ରୋଜଗାର ବାଟ ଦେଖାଇଛି ପିଜୁଳିଚାଷ

ଚିତ୍ରଡ଼ା,୧୭।୪(ଡି.ଏନ.ଏ.)- ଦିନେ ଯେଉଁଠି ଦୂବ କଅଁଳୁ ନ ଥିଲା ଏବେ ସେହି ଚାଷ ଜମି ହସୁଛି। ବିସ୍ତୀର୍ଣ୍ଣ ପଡ଼ିଆ ଜମିରେ ପିଜୁଳି ଚାଷ କରି ଉଦାହରଣ ସାଜିଛନ୍ତି ୪୦ ଚାଷୀ। ପ୍ରାୟ ୫୦ ଏକର ଡାହି ପଡ଼ିଆ ଜମିରେ ଉନ୍ନତମାନର ପିଜୁଳି ଚାଷ କରି ସେମାନେ ବେଶ ଦୁଇ ପଇସା ରୋଜଗାର କରିପାରିବା ସହିତ ବହୁ ଶ୍ରମିକଙ୍କୁ ରୋଜଗାର କ୍ଷମ କରାଇ ପାରିଛନ୍ତି। ଏଭଳି ଚାଷ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମରେ।
୨୦୧୫ରେ ୪୦ ଚାଷୀ ମିଳିତ ବୈଠକ କରି ପିଜୁଳି ଚାଷ କରିବା ପାଇଁ ସରକାରଙ୍କ ହର୍ଟିକଲଚର ବିଭାଗର ସହାୟତା ଲୋଡ଼ିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ଚାଷୀମାନଙ୍କୁ ସରକାର ଯୋଗାଇ ଦେଇଥିଲେ ସବୁକିଛି ସୁବିଧା। ସେମାନେ ନିଜ ଜାଗାରେ ପିଜୁଳି ଗଛ ଲଗାଇ ଦୀର୍ଘ ୩ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ଟାଙ୍ଗରା ଭୂଇଁରେ ଫଳାଇ ପାରିଛନ୍ତି ଉନ୍ନତମାନର ଭିଏନ୍‌ଆର ଜାତୀୟ ପିଜୁଳି। ଯେଉଁ ପିଜୁଳିକୁ ଦିନେ ଖାଇବା ପାଇଁ ଲୋକେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିଆସୁଥିଲେ ଏବେ ସେହି ପିଜୁଳି ଟନଟନ ଉତ୍ପାଦନ କରି ରାଜ୍ୟ ତଥା ରାଜ୍ୟ ବାହରକୁ ବିକ୍ରି ପାଇଁ ପଠାଇ ଖୁବ ଲାଭବାନ ହେଉଛନ୍ତି ଚାଷୀମାନେ। ୫୦ ଏକର ଜାଗାରେ ଲାଗିଛି ୫ହଜାରରୁ ଊଦ୍ଧର୍‌ବ ଭିଏନ୍‌ଆର ଜାତିର ପିଜୁଳି ଗଛ। ଯେଉଁ ଗଛ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁରରୁ ଆଣି ଲଗାଇଥିଲେ ପ୍ରତାପ ମହାନ୍ତ ଓ ଅନ୍ୟ ଚାଷୀମାନେ। ଏବେ ପ୍ରତି ବର୍ଷ ୧୦୦ ଟନ୍‌ ପିଜୁଳି ଉତ୍ପାଦନ ହେଉଛି। ପିଜୁଳି ଗଛର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଛନ୍ତି ଚାଷୀ ଜୟ ପ୍ରକାଶ ରାଉଳ। ପ୍ରତ୍ୟେକ ଦିନ ଗଛର ଯତ୍ନ ନେବା ପାଇଁ ୨୦ଜଣ ଶ୍ରମିକଙ୍କୁ କାମରେ ଲଗା ଯାଉଛି। ଦୈନିକ ୨୫୦ଟଙ୍କା ମଜୁରୀ ପାଇ ପରିବାର ଚଳାଉଥିବା କହିଛନ୍ତି ଶ୍ରମିକ ପ୍ରଦୀପ ଦାସ। ବଜାରରେ କିଲୋପ୍ରତି ୮୦ଟଙ୍କା ଦରରେ ପିଜୁଳି ବିକ୍ରି କରି ଖୁବ୍‌ ଲାଭବାନ ହେଉଛନ୍ତି ଏହି ଚାଷୀମାନେ। ତେବେ ସରକାରଙ୍କ ପକ୍ଷରୁ ଅଧିକ ସହାୟତା ମିଳିଲେ ସେମାନେ ପିଜୁଳି ଉତ୍ପାଦନ ବଢ଼ାଇବା ସହ ସମଗ୍ର ରାଜ୍ୟ ବାସୀଙ୍କ ଚାହିଦା ମେଣ୍ଟାଇ ପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଜନାଙ୍କଠାରୁ ତଥ୍ୟ ନେଲା ସିବିଆଇ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ଦୀର୍ଘ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରିବା ପରେ ସିବିଆଇକୁ ହସ୍ତାନ୍ତର...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିବ ଦରମା

ଭୁବନେଶ୍ୱର, ୯।୭(ବ୍ୟୁରୋ): ଲକ୍‌ଡାଉନ ଯୋଗୁ କେତେକ ସରକାରୀ କାର୍ଯ୍ୟାଳୟ ଆଂଶିକ ଖୋଲା କିମ୍ବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିରେ ନିଯୁକ୍ତ ଚୁକ୍ତିଭିତ୍ତିକ ଓ ଅବସରପ୍ରାପ୍ତ ସରକାରୀ...

ସାଲିଆସାହି ଦେଶୀମଦ ଭାଟି ଭାଙ୍ଗିଲା

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଦେଶୀମଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ ସମୟରେ ଅବକାରୀ ଟିମ୍‌ ଓ କମିଶନରେଟ ପୋଲିସ ପକ୍ଷରୁ ସେଠାରେ...

ଆକ୍ରମଣ କରି ଟଙ୍କା ଲୁଟି ନେଲେ ନକଲି ଆର୍‌ଟିଓ

ଜଳେଶ୍ୱର, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୬୦ନଂ. ଜାତୀୟ ରାଜପଥ ଜଳେଶ୍ୱର ନିକଟରେ ବାରମ୍ବାର ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅଭିଯୋଗ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରୁ ଚିଙ୍ଗୁଡି...

ଭୁବନେଶ୍ୱର ବିମାନବନ୍ଦରରେ ଚାଲିବ ମରାମତି କାର୍ଯ୍ୟ : ପର୍ଯ୍ୟାୟକ୍ରମେ ଆଠମାସ ବନ୍ଦ ରହିବ ରନ୍‌ଓ୍ବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କେତେକ ମରାମତି କାର୍ଯ୍ୟ କରାଯିବ। ନଭେମ୍ବର ୧ରୁ ଆସନ୍ତାବର୍ଷ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେର...

ମହୋତ୍ସବ ଲାଗି ସଜେଇ ହେଉଛି ଐତିହାସିକ ଜଉଗଡ଼

ପୁରୁଷୋତ୍ତମପୁର,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ ଥିବା ଐତିହାସିକ କଳିଙ୍ଗ ସମ୍ରାଟ ଅଶୋକଙ୍କ ଦ୍ୱାରା ଲିଖିତ ଅନୁଶାସନ ଜଉଗଡ଼ ମହୋତ୍ସବ ଲାଗି...

ରାଜ୍ୟରେ ବଢୁଛି ବେରୋଜଗାରୀ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଓଡ଼ିଶାର ଯୁବପିଢ଼ି ମଧ୍ୟରେ ବେରୋଜଗାରୀ ସମସ୍ୟା ଗୁରୁତର ଭାବେ ବୃଦ୍ଧି ପାଇଥିବା ଦେଖାଯାଇଛି। ନିକଟରେ ପ୍ରକାଶିତ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି...

‘ମିଶନ ପୂର୍ବୋଦୟ’ରେ ବଡ଼ ପଦକ୍ଷେପ’

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ଉଜ୍ଜ୍ୱଳା ଯୋଜନା ଦ୍ୱାରା ଗରିବଙ୍କ ଜୀବନରେ କ’ଣ ପରିବର୍ତ୍ତନ ଆସିଛି, ବିଶେଷଭାବେ ଏହା କରୋନା ସମୟରେ ଜଣାପଡିଛି। ଏହି ଯୋଜନାରେ ଦେଶର ୮ କୋଟି...

Advertisement
Archives

Model This Week