ଆମ ଜିଲା ଖବର

ମାଲକାନଗିରିରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): କରୋନା ମହାମାରୀର ଦ୍ୱିତୀୟ ଲହର ଆଜି ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିବା ସହ ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଜନସାଧାରଣଙ୍କୁ…

ଭୟଙ୍କର ରୂପ ନେଉଛି କରୋନା: ଗଜପତି ଜିଲାପାଳ ଜାରିକଲେ କଟକଣା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଉଛି କରୋନା। ଦେଶ ତଥା ରାଜ୍ୟରେ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ପୁଣି ଗଜପତି ଜିଲାରେ ୬୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍‌ ସଂଖ୍ୟା ମୋଟ ୪୨୭୨ରେ ପହଞ୍ଚିଛି। ମୁକାବିଲା…

ଆଜି ରାତିରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୧୭।୪: ଶନିବାରଠାରୁ ରାଜ୍ୟର ୨୦ ଜିଲାରେ ଆରମ୍ଭ ହେଉଛି ନାଇଟ୍‌ କର୍ଫ୍ୟୁ। ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଆଉ ଛଡ଼ା ଯିବ ନାହିଁ। ରାତି ୯ରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେଉଥିବାରୁ ପ୍ରଶାସନ…

ବାଇକ୍‌ ଦୁର୍ଘଟଣା: ୨ ଶିଶୁ ଗୁରୁତର

ସୋରଡ଼ା,୧୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନେ ଗଜଲବାଡିର ରାଜୀବ ନାୟକ ସ୍ତ୍ରୀ ଓ ଦୁଇ ଶିଶୁ…

ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ: ବାଲି ବୋଝେଇ ହାଇଓ୍ବାକୁ ପଛରୁ ଧକ୍କା ଦେଲା ଅଟୋ, ୭ ଗୁରୁତର

ପାଟଣା,୧୭।୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦୁଝର ରାସ୍ତାର ଶରଧାପୁର ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବାଲି ବୋଝେଇ ହାଇୱାରେ ଅଟୋଟି ପିଟି ହୋଇଥିଲା। ଏଥିରେ ଥିବା ୭ ଜଣ…

ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବ ନେଇ ଉତ୍ତେଜନା

ଦାରିଙ୍ଗବାଡ଼ି,୧୭।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ସଂଯୋଗ ହୋଇଥିବା ଗୋପାଳପୁର-ରାଇପୁର ୫୯ ନଂ. ଜାତୀୟ ରାଜପଥ ସଂପ୍ରାସାରଣରେ ବିଳମ୍ବ ଏବଂ ଏହାକୁ ନେଇ ହେଉଥିବା ସମସ୍ୟାର ସମାଧାନ ପାଇଁ ଶନିବାର ସିମନବାଡ଼ିଠାରେ ରାଜପଥରେ ଠିକାସଂସ୍ଥାର ଏକାଧିକ ଗାଡ଼ିକୁ ଅଞ୍ଚଳବାସୀ ଅଟକ ରଖି…

ପୂଜକ ବେଶରେ ଅଭିଯୁକ୍ତ ଗିରଫ

ଦେବଗଡ଼,୧୭।୪(ଡି.ଏନ.ଏ.): ଦେବଗଡ଼ ସହରର ଜଣେ କପଡା ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ଯୁବକ ଅତୁଲ୍ୟ ମିଶ୍ରଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଦିଆଯାଇଛି। ଅଭିଯୁକ୍ତ ଯୁବକ ଛଦ୍ମବେଶରେ…

ଜାମିନ ଖାରଜ: ଝାରପଡ଼ା ଫେରିଲେ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୧୭।୪:ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ଟଙ୍କା ଠକେଇର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଅଭୟକାନ୍ତ ପାଠକ ଓ ପୁଅ ଆକାଶ ଜଡିତ ହେଉଛନ୍ତି। ଗୁରୁବାର ସେମାନଙ୍କ ଜାମିନ ପାଇଁ ଏସ୍‌ଡିଜେଏମ୍‌…

ତଦନ୍ତ କରିବେ ଲୋକାୟୁକ୍ତ ଅନୁସନ୍ଧାନ ଶାଖା ନିର୍ଦ୍ଦେଶକ

ଯାଜପୁର ଅଫିସ,୧୭।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଆମତ୍ସାତ୍‌ ହୋଇଛି। ଏନେଇ ରାଜ୍ୟ ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଲୋକାୟୁକ୍ତରେ ୧୪ା୧୦ା୨୦୧୯ରେ ଅଭିଯୋଗ କରିଥିଲେ। ଏହାପରେ…

କଟକଣା ସତ୍ତ୍ୱେ ଭିନ୍ନକ୍ଷମ ଶିବିର ଆୟୋଜନ

ନିଶ୍ଚିନ୍ତକୋଇଲି, ୧୭।୪: ରାଜ୍ୟ ସରକାର ଶୁକ୍ରବାରଠାରୁ କୋଭିଡ୍‌ କଟକଣା କଡ଼ାକଡ଼ି କରିଛନ୍ତି। ଏହି ସମୟରେ ଜନ ସମାଗମକୁ ସ୍ବୀକୃତି ନ ଦେବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ପକ୍ଷରୁ ନିଦ୍ଦେର୍ଶନାମାକୁ ଉଲ୍ଲଂଘନ କରାଯାଇଛି।…

୯ ଦିନରେ ୨.୭୦ କୋଟିରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

କଟକ ଅଫିସ, ୧୭।୪: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଶୁକ୍ରବାର ସ୍ପେଶାଲ ଡ୍ରାଇଭ୍‌ କରାଯାଇ ୯ ଦିନ ମଧ୍ୟରେ ୨.୭୦ କୋଟିରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ କରାଯାଇଛି। ମାତ୍ର ଏହି ଡ୍ରାଇଭ୍‌ର ନବମ ଦିନରେ ସାମାଜିକ ଦୂରତା…

ସୂର୍ଯ୍ୟମନ୍ଦିର ବନ୍ଦ, ନିରାଶରେ ଫେରିଲେ ପର୍ଯ୍ୟଟକ

କୋଣାର୍କ,୧୭।୪(ଡି.ଏନ.ଏ): ମହାମାରୀ କରୋନାର ଦ୍ୱିତୀୟ ଲହର ରାଜ୍ୟରେ କାୟା ବିସ୍ତାର କରିିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟମନ୍ଦିର ବନ୍ଦ ରଖିବା ଲାଗି କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ସୂର୍ଯ୍ୟମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?