ଗରା ବାଲ୍‌ଟି ଧରି ରାସ୍ତା ଅବରୋଧ କଲେ ମହିଳା

ଉଦଳା,୧୭ା୪(ଡି.ଏନ.ଏ.)- ଜଳକଷ୍ଟ ସମସ୍ୟାକୁ ନେଇ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶାଳମୁଣ୍ଡଳି ଗ୍ରାମର ଶତାଧିକ ମହିଳା ଗରା ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଗ୍ରାମର ୮୦ରୁ ଅଧିକ ପରିବାର ଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ଗ୍ରାମରେ ୩ଟି ନଳକୂପ ଖନନ ହୋଇଥିଲେ ସୁଦ୍ଧା ସେଗୁଡ଼ିକ ଅଚଳ ହୋଇ ପଡ଼ିଛି। ଯାହାଫଳରେ ଲୋକେ ଗ୍ରାମରେ ଥିବା ଏକ ପାଣିଟାଙ୍କି ଉପରେ ନିର୍ଭର କରିଥାନ୍ତି। ପାଣିଟାଙ୍କି ମୋଟର ଏବଂ ଯନ୍ତ୍ରାଂଶକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବାରୁ ୩ ଦିନ ହେବ ଗ୍ରାମବାସୀ ପାଣି ବୁନ୍ଦାଏ ପାଇପାରୁନାହାନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚ ଏବଂ ବିଡିଓଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ। ଏହାର ପ୍ରତିବାଦରେ ଶତାଧିକ ମହିଳା ହାତରେ ଗରା ବାଲ୍‌ଟି ଧରି ଉଦଳା-ଶାଳୁମୁଣ୍ଡଳି-କୁଣ୍ଡାବାଇ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନ ଥିଲେ। ଖବରପାଇ ୧ନଂ. ଜୋନ ଜିଲା ପରିଷଦ ସଦସ୍ୟ ଚକ୍ରଧର ସିଂ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ସହିତ ଘଟଣା ବାବଦରେ ବିଡିଓ ଏବଂ ଆରଡବ୍ଲ୍ୟଏସ୍‌ଏସର ଅଧିକାରୀଙ୍କୁ ଜଣାଇଥିଲେ। ପରେ ଗ୍ରାମ ନିକଟରେ ଏକ ନଳକୂପ ବସାଯିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri