ ହେବ। ଜନତାଙ୍କ ଧନଜୀବନ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ରାତ୍ରିକାଳୀନ କର୍ଫ୍ୟୁ ସମୟ ମଧ୍ୟରେ ବିନା ଜରୁରୀ କାର୍ଯ୍ୟରେ ଜନସାଧାରଣ ବାହାରକୁ ବାହାରି ପାରିବେନାହିଁ। ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ତେବେ ଏହି ସମୟ ଭିତରେ ସ୍ବାସ୍ଥ୍ୟ, ଅଗ୍ନିଶମ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭଳି କାର୍ଯ୍ୟ ଜାରି ରହିବ। ଅନ୍ୟପଟେ କରୋନାକୁ ନେଇ ଗୁଜବ କିମ୍ବା ଅପପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁଜବ ସୃଷ୍ଟିକାରୀ ବନ୍ଧା ହେବେ। କରୋନା ଉପରେ ବିଜୟ ହାସଲ କରିବା ଲାଗି ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି। ଅପରପକ୍ଷେ ନାଇଟ୍‌ କର୍ଫ୍ୟୁ ସମୟରେ କଟକଣା ଜଗିବାକୁ ଏସ୍‌ପି, ଉପଖଣ୍ଡ ମାଜିଷ୍ଟ୍ରେଟ୍‌, ନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ସମେତ ସମସ୍ତ ଥାନାର ଅଧିକାରୀଙ୍କୁ ଅବଗତ କରାଯାଇଛି। ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଦିନ ସମୟରେ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତ୍ରୁଟି ସୁଧାରିଲେ କରୋନା ହାରିବ
ରାତି କର୍ଫ୍ୟୁ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ କେବଳ ଏହା ସମସ୍ୟାର ସମାଧାନ ନୁହେଁ। ବାହାରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ କରୋନା ପରୀକ୍ଷା କରାଯାଉ। ସେମାନଙ୍କୁ ଅନୂ୍ୟନ ୭ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିବା ଲାଗି ପଦକ୍ଷେପ ନିଆଯିବା ଜରୁରୀ। କୋଭିଡ୍‌-୧୯ ମୁକାବିଲା ସମୟରେ ରହୁଥିବା ତ୍ରୁଟି ସୁଧାରିଲେ କରୋନା ହାରିବ।
-ପଙ୍କଜ ନାୟକ, ସାମାଜିକ କର୍ମୀ
ଜନତାଙ୍କ ସହଯୋଗ ଜରୁରୀ
କରୋନାକୁ ନିୟନ୍ତ୍ରଣକୁ ଆଣିବା ଲାଗି ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବା ରାତ୍ରିକାଳୀନ କର୍ଫ୍ୟୁ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। କର୍ଫ୍ୟୁ ସମୟରେ କୌଣସି ଲୋକ ରାତି କିମ୍ବା ଭୋର୍‌ ସମୟରେ ସହରକୁ ପ୍ରବେଶ କଲେ ପ୍ରଶାସନ ଅବଗତ ହୋଇପାରିବ। ତଦନୁଯାୟୀ ସମୁଚିତ ପଦକ୍ଷେପ ନିଆଯାଇପାରିବ। ଜନସାଧାରଣ ମଧ୍ୟ ଏଥିରେ ସହଯୋଗ କରିବା ନିହାତି ଜରୁରୀ।
-ବିଶ୍ୱନାଥ ବେହେରା, ମିଳିତବଜାର ପୂଜା କମିଟି ସଭାପତି
ଅଧିକ ପରୀକ୍ଷା କରାଯାଉ
ଜିଲାରେ କରୋନା ସଂକ୍ରମଣ ବଢୁଥିବା ବେଳେ ରାତି କର୍ଫ୍ୟୁର ଆବଶ୍ୟକତା ରହିଛି ା ଜିଲାକୁ ପ୍ରବେଶ କରୁଥିବା ପ୍ରବାସୀମାନଙ୍କ ସମ୍ପର୍କରେ ପ୍ରଶାସନ ଅବଗତ ହେବା ଉଚିତ। ଠିକ୍‌ ସମୟରେ ସେମାନଙ୍କ କୋଭିଡ୍‌ ଟେଷ୍ଟ କରାଗଲେ ସଂକ୍ରମଣକୁ ରୋକାଯାଇପାରିବ। ଏହାକୁ ବାଦ୍‌ଦେଲେ ଅଧିକରୁ ଅଧିକ ପରୀକ୍ଷା, ହୋମ୍‌ ଆେଇସୋଲେଶନ ବ୍ୟବସ୍ଥା ମଧ୍ୟ କରାଯିବା ଜରୁରୀ। ଏ କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
-ପ୍ରଦୀପ ସାହୁ, ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?