ରୋଜଗାର ବାଟ ଦେଖାଇଛି ପିଜୁଳିଚାଷ

ଚିତ୍ରଡ଼ା,୧୭।୪(ଡି.ଏନ.ଏ.)- ଦିନେ ଯେଉଁଠି ଦୂବ କଅଁଳୁ ନ ଥିଲା ଏବେ ସେହି ଚାଷ ଜମି ହସୁଛି। ବିସ୍ତୀର୍ଣ୍ଣ ପଡ଼ିଆ ଜମିରେ ପିଜୁଳି ଚାଷ କରି ଉଦାହରଣ ସାଜିଛନ୍ତି ୪୦ ଚାଷୀ। ପ୍ରାୟ ୫୦ ଏକର ଡାହି ପଡ଼ିଆ ଜମିରେ ଉନ୍ନତମାନର ପିଜୁଳି ଚାଷ କରି ସେମାନେ ବେଶ ଦୁଇ ପଇସା ରୋଜଗାର କରିପାରିବା ସହିତ ବହୁ ଶ୍ରମିକଙ୍କୁ ରୋଜଗାର କ୍ଷମ କରାଇ ପାରିଛନ୍ତି। ଏଭଳି ଚାଷ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମରେ।
୨୦୧୫ରେ ୪୦ ଚାଷୀ ମିଳିତ ବୈଠକ କରି ପିଜୁଳି ଚାଷ କରିବା ପାଇଁ ସରକାରଙ୍କ ହର୍ଟିକଲଚର ବିଭାଗର ସହାୟତା ଲୋଡ଼ିଥିଲେ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ଚାଷୀମାନଙ୍କୁ ସରକାର ଯୋଗାଇ ଦେଇଥିଲେ ସବୁକିଛି ସୁବିଧା। ସେମାନେ ନିଜ ଜାଗାରେ ପିଜୁଳି ଗଛ ଲଗାଇ ଦୀର୍ଘ ୩ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ଟାଙ୍ଗରା ଭୂଇଁରେ ଫଳାଇ ପାରିଛନ୍ତି ଉନ୍ନତମାନର ଭିଏନ୍‌ଆର ଜାତୀୟ ପିଜୁଳି। ଯେଉଁ ପିଜୁଳିକୁ ଦିନେ ଖାଇବା ପାଇଁ ଲୋକେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିଆସୁଥିଲେ ଏବେ ସେହି ପିଜୁଳି ଟନଟନ ଉତ୍ପାଦନ କରି ରାଜ୍ୟ ତଥା ରାଜ୍ୟ ବାହରକୁ ବିକ୍ରି ପାଇଁ ପଠାଇ ଖୁବ ଲାଭବାନ ହେଉଛନ୍ତି ଚାଷୀମାନେ। ୫୦ ଏକର ଜାଗାରେ ଲାଗିଛି ୫ହଜାରରୁ ଊଦ୍ଧର୍‌ବ ଭିଏନ୍‌ଆର ଜାତିର ପିଜୁଳି ଗଛ। ଯେଉଁ ଗଛ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁରରୁ ଆଣି ଲଗାଇଥିଲେ ପ୍ରତାପ ମହାନ୍ତ ଓ ଅନ୍ୟ ଚାଷୀମାନେ। ଏବେ ପ୍ରତି ବର୍ଷ ୧୦୦ ଟନ୍‌ ପିଜୁଳି ଉତ୍ପାଦନ ହେଉଛି। ପିଜୁଳି ଗଛର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଛନ୍ତି ଚାଷୀ ଜୟ ପ୍ରକାଶ ରାଉଳ। ପ୍ରତ୍ୟେକ ଦିନ ଗଛର ଯତ୍ନ ନେବା ପାଇଁ ୨୦ଜଣ ଶ୍ରମିକଙ୍କୁ କାମରେ ଲଗା ଯାଉଛି। ଦୈନିକ ୨୫୦ଟଙ୍କା ମଜୁରୀ ପାଇ ପରିବାର ଚଳାଉଥିବା କହିଛନ୍ତି ଶ୍ରମିକ ପ୍ରଦୀପ ଦାସ। ବଜାରରେ କିଲୋପ୍ରତି ୮୦ଟଙ୍କା ଦରରେ ପିଜୁଳି ବିକ୍ରି କରି ଖୁବ୍‌ ଲାଭବାନ ହେଉଛନ୍ତି ଏହି ଚାଷୀମାନେ। ତେବେ ସରକାରଙ୍କ ପକ୍ଷରୁ ଅଧିକ ସହାୟତା ମିଳିଲେ ସେମାନେ ପିଜୁଳି ଉତ୍ପାଦନ ବଢ଼ାଇବା ସହ ସମଗ୍ର ରାଜ୍ୟ ବାସୀଙ୍କ ଚାହିଦା ମେଣ୍ଟାଇ ପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri