ବାହାହେବାକୁ ଜିଦ୍‌ ଧରିବା କାଳ ହେଲା: ଶୁଭଶ୍ରୀଙ୍କୁ ହତ୍ୟା କରିଥିଲେ ପ୍ରେମିକ

ଯାଜପୁର ଟାଉନ, ୧୭।୪(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗ୍ରାମ ନିକଟ ପୋଖରୀରୁ ଗତ ୮ ତାରିଖରେ ମିଳିଥିଲା ନରକଙ୍କାଳ। ଓଢ଼ଣୀରୁ ଉକ୍ତ କଙ୍କାଳ ଖଣ୍ଡରା ଗ୍ରାମର ନିଖୋଜ ଯୁବତୀ ଶୁଭଶ୍ରୀ ରାଉତ(ବେଙ୍ଗୁଲୀ)ଙ୍କର ବୋଲି ଜଣାପଡ଼ିଥିଲା। ତଦନ୍ତ ପରେ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିବାବେଳେ ତାଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ଅଭିଯୁକ୍ତ ପ୍ରେମିକ ମିରଚାନ୍ଦପୁର ଗ୍ରାମର ଅରୁଣ ଜେନାଙ୍କୁ ପୋଲିସ ହାଇଦ୍ରାବାଦରୁ ଗିରଫ କରିଥିଲା। ଅରୁଣଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବା ପୂର୍ବରୁ ଶୁଭଶ୍ରୀଙ୍କୁ ହତ୍ୟା ପଛର କାରଣ ସମ୍ପର୍କରେ ପୋଲିସ ଗଣମାଧ୍ୟମକୁ ଜଣାଇଛି। ବାହାହେବାକୁ ଜିଦ୍‌ ଧରିବା ହିଁ ଶୁଭଶ୍ରୀଙ୍କ ପାଇଁ କାଳ ହୋଇଛି। ପ୍ରେମିକା ଶୁଭଶ୍ରୀଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ଅରୁଣ ଶେଷରେ ତାଙ୍କ ଜୀବନ ନେବାକୁ ପଛାଇ ନ ଥିଲେ ବୋଲି ଅତିରିକ୍ତ ଏସ୍‌ପି (କଳିଙ୍ଗନଗର) ଜୟରାମ ଶତପଥୀ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ନାରାୟଣ ଚନ୍ଦ୍ର ବାରିକ କହିଛନ୍ତି।
ଜେରା ବେଳେ ଅରୁଣଙ୍କ ସ୍ବୀକାରୋକ୍ତି ସମ୍ପର୍କରେ ଅତିରିକ୍ତ ଏସ୍‌ପି ଶତପଥୀ କହିଛନ୍ତି ଯେ, ଶୁଭଶ୍ରୀ ୨୦୨୦ ଅକ୍ଟୋବର ୩୦ରେ ଘରୁ ପଳାଇଥିଲେ। ଅରୁଣଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଶୁଭଶ୍ରୀଙ୍କୁ ଅରୁଣ ସ୍ଥାନୀୟ ନିର୍ମାଣାଧୀନ ପଞ୍ଚାୟତ କାର୍ଯ୍ୟାଳୟରେ ୨ ଦିନ ଧରି ଲୁଚାଇ ରଖିଥିଲେ। ସେହି ୨ ଦିନ ଯାକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତୃତୀୟ ଦିନ ଜଣେ ପରିଚିତ ଲୋକଙ୍କ ସହ ଶୁଭଶ୍ରୀଙ୍କୁ ଭୁବନେଶ୍ୱରର ଏକ ସ୍ଥାନକୁ ପଠାଇ ଦେଇଥିଲେ। ଶୁଭଶ୍ରୀ ଭୁବନେଶ୍ୱରରେ ରହୁଥିବା ବେଳେ ଅରୁଣ ତାଙ୍କ ସହିତ ନିୟମିତ ମୋବାଇଲରେ କଥାବାର୍ତ୍ତା ହେଉଥିଲା। ଗତ ଜାନୁୟାରୀ ୧୯ରେ ଶୁଭଶ୍ରୀ ବସ୍‌ରେ ଫେରି ଆସି କୁଆଖିଆରେ ଓହ୍ଲାଇବା ପରେ ଅରୁଣ ତାଙ୍କୁ ବାଇକ୍‌ରେ ନେଇ ଖଣ୍ଡରା ପଞ୍ଚାୟତ ଅଫିସ ଘରେ ୩ ଦିନ ରଖିଥିଲେ। ସେଠାରେ ବି ଶାରୀରିକ ସମ୍ପର୍କ ରଖିଥିଲେ। ଶୁଭଶ୍ରୀ ଭୁବନେଶ୍ୱର ପଳାଇଯାଇ ପୁଣି ଜାନୁୟାରୀ ୨୩ରେ ବସ୍‌ଯୋଗେ କୁଆଖିଆରେ ଓହ୍ଲାଇଥିଲେ। ଏହିଦିନ ଅରୁଣ ୩୬ ଥର ଶୁଭଶ୍ରୀଙ୍କ ସହିତ ମୋବାଇଲରେ କଥା ହୋଇଥିଲେ। ଅରୁଣ କୁଆଖିଆରୁ ଶୁଭଶ୍ରୀଙ୍କୁ ସାଙ୍ଗରେ ନେଇ କପିଳେଶ୍ୱର ଗଁା ପୋଖରୀକୁ ଯାଇଥିଲେ। ପୋଖରୀ ହୁଡ଼ାରେ ଦୁହେଁ ବସି କଥାବାର୍ତ୍ତା ହେବାବେଳେ ଶୁଭଶ୍ରୀ ଅରୁଣକୁ ବାହା ହେବା ପାଇଁ ଜିଦ୍‌ ଧରିଥିଲେ। ଏପରି କି ଥଇଥାନ କରିବା ପାଇଁ ଶୁଭଶ୍ରୀ କହିଥିଲେ। ହେଲେ ଅରୁଣ ପୂର୍ବରୁ ବିବାହ କରିଥିବାରୁ ଶୁଭଶ୍ରୀଙ୍କୁ ବାହାହେବାକୁ ରୋକଠୋକ୍‌ ମନା କରିଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତିତର୍କ ହୋଇଥିଲା। ରାତି ପ୍ରାୟ ୧୧ଟା ବେଳେ ଅରୁଣ ଭାବିଥିଲେ ଯେ, ଶୁଭଶ୍ରୀଙ୍କୁ ମାରିଦେଲେ ସବୁ ସମସ୍ୟା ତୁଟିଯିବ। ଏଭଳି ଚିନ୍ତା କରି ଶୁଭଶ୍ରୀଙ୍କ ପଛକୁ ଯାଇ ସେ ପିନ୍ଧିଥିବା ଓଢ଼ଣୀକୁ ତାଙ୍କ ବେକରେ ଗୁଡ଼ାଇ ଭିଡ଼ି ମାରି ଦେଇଥିଲେ। ଏହାପରେ ଅରୁଣ ମୃତଦେହକୁ ଗୋଟିଏ ବସ୍ତାରେ ପଥର ସହ ପୂରାଇ ପୋଖରୀରେ ପକାଇ ଦେଇଥିଲେ। ଶୁଭଶ୍ରୀ ସାଥିରେ ଆଣିଥିବା ବ୍ୟାଗରୁ ପୋଷାକକୁ ବାହାର କରି ପୋଖରୀରେ ଫିଙ୍ଗିଦେଇଥିଲେ। ସେହିପରି ବ୍ୟାଗଟିକୁ ନିକଟସ୍ଥ ଏକ ଘରର ପ୍ରାଚୀର ପାର୍ଶ୍ୱରେ ଲୁଚାଇ ଦେଇଥିଲେ। ଏହାପରେ ଶୁଭଶ୍ରୀଙ୍କ ମୋବାଇଲ ଫୋନକୁ ନେଇ ଅରୁଣ ସେଠାରୁ ହାଇଦ୍ରାବାଦ ପଳାଇଥିଲେ।
ଅନ୍ୟପକ୍ଷରେ ଶୁଭଶ୍ରୀଙ୍କ କଙ୍କାଳ ମିଳିବା ପରେ ହତ୍ୟାର କାରଣ କ’ଣ ଏବଂ ହତ୍ୟାକାରୀଙ୍କୁ ଗିରଫ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ଏସ୍‌ପି ରାହୁଲ ପି.ଆର.ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବା ସହିତ ସାଇବର ସେଲ୍‌ର ସହଯୋଗରେ ଅରୁଣ ଏବଂ ଶୁଭଶ୍ରୀଙ୍କ ମୋବାଇଲ ଫୋନ କଲ୍‌ ରେକର୍ଡକୁ ସଂଗ୍ରହ କରାଯାଇଥିଲା। ତଦନ୍ତରୁ ଅରୁଣ ହାଇଦ୍ରାବାଦରେ ରହୁଥିବା ଜଣାପଡ଼ିବା ପରେ ତାଙ୍କୁ ସେଠାରୁ ୨ ଦିନ ତଳୁ ଗିରଫ କରାଯାଇଥିଲା। ଘଟଣା ସମ୍ପର୍କରେ ଯାଜପୁର ସଦର ଥାନାରେ ଆଇପିସି ଦଫା ୩୦୨ ଓ ୨୦୧ ଅନୁସାରେ ମାମଲା(ନଂ. ୯୧/୨୧) ରୁଜୁ ହୋଇଛି। ଶୁକ୍ରବାର ଯାଜପୁର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅରୁଣଙ୍କୁ ଯାଜପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?