ଖାଲି ପଡ଼ିଛି ସୁପର ସ୍ପେଶିଆଲିଟି ପିଜି ସିଟ୍
କଟକ ଅଫିସ,୧୬।୯:ମେଡିକାଲ ପାଠ୍ୟକ୍ରମର ସର୍ବୋଚ୍ଚ ଡିଗ୍ରୀ ଏମ୍.ସିଏଚ୍(ମାଷ୍ଟର ଅଫ୍ ଚିରାଜି) ଏବଂ ଡିଏମ୍(ଡକ୍ଟର ଅଫ୍ ମେଡିସିନ) ପଢିବା ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କ ଆଗ୍ରହ କମିବାରେ ଲାଗିଛି। ଫଳରେ ଏବେ ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜର ସୁପର୍ ସ୍ପେଶିଆଲିଟି ବିଭାଗରେ ଏସବୁ ପିଜି…
ନନ୍ଦନକାନନ: ଭାଲୁ ଆରତି ଅସୁସ୍ଥ
ବାରଙ୍ଗ,୧୬।୯(ଡି.ଏନ୍.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ଆରତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ ଥିବା ଡାକ୍ତରଖାନା ନିଆଯାଇଛି। ଏହାସହ ତା’ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି।…
ସ୍ତ୍ରୀ ଆଗରେ ଆଖିବୁଜିଲେ ସ୍ବାମୀ
ଢେଙ୍କାନାଳ ଅଫିସ, ୧୬।୯:କରୋନା ମାରିଦେଲା ମଣିଷପଣିଆ। ଡାକ୍ତରଖାନା ବାରଣ୍ଡାରେ ପଡ଼ି ଯନ୍ତ୍ରଣା ଭୋଗୁଥିଲେ ଅଥଚ, କେହି ପଚାରିଲେନି କି ପାଖ ମାଡ଼ିଲେନି। ଶେଷରେ ଛଟପଟ ହୋଇ ସ୍ତ୍ରୀଙ୍କ ଆଖି ଆଗରେ ଚାଲିଗଲା ସ୍ବାମୀ ଜୀବନ। ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଆସିଛି…
ସାର ପାଇଁ ଜିଲା କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ
ହରଭଙ୍ଗା, ୧୬ା୯(ଡି.ଏନ.ଏ.) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଓ ନାୟକପଡ ଗ୍ରାମର ଶତାଧିକ ଚାଷୀ ସାର ଯୋଗାଣ ଦାବିରେ ମଙ୍ଗଳବାର ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସେମାନଙ୍କ କହିବା ଅନୁଯାଇ ବର୍ତ୍ତମାନ…
ପାଣି ପାଇଁ ତାତିଲେ ମହିଳା
ଟିଟିଲାଗଡ଼, ୧୬।୯ (ଡି.ଏନ.ଏ.) – ବଲାଙ୍ଗୀର ଜିଲା ଟିଟିଲାଗଡ ସହର ୱାର୍ଡ ନମ୍ବର ୧ ସର୍ଗିଗୁଡାରେ ପାନୀୟ ଜଳ ସମସ୍ୟା ସଙ୍ଗୀନ ରୂପ ନେଇଛି। ବିଭିନ୍ନ ସମୟରେ ଓ୍ବାର୍ଡବାସୀ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ।…
ବନ୍ୟାରେ ୧୧ ପଞ୍ଚାୟତର ୫୦% ଚାଷ କ୍ଷତିଗ୍ରସ୍ତ
ତିହିଡ଼ି, ୧୬ା୯(ସ୍ବ.ପ୍ର.)- ତିହିଡ଼ି ବ୍ଲକରେ ଚଳିତ ବନ୍ୟା ଯୋଗୁ ୧୧ ପଞ୍ଚାୟତର ୫୦ ପ୍ରତିଶତ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ନେଇ ବ୍ଲକ କୃଷି ବିଭାଗ ପକ୍ଷରୁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ନିକଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ…
କଟକ ସହରରୁ ଆଉ ୨୪୦ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ, ୧୫।୯: କଟକ ଜିଲାରୁ ମଙ୍ଗଳବାର ଆଉ ୩୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୦ ଜଣ କଟକ ସହରର ବୋଲି ସିଏମ୍ସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୯୨ ଜଣ…
ଗଞ୍ଜାମ ସହରରେ ଅଧିକାଂଶ ଲୋକ ବର୍ତ୍ତମାନ ପିନ୍ଧୁନାହାନ୍ତି ମାସ୍କ
ଗଞ୍ଜାମ,୧୫।୯(ଡି.ଏନ୍.ଏ.): ଗଞ୍ଜାମସହରରେ ମହାମାରୀ କରୋନା ସ୍ଥିତି ବର୍ତମାନ ନିୟନ୍ତ୍ରଣ ଥିବା ଜଣା ପଡିଛି । ଏହି ଏନ୍ଏସି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା ବେଳେ ୮୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସହରର ଦୁଇ ଜଣ…
ମହାପ୍ରଭୁଙ୍କ ଜମି ହାତେଇବାକୁ ମସୁଧା
ପୁରୀ ଅଫିସ, ୧୫।୯: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ଏହି ଜମି କେବଳ ପୁରୀ କିମ୍ବା ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ବି ଅଛି। କିନ୍ତୁ ପରିତାପର ବିଷୟ ହଜାର ହଜାର ଏକର ଜମି…
ମୂର୍ତ୍ତି କାରିଗର ପାଲଟିଲେ ଛତୁଚାଷୀ
ଖୋର୍ଦ୍ଧା ଅଫିସ,୧୫।୯: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ଛତୁ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ମାଳି ସାହିର ମୂର୍ତ୍ତି କାରିଗର ଆଶିଷ ରଣା। ସୂଚନା…
ଆଶୀର୍ବାଦଙ୍କୁ କ୍ଲିନ୍ଚିଟ୍
କଟକ ଅଫିସ,୧୫।୯: ରାଜ୍ୟ କ୍ରୀଡାର ବରିଷ୍ଠ ସଙ୍ଗଠକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍କୋର୍ଟ କ୍ଲିନ୍ଚିଟ୍ ଦେଇଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ ବିବାଦୀୟ ଜମି ଉପରେ ଦୋକାନ ଗୃହ, କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ସିବିଆଇ ଜାଲରେ ଆଶୀର୍ବାଦ ଛନ୍ଦି ହୋଇଥିଲେ। ପରବର୍ତ୍ତୀ…
ମା’ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟରେ ପିଟିଶନ
ଯାଜପୁର ଟାଉନ, ୧୫।୯ (ଡି.ଏନ୍.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତବର୍ଷ କରାଇବାକୁ ସେବାୟତ ପରିଷଦ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପ୍ରତିବର୍ଷ ମା’ଙ୍କର ଦୂର୍ଗାପୂଜା ଅବସରରେ ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ…
Archives


