ଉପଖଣ୍ଡରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୧ା୫ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ମହୁଲି ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍‌ ଭାବେ ଚଢ଼ାଉ କରାଯାଉ ନ ଥିବା ଯୋଗୁ ଚୋରା ମଦ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି କାରବାର ଚଳାଇଛନ୍ତି। ଏପରି କି ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ଦୈନିକ ଦେଶୀ ମଦ ଭାଟି କର୍ମଚାରୀମାନେ ବାଇକ୍‌ ଯୋଗେ ବିଭିନ୍ନ ଗ୍ରାମକୁ ଚୋରା ମଦ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ହଣ୍ଡପା, କିଶୋରନଗର, କିଆକଟା, ଆଠମଲ୍ଲିକ, ଠାକୁରଗଡ ଥାନାର ବଇଣ୍ଡା, ଜମ୍ବୁନାଳି, ମଧପୁର, ହିଞ୍ଜିରିଡା, ବିଲେଇନାଳି, ବୁଦୁଲିମୁଣ୍ଡା, କନ୍ଧରାମୁଣ୍ଡା, ଆମ୍ବାପାଳ, ହିମିତିରା, ଜଏରାଟ, ଧଉରାପାଲି, ସଞ୍ଜାମୁରା, ରଣିଆକଟା, ଉରୁକୁଳା, ସାନହୁଲା, ପେଡିପଥର, ମଇମୁରା, ସପଘରା, ହାଟପଦା, ପତାକା, ଆଠମଲ୍ଲିକ, ଜମ୍ବୁଡୋଲି, ଲୁହାସିଂହା, ମାଧପୁର, ପୁରୁଣାମାଣିତ୍ରି, କିଆକଟା, ବାସୁଦେବପୁର ଅଞ୍ଚଳରେ ଏହି ଚୋରା ମଦ କାରବାର ବୃଦ୍ଧି ପାଉଛି। କେତେଜଣ ଚୋରା ମଦ ବ୍ୟବସାୟୀ ବିଭିନ୍ନ ଗୁପ୍ତ ସ୍ଥାନରେ ଦେଶୀ ମହୁଲି ମଦ ରାନ୍ଧି ବ୍ୟବସାୟ କରୁଛନ୍ତି। ହେଲେ ଅବକାରୀ ବିଭାଗ ପକ୍ଷରୁ କେଉଁଠି କାଁ ଭାଁ ଚଢାଉ କରାଯାଇ ୫ ରୁ ୧୦ ଲିଟର ମଦ ଜବତ କରାଯାଉଛି।
ଏପ୍ରିଲ ଓ ମେ ମାସରେ ଅବକାରୀ ବିଭାଗ ପକ୍ଷରୁ ଆଠମଲ୍ଲିକ ଥାନାର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୩୦ ଲିଟର ମଦ ଜବତ ସହ ୧୪୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଏ ନେଇ ୪ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଠାକୁରଗଡ ଥାନା ଅଞ୍ଚଳରେ ୧୩୦ ଲିଟର ମହୁଲି ମଦ ଜବତ କରାଯାଇଛି। ୧୧ଟି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ହଣ୍ଡପା ଥାନା ଅଞ୍ଚଳରେ ୧୫ ଲିଟର ମଦ ଜବତ ସହ ୧୨୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ୨ଟି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। କିଶୋରନଗର ଥାନା ଅଞ୍ଚଳରୁ ୧୩୦ ଲିଟର ଦେଶୀ ମହୁଲି, ୪ ଲିଟର ବିଦେଶୀ ମଦ ଓ ୧୫ କୁଇଣ୍ଟାଲ ମହୁଲ ଜବତ କରାଯାଇଛି। ୧୨ଟି ମାମଲା ରୁଜୁ କରାଯିବା ସହ ୧୧ ଜଣଙ୍କୁ ଗିରଫ କରାଯାଇଛି। ବଇଣ୍ଡା ଠାରେ ଏକ ଅବକାରୀ ଥାନା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ଥାନା ଅଧୀନରେ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଥିବାବେଳେ ଦୀର୍ଘ ଦିନ ହେବ ଉପନିରୀକ୍ଷକ ପଦବୀ ଖାଲିପଡ଼ିଛି। ଜଣେ ସହକାରୀ ଉପ ନିରୀକ୍ଷକ ଓ ଜଣେ ମହିଳା କନଷ୍ଟେବଳ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ଅନୁଗୋଳରେ ରହୁଛନ୍ତି। ଫଳରେ ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଆଠମଲ୍ଲିକ ଅବକାରୀ ବିଭାଗ ଉପ ନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି କହିଛନ୍ତି, ବିଭାଗ ପକ୍ଷରୁ ଅନେକ ସମୟରେ ଉପଖଣ୍ଡର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ମଦ ଜବତ କରାଯାଉଛି। ବଇଣ୍ଡାଠାରେ ହୋଇଥିବା ନୂତନ ଥାନା କାମ ଶେଷ ହୋଇ ନ ଥିବାରୁ ବିଭାଗକୁ ହସ୍ତାନ୍ତର ହୋଇନାହଁି।

ଅବକାରୀ ଥାନା କାର୍ଯ୍ୟକ୍ଷମ ହେଉନି
ବଇଣ୍ଡା ଅଞ୍ଚଳରେ ନିର୍ମାଣ ହୋଇଥିବା ଅବକାରୀ ଥାନା କାର୍ଯ୍ୟକ୍ଷମ ହେଉନାହିଁ। ନିଯୁକ୍ତ କର୍ମଚାରୀମାନେ ମଧ୍ୟ ଏଠାରେ ରହୁ ନାହାନ୍ତି। ଚଳିତବର୍ଷ ମହୁଲ ଫୁଲ ପ୍ରଚୁର ମାତ୍ରାରେ ସଂଗ୍ରହ ହୋଇଥିବାରୁ କେତେଜଣ ଯୁବକ ମଦ ରାନ୍ଧି ବ୍ୟବସାୟ କରୁଛନ୍ତି।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ବଇଣ୍ଡା
ଠିକ୍‌ ଭାବେ ଚଢ଼ାଉ କରାଯାଉନି
ପଞ୍ଚାୟତର ଅନେକ ବିଦ୍ୟାଳୟ ନିକଟରେ ଚୋରା ଦେଶୀ ମହୁଲି ମଦ ବିକ୍ରି ହେଉଛି। କରୋନା ପାଇଁ ଠିକ୍‌ ଭାବେ ଚଢାଉ ହେଉ ନ ଥିବା ଯୋଗୁ ଗ୍ରାମାଞ୍ଚଳରେ ନିଶା କାରବାର ବୃଦ୍ଧିପାଉଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ।
-ସନ୍ତୋଷ ଦେହୁରୀ, ସାନଗୋବିନ୍ଦପୁର
ନୂଆ ବ୍ୟବସାୟୀଙ୍କୁ ଗିରଫ କରାଯାଉନି
ଘନ ଘନ ଚଢ଼ାଉ କରା ନ ଯାଇ କେତେଜଣ ପୁରୁଣା ଚୋରା ମଦ ବ୍ୟବସାୟୀଙ୍କୁ ପ୍ରତିବର୍ଷ ୨ ଥର ଲେଖାଏ ଗିରଫ କରି କାମ ସାରିଦିଆଯାଉଛି। ନୂଆ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଉନାହିଁ। ବିଭାଗୀୟ ଅଧିକାରୀମାନେ ଚାହିଲେ ଏହି ବ୍ୟବସାୟକୁ ରୋକା ଯାଇପାରିବ।
-ଅଞ୍ଜନ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ, ଆଠମଲ୍ଲିକ
ଚଢ଼ାଉ ପୂର୍ବରୁ ଫେରାର ହେଉଛନ୍ତି
କରୋନା ପାଇଁ ଏବେ ଠିକ୍‌ ଭାବେ ଚଢ଼ାଉ ହେଉନାହିଁ। ଏହାର ସୁଯୋଗ ନେଇ ଗ୍ରାମାଞ୍ଚଳର କେତେଜଣ ଯୁବକ ଜଙ୍ଗଲିଆ ସ୍ଥାନରେ ମହୁଲ ଫୁଲ ରାନ୍ଧି ବିକ୍ରି କରୁଛନ୍ତି। ଚଢ଼ାଉ ପୂର୍ବରୁ ବ୍ୟବସାୟୀମାନେ ସାମଗ୍ରୀ ଲୁଚାଇ ଫେରାର ହୋଇଯାଉଛନ୍ତି।
-ଗରକି ଦେଓ, ନାକିଚି


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରୀର ଚର୍ବି ବଢ଼ାଉଛି ଘୁଷୁରି ମାଂସ

ବନ୍ତଳା, ୧୫ା୩(ଦିନେଶ ଦେହୁରୀ) – ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ୩ ମାସ ହେଲା ବନ୍ଦୀ ଜୀବନ କାଟୁଥିବା ବାନ୍ଧବଗଡ଼ର...

ରଦ୍ଦ ହେଲା ବିକ୍ରମ ସାହୁଙ୍କ ମଦ ଲାଇସେନ୍ସ

ଅନୁଗୋଳ ଅଫିସ, ୨୭।୬ – ଲକ୍‌ଡାଉନ ବେଳେ ସିଲ୍‌ ହୋଇଥିବା ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ଚୋରା କାରବାର ଅଭିଯୋଗରେ ଗତ ଏପ୍ରିଲ୍‌ ୨୩ ବିଳମ୍ବିତ...

ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ

ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ...

ଦୁର୍ଦ୍ଦିନରେ ୨ ହଜାର ବାଦ୍ୟକାର

ବଅଁରପାଳ, ୨୮ା୭(ଡି.ଏନ.ଏ.) କରୋନା ବ୍ୟାପିବା ପୂର୍ବରୁ ବର୍ଷ ତମାମ ହାତକୁ କାମ ଆସୁଥିଲା। ରୋଜଗାରରେ କୌଣସି ଅସୁବିଧା ହେଉ ନ ଥିଲା। ବାଦ୍ୟ, ସଙ୍ଗୀତ ପରିବେଷଣ...

ଛାତ୍ରାବାସ ଉଚ୍ଛେଦକୁ ବିରୋଧ

ବଇଣ୍ଡା,୩୦।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସକୁ ସୋମବାର କିଶୋରନଗର ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦକୁ ବିଦ୍ୟାଳୟ ପରିଚାଳନା...

ମନମୋହିଲା ପାଇକ ସମରକଳା

କଣିହଁ।, ୮।୧୦(ଡି.ଏନ.ଏ.)-କଣିହଁ। ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଜୟାଦଶମୀ ଓ ଦଶହରା ଉତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ବଜ୍ରକୋଟ ଗ୍ରାମରେ ଦେବୋତ୍ତର କମିଟି ସଭାପତି ଫକୀରମୋହନ...

ଜବରଦଖଲ ଉଚ୍ଛେଦ ଦାବିରେ ଗଣଧାରଣା

ଛେଣ୍ଡିପଦା,୧୯।୧(ସ୍ବ.ପ୍ର.) – ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରା ପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏଥିଯୋଗୁ...

ଓ୍ବେଲଫେୟାର କମିଟିର ସହଯୋଗ

ବଅଁରପାଳ, ୨୨ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକମର୍ର୍ା ପୂଜାରେ ଜନ ସମାଗମ ଲାଗି ରହିଛି। ୨୩ ମଣ୍ଡପରେ ପ୍ରଭୁଙ୍କ ପୂଜା ଚାଲିଛି। ଶାନ୍ତି...

Advertisement
Archives

Model This Week