ବକେୟା ୨ ହଜାର ଟଙ୍କା ନ ଦେବାରୁ ଠିକାଦାରଙ୍କୁ ହତ୍ୟା

କବିସୂର୍ଯ୍ୟନଗର,୧୬ା୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡ଼ା ଗାଁ ଦାଣ୍ଡରେ ଶୁକ୍ରବାର ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଠିକାଦାର ବକେୟା ୨ ହଜାର ଟଙ୍କା ନ ଦେବାରୁ ଏ. ବରିଡ଼ାର ଜଣେ ଶ୍ରମିକ ତାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମୃତକ ହେଲେ ଭାଟପଡ଼ା ଗ୍ରାମର ଟୁକୁନା ଛଟାଇ। ପୋଲିସ ମୃତଦେହ ଜବତ କରି ଅଭିଯୁକ୍ତ ଶ୍ରମିକ ରାଧାକୃଷ୍ଣ ସାହୁଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭାଟପଡ଼ାର ଟୁକୁନା ସ୍ଥାନୀୟ ଅଞ୍ଚଳରୁ ଆନ୍ଧ୍ରକୁ ଶ୍ରମିକ ପଠାନ୍ତି। ତାଙ୍କ ସହ ଯୋଗାଯୋଗ କରି ଏ. ବରିଡା ଗ୍ରାମର ରାଧାକୃଷ୍ଣ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସେ ୨୦୦୦ ଟଙ୍କା ପ୍ରାପ୍ୟ ପାଇବାକୁ ଥିବାବେଳେ ବାରମ୍ବାର ଠିକାଦାରଙ୍କୁ ମାଗି ନିରାଶ ହୋଇଥିଲେ। ଶୁକ୍ରବାର ସକାଳେ ଟୁକୁନା ଶ୍ରମିକ ଯୋଗାଡ଼ ପାଇଁ ଗୋବିନ୍ଦପୁର ଆସିଥିଲେ। ଏହା ଜାଣିବା ପରେ ବରିଡ଼ା ଗ୍ରାମ ଜଗନ୍ନଥ ମନ୍ଦିର ସମ୍ମୁଖରେ ରାଧାକୃଷ୍ଣ ତାଙ୍କୁ ଅଟକାଇ ବକେୟା ଟଙ୍କା ମାଗିଥିଲେ। ହେଲେ ଟୁକୁନା ଟଙ୍କା ପରେ ଦେବାକୁ କହିଥିଲେ। ଏଥିରେ ରାଧାକୃଷ୍ଣ ରାଗି ଯାଇ ଟୁକୁନାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ପ୍ରାଣବିକଳରେ ଟୁକୁନା ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ରାଧାକୃଷ୍ଣ ତାଙ୍କ ପେଟକୁ ବାରମ୍ବାର ଛୁରି ଭୁସି ଚାଲିଥିଲେ। ଫଳରେ ଅନ୍ତବୁଜୁଳି ବାହାରି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଟୁକୁନାଙ୍କ ବାପା ଜୟରାମ ଛଟାଇଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା(ନଂ.୧୩୮/୨୧) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁନରୁଦ୍ଧାର ନାଁରେ ବ୍ୟବସାୟ

ବାରିପଦା ଅଫିସ,୧୯ା୨-ମୟୂରଭଞ୍ଜ ଜିଲା ବେତନଟୀସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ(ଏମ୍‌ପିସି) ପରିସରରୁ ବେଆଇନ ମାଟି ଓ ମୋରମ ଉତ୍ତୋଳନ କରାଯିବା ପ୍ରତିବାଦରେ ଅଞ୍ଚଳବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।...

ସୁଆସ୍‌ତିଅ ସେବାରୁ ବଁଚିତ୍‌ ୩ ଗରଭ୍‌ବତୀ ମହିଲା

  ପର୍ଲା, ୭ା୧୨ (ଡି.ଏନ.ଏ.)- ସରକାର ଗରଭ୍‌ବତୀ, ପ୍ରସୂତି ଆର ଛୁଆକର ଲାଗି ଅନେକ ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନେଉଛନ୍‌। ଇଥିରଲାଗି ଗଁାଗଁାରେ ସରକାର ଅଙ୍ଗନଓ୍ବାଡି...

୧୦୮ ଆମ୍ବୁଲାନ୍ସର ଅପବ୍ୟବହାର କରୁଛନ୍ତି ଲୋକେ

ପଦ୍ମପୁର,୧୩।୬ (ଡି.ଏନ୍‌.ଏ.): ଦୁର୍ଘଟଣା କିମ୍ବା କୌଣସି ରୋଗରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ସରକାର ୧୦୮ ଆମ୍ବୁଲାନ୍ସ...

ଶ୍ମଶାନ ନିକଟରେ ରାସ୍ତାପାର ହେଉଥିଲା ସାପ: ଭୟରେ ଗଛରେ ପିଟିଦେଲେ ବାଇକ୍‌

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.) ରାସ୍ତା ମଝିରେ ଏକ ସାପକୁ ଦେଖି ଭୟଭୀତ ହୋଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି...

ବିରୋଧୀ ଦଳ ପ୍ରଶ୍ନ କଲେ ବିଜେଡିକୁ କଷ୍ଟ ହେଉଛି: ଭାଜପା

ଭୁବନେଶ୍ବର, ୭ା୨(ବ୍ୟୁରୋ): ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଆତଙ୍କିତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ନ ଦେଇ ବିଜେଡି ‘ଦୋଷାରୋପର ଖେଳ’ ଆରମ୍ଭ କରିଛି। ବିଶେଷକରି ନବ ଦାସଙ୍କୁ ତାଙ୍କ...

ଧରାକୋଟ ବ୍ଲକ ନକଲି ସାର୍ଟିଫିକେଟ୍‌ରେ ନିଯୁକ୍ତି; ଧରାପଡ଼ିଲେ ଆଉ ୩ ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୭ା୧୧-ନିଯୁକ୍ତି ବେଳେ ନକଲି ସାର୍ଟିଫିକେଟ୍‌ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଆଉ ୩ ଜଣ...

ଉଗ୍ରତାରା ପୀଠ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ୫-ଟି ସଚିବ ଭି.କେ ପାଣ୍ଡିଆନ ସୋମବାର ଖୋର୍ଦ୍ଧା ଜିଲା ବାଣପୁରର ପ୍ରସିଦ୍ଧ ମା’ ଭାଗବତୀ ମନ୍ଦିରର ଏବଂ ଟାଙ୍ଗୀର ମା’ ଉଗ୍ରତରା ମନ୍ଦିର ପରିଦର୍ଶନ...

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା

ରାଜନଗର,୧୮ା୫(ଡି.ଏନ.ଏ.): ଆମେ ଚାହୁଁ ଥିବା ରିଟେଲରଙ୍କ ପାଖରୁ ଆମକୁ ଚାଉଳ ଦିଅ। ଅନ୍ୟତ୍ର ଆମେ ଚାଉଳ ନେବୁନି। ଆମେ ବର୍ତ୍ତମାନ ହିତାଧିକାରୀଙ୍କୁ ଦିଆଯାଉଥିବା ରିଲିଫ୍‌ ଓ...

Advertisement
Archives

Model This Week