ପଦ ହରାଇଲେ ଦୈସିଂ ସରପଞ୍ଚ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ସରପଞ୍ଚ ପାର୍ବତୀ ମାଝୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଦ ହରାଇଛନ୍ତି। ଜିଲା ଜଜ୍‌ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଭଦ୍ରକ ବିଡିଓ ତୁରନ୍ତ ସରପଞ୍ଚ ପଦ ପୂରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ଦୈସିଂ ସରପଞ୍ଚ ପଦବୀ ତଫସିଲଭୁକ୍ତ ଜନଜାତି ପାଇଁ ସଂରକ୍ଷିତ ଥିଲା। ମୋଟ ୨ ଜଣ ପ୍ରାର୍ଥୀ ପାର୍ବତୀ ଓ ବାଗନ ସିଂ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପାର୍ବତୀ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। କିନ୍ତୁ ପାର୍ବତୀ ଓଡ଼ିଆ ଲେଖାପଢ଼ା ଜାଣି ନ ଥିବାରୁ ପଞ୍ଚାୟତ ଆଇନର ଧାରା ୧୧(ଖ) ଅନୁଯାୟୀ ସେ ଅଯୋଗ୍ୟ ଥିବାରୁ ପ୍ରତିଦ୍ୱନ୍ଦ୍ୱିତା ଲଢ଼ିବା ପାଇଁ ପରାଜିତ ପ୍ରାର୍ଥୀ ବାଗନଙ୍କ ଆବେଦନ କ୍ରମେ ଭଦ୍ରକ କନିଷ୍ଠ ଦେୱାନୀ ଅଦାଲତରେ ସେହି ଆଇନର ଧାରା ୩୧ରେ ଏକ ମାମଲା ନିର୍ବାଚନ ମିସ୍‌ କେଶ୍‌-୫୮/୧୭ ରୁଜୁ ହୋଇଥିଲା। ନିମ୍ନ ଅଦାଲତ ଦରଖାସ୍ତକାରୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ହେଁ ପାର୍ବତୀଙ୍କ ସାକ୍ଷ୍ୟ ନ ନେଇ ମାମଲାକୁ ଖାରଜ କରିଦେଇଥିଲେ। ନିମ୍ନ ଅଦାଲତର ଏହି ରାୟକୁ ଚ୍ୟାଲେଞ୍ଜ କରି ବାଗନ ଭଦ୍ରକ ଜିଲା ଜଜ୍‌ଙ୍କ ଅଦାଲତରେ ଏକ ନିର୍ବାଚନ ଅପିଲ-୪୩/୧୮ ଦାଖଲ କରିଥିଲେ। ଜିଲା ଜଜ୍‌ ଶିଶିର କୁମାର ରଥ ପାର୍ବତୀଙ୍କୁ କୋର୍ଟକୁ ଡକାଇ ଓଡ଼ିଆ ଲେଖାପଢ଼ାର ପରୀକ୍ଷା ସାକ୍ଷ୍ୟ ମାଧ୍ୟମରେ କରିଥିଲେ। ଯାହାକି ପାର୍ବତୀଙ୍କ ପକ୍ଷେ ସମ୍ଭବ ହୋଇପାରି ନ ଥିଲା। ଏଣୁ ଗତ ୧୩ ତାରିଖରେ କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ବାଗନଙ୍କ ପକ୍ଷରୁ ଅଧିବକ୍ତା ସନାତନ ଦୀକ୍ଷିତ ଓ ପାର୍ବତୀଙ୍କ ପକ୍ଷରୁ ବରିଷ୍ଠ ଅଧିବକ୍ତା ରାଜକିଶୋର ଦାସ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri