୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ

ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ବାତାବରଣ ଏଠାରେ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଅଧୀନରେ ଆରମ୍ଭ ହେଉଥିବା ‘ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍‌’ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲାରୁ ବଛା ବଛା ୫୦ଟି ହାଇସ୍କୁଲକୁ ଏଥିରେ ସାମିଲ କରାଯାଇଛି। ଏ ନେଇ ଏପ୍ରିଲ ୧୭ ତାରିଖ ଶନିବାର ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ, ସମ୍ପୃକ୍ତ ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ, ସ୍ଥାନୀୟ ସରପଞ୍ଚ, ଆଲୁମନି ଆସୋସିଏଶନ ଛାତ୍ରୀଛାତ୍ରମାନଙ୍କ ସହ ଭର୍ଚୁଆଲ ମୋଡ୍‌ରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନରେ ଅନୁଗୋଳ ଜିଲାର ସମସ୍ତ ୨୪୩ ହାଇସ୍କୁଲ ପୂର୍ବରୁ ସାମିଲ ହୋଇସାରିଛି। ଏସବୁ ସ୍କୁଲର ଉନ୍ନତୀକରଣ ପାଇଁ ପୁରାତନ ଛାତ୍ରୀଛାତ୍ରମାନଙ୍କ ପକ୍ଷରୁ ୬୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏବେ ମୋ ସ୍କୁଲ ଅଭିଯାନ ଜରିଆରେ ୫-ଟି ଅଧୀନରେ ଆରମ୍ଭ ହେଉଥିବା ‘ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍‌’ କାର୍ଯ୍ୟକ୍ରମରେ ଜିଲାର ୮ଟି ବ୍ଲକରୁ ୫୦ ହାଇସ୍କୁଲକୁ ସାମିଲ କରାଯାଇଛି। ଅନୁଗୋଳ ବ୍ଲକରୁ ସର୍ବାଧିକ ୯ଟି ହାଇସ୍କୁଲକୁ ନିଆଯାଇଥିବାବେଳେ ବଅଁରପାଳ, ଛେଣ୍ଡିପଦା, କଣିହାଁ ଓ କିଶୋରନଗର ବ୍ଲକରୁ ୬ଟି ଲେଖାଏ, ପାଲଲହଡ଼ାର ୭ ଏବଂ ଆଠମଲ୍ଲିକ, ତାଳଚେର ବ୍ଲକରୁ ୫ଟି ଲେଖାଏ ହାଇସ୍କୁଲ ସାମିଲ ହୋଇଛି। ଏଥିଲାଗି ଜିଲା ପ୍ରଶାସନ ସହ ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ୫-ଟି ବିଭାଗ ପକ୍ଷରୁ ଚିଠି କରାଯାଇଛି। ଫଳରେ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ତାଲିକାଭୁକ୍ତ ହାଇସ୍କୁଲଗୁଡ଼ିକର ସୌନ୍ଦର୍ଯ୍ୟକରଣ ସହ ଶୈକ୍ଷିକ ବାତାବରଣ ପାଇଁ ବଡ଼ ଧରଣର ପରିବର୍ତ୍ତନ କରାଯିବ। ସ୍ମାର୍ଟ କ୍ଲାସରୁମ୍‌, ଇ-ଲାଇବ୍ରେରି, ଉନ୍ନତ ଲାବରେଟୋରି, ଶୌଚାଳୟ, ପାନୀୟ ଜଳ ସୁବିଧା, ଖେଳପଡ଼ିଆ, ପାଚେରି ପ୍ରସ୍ତୁତ ହେବ। ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସ୍ଥାନୀୟ ସରପଞ୍ଚ ପାଣ୍ଠି, ସିଏସ୍‌ଆର୍‌ ଯୋଜନା ଆଦିରୁ ଅର୍ଥ ଖର୍ଚ୍ଚ କରାଯିବ। ଏହାଛଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରତି ହାଇସ୍କୁଲକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ରାଜ୍ୟ ସରକାର ମଧ୍ୟ ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ୩୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବେ। ଆସନ୍ତା ନଭେମ୍ବର ମାସ ସୁଦ୍ଧା ଜିଲାର ଅବଶିଷ୍ଟ ୧୯୩ ହାଇସ୍କୁଲକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।
ଶିକ୍ଷାର ମାନ ବଢ଼ିବ
ସରକାରଙ୍କ ଏହି ବ୍ୟବସ୍ଥା ଦ୍ୱାରା ହାଇସ୍କୁଲ ଶିକ୍ଷାର ମାନ ବଢ଼ିବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ। ଜିଲା ଶିକ୍ଷା ଭିତ୍ତିଭୂମି ସହ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ଆସିପାରିବ। ଏହାକୁ ସମସ୍ତେ ନିଶ୍ଚିତ ସ୍ବାଗତ କରିବେ।
-କେଦାର ବେହେରା, ପିଟିସି ହାଇସ୍କୁଲ ପ୍ରଧାନଶିକ୍ଷକ, ଅନୁଗୋଳ
ଭବିଷ୍ୟତ ଉଜ୍ଜ୍ୱଳ ହେବ
ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବ। ଅତ୍ୟାଧୁନିକ ଶେଣୀଗୃହ ସହ ଇ-ପାଠାଗାର ଶୈକ୍ଷିକ ବାତାବରଣକୁ ମଜଭୁତ କରିବ। ପିଲାମାନଙ୍କ ଭବିଷ୍ୟତ ଶୃଙ୍ଖଳିତ ସହ ଉଜ୍ଜ୍ୱଳ ହେବ। ଏହା ସରକାରଙ୍କ ଏକ ଉତ୍ତମ ଚିନ୍ତାଧାରା।
-ସୁକାନ୍ତ କୁମାର ମାଝି, ମୋ ସ୍କୁଲ ଅଭିଯାନର ସଭାପତି
ମୁଳଦୁଆ ସୁଦୃଢ଼ ହେବ
ବିଦ୍ୟାଳୟର ସୌନ୍ଦର୍ଯ୍ୟ ସହ ପ୍ରତିଯୋଗିତା ପାଠ୍ୟକ୍ରମ ପାଇଁ ମୂଳଦୁଆ ସୁଦୃଢ଼ ହେବ। ଏହା ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂଆ ଶକ୍ତି ସଞ୍ଚାର କରିବ। ଭବିଷ୍ୟତର ପାଠପଢ଼ାକୁ ନେଇ ଯେଉଁ ଚିନ୍ତା ରହୁଥିଲା, ତାହା ଦୂର ହୋଇପାରିବ। ଏଭଳି ବ୍ୟବସ୍ଥାକୁ ସ୍ବାଗତ କରୁଛୁ।
-ସିପ୍ରାସୁଲେଖା ବେହେରା, ଦଶମ ଛାତ୍ରୀ
ମାନସିକ ଭାବେ ଦୃଢ଼ ହେବେ
ଏପରି ବିଦ୍ୟାଳୟ ଗୁଣାତ୍ମକ ପାଠପଢ଼ା ସହ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟ ହୋଇପାରିବ। ଇ-ଲାଇବ୍ରେରି ଛାତ୍ରୀଛାତ୍ରମାନଙ୍କ ଦେଶ ବିଦେଶ ଜ୍ଞାନ ବଢ଼ାଇବ। ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଜିଲାର ବିଭିନ୍ନ ଅଞ୍ଚଳକୁ ମଧ୍ୟ ନୂଆ ରୂପ ଦେବ।
-ମିଲାପ ପ୍ରଧାନ, ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ଆଶଙ୍କା

ଭୁବନେଶ୍ୱର,୯। ୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ଜରୁରୀକାଳୀନ ନଂ ଜାରି କଲେ ସିଆର୍‌ସି

ସୋର,୨।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଦୁର୍ଘଟଣାଟି ବଡ଼ଧରଣର...

କଲେଜ ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷଙ୍କ ବିୟୋଗ

ଭଞ୍ଜନଗର,୨୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ଦାସ (୫୯)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି। ପ୍ରତିଷ୍ଠା...

ବରଗଡ଼ରୁ ୨୩ ନୂଆ କରୋନା ପଜିଟିଭ ଚିହ୍ନଟ, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୬ରେ ପହଞ୍ଚିଲା

ବରଗଡ଼ ଅଫିସ,୨୭।୭: ବରଗଡ଼ ଜିଲାରୁ ସୋମବାର ୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆତାବିରା ଏନ୍‌ଏସିର କଣ୍ଟେନ୍‌ମେଣ୍ଟ ଅଞ୍ଚଳରୁ ୨୧ଜଣ...

୬ ଜିଲାରୁ ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୧୨ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

୩ମାସ ଶିଶୁର ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର,୨୩।୫ (ବ୍ୟୁରୋ): ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ (କିମ୍ସ) ଡାକ୍ତର ପ୍ରଶଂସା ସାଉଁଟିଛନ୍ତି।...

ଆଜି ଜାତୀୟ ହସ୍ତତନ୍ତ ଦିବସ: ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଭୁବନେଶ୍ୱର, ୭ା୮(ବ୍ୟୁରୋ): ଫେରୁଛି ହସ୍ତତନ୍ତର ଲୋକପ୍ରିୟତା। ପୁଣିଥରେ ଆଦୃତ ହେଉଛି ଭାରତର ପାରମ୍ପରିକ ହସ୍ତତନ୍ତ। କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନର ଯୁବପିଢୀମାନେ ହସ୍ତତନ୍ତ ପ୍ରତି ଅଧିକ...

ଝାଡାବାନ୍ତିରେ ୬ ଛାତ୍ରୀ ଆକ୍ରାନ୍ତ

ନବରଙ୍ଗପୁର,୨୦ା୧୧(ବି.ପ୍ର): ନବରଙ୍ଗପୁର ବ୍ଲକ ବାସିନି ଞ୍ଚାୟତ ଅଧୀନ ବେତାଳ ଗାଁ ଆଶ୍ରମ ବିଦ୍ୟାଳୟର ୬ ଛାତ୍ରୀ ଝାଡାବାନ୍ତିିରେ ଆକ୍ରାନ୍ତ ହୋଇଛନ୍ତି। ୨ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସାଧିନ...

Advertisement
Archives

Model This Week