ଡରାଇଲାଣି ସମ୍ଭାବ୍ୟ ବାତ୍ୟା

ଭୋଗରାଇ,୨୧।୫(ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଉପୂକଳରେ ତାଣ୍ଡବ ରଚାଇବ ବୋଲି ବିଭିନ୍ନ ପାଣିପାଗ ଦପ୍ତର ଆଗୁଆ ସତର୍କ ସୂଚନା ଦେବା ଯୋଗୁ ଉପକୂଳବାସୀ ଭୟଭୀତ ହୋଇପଡିଛନ୍ତି। ବାଲେଶ୍ୱର ଜିଲାପାଳ, ଏସ୍‌ପିଙ୍କ ସହ ଜିଲା ଉଚ୍ଚପଦାଧିକାରୀମାନେ ଗୁରୁବାର ପ୍ରତି ବ୍ଲକରେ ପ୍ରଶାସନ ଅଧିକାରୀଙ୍କୁ ନେଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଭର୍ଚୁଆଲ ବୈଠକ କରିଛନ୍ତି। ବାତ୍ୟା ଆଶଙ୍କାକୁ ନେଇ ସମସ୍ତ ସରକାରୀ କର୍ମଚାରୀ ସଜାଗ ରହିବା ସହିତ ଆବଶ୍ୟକ ରିଲିଫ୍‌ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ବିପନ୍ନମାନଙ୍କୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୋଗରାଇ ବ୍ଲକ ପରିସରରେ ଭର୍ଚୁଆଲ ବୈଠକରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ, ଅଗ୍ନିଶମ ବିଭାଗର ଅଧିକାରୀ, ଚିକିତ୍ସାଧିକାରୀ, ବ୍ଲକ ଚେୟାରମ୍ୟାନ୍‌ ସହ ବିଭିନ୍ନ ବିଭଗର ଅଧିକାରୀମାନେ ଯୋଗଦେଇ ବାତ୍ୟା ସମ୍ପର୍କିତ ସମସ୍ତ ପଦକ୍ଷେପ ନେବାର ସିଦ୍ଧାନ୍ତ ହୋଇଛି। ଭୋଗରାଇ ବ୍ଲକରେ ୨୨ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧୬୦ଟି ସ୍କୁଲକୁ ସାନିଟାଇଜ୍‌ କରାଯାଇଛି। ଏଥିରେ ବିପନ୍ନମାନଙ୍କୁ ରଖାଯିବା ସହ ଖାଦ୍ୟ, ବିଦ୍ୟୁତ୍‌ ଓ ପାନୀୟଜଳ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସମୁଦ୍ର କୂଳିଆ ଅଞ୍ଚଳର ଗ୍ରାମବାସୀଙ୍କୁ ଉଚ୍ଚସ୍ଥାନକୁ ଉଠିଯିବା ସହ ସୁରକ୍ଷିତ ସ୍ଥାନରେ ରଖାଯିବାର ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଅପରପକ୍ଷରେ ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ସରକାର ବାତ୍ୟା ଆଶଙ୍କାକୁ ନେଇ ଆଲିପୁର ପାଣିପାଗ ଦପ୍ତର ଘନ ଘନ ସତର୍କ ସୂଚନା ଦେବା ଉପକୂଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ସମୁଦ୍ର ଅଶାନ୍ତ ହେବା ସହିତ ବଡ଼ ବଡ଼ ଢ଼େଉ ଉଚ୍ଚରେ ଉଠି କୂଳ ଆଡ଼କୁ ମାଡ଼ ହେବାର ସମ୍ଭାବନା ଥିବାରୁ ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସହସ୍ରାଧିକ ମତ୍ସ୍ୟଜୀବୀ ଏବେ କୂଳ ମୁହାଁ ହେଉଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ଗଭୀର ସାମୁଦ୍ରିକ ମାଛ ମାରିବାକୁ ଯାଇଥିବା ଟ୍ରଲରଗୁଡ଼ିକ କୂଳକୁ ଫେରି ଆସିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ଗତି ଅଧିକ ଗତିଶୀଳ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ବୋଲି କେତେକ ପାଣିପାଗ ଦପ୍ତର ସତର୍କ ସୂଚନା ଦେଉଥିବା ବେଳେ ସମୁଦ୍ରକୂଳବାସୀଙ୍କ ଭୀତି ବଢ଼ାଇଛି। ନଡ଼ାଛପର ଥିବା ଘରକୁ ରସିରେ ଲୋକେ ବାନ୍ଧୁଥିବା ବେଳେ ରବିଧାନ ଚାଷ ଅମଳକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ତପତ୍ରତା ପ୍ରକାଶ ପାଇଛି।
ଗତବର୍ଷ ଅମ୍ଫାନ ବାତ୍ୟାର ତାଣ୍ଡବ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ‘ୟାସ’ ସମ୍ଭାବ୍ୟ ବାତ୍ୟା ଛାରଖାର କରିବାର ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଆଜିଠୁ ଆକାଶରେ ମେଘମାଳ ସଞ୍ଚାର ହେବାରୁ ସୂର୍ଯ୍ୟ ଓ ମେଘର ଲୁଚକାଳି ଖେଳ ହେଉଛି ଓ ପାଗରେ ପରିବର୍ତ୍ତନ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ପର୍ଯ୍ୟାୟରେ ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ୱର,୭।୪(ବ୍ୟୁରୋ): ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି)ର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଇତିମଧ୍ୟରେ ମୁଖ୍ୟ ବିଲ୍ଡିଂ ନିର୍ମାଣ କାମ ଶେଷ ହୋଇଥିବାବେଳେ...

ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌, ଅଭିଯୁକ୍ତ ଗିରଫ

ବଡ଼ବିଲ,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ...

ଆହୁରି ୩ରୁ ୪ ଦିନ ଥରିବ ଓଡ଼ିଶା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଶୀତରେ ଥରୁଛି ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ। ଦିନ ତମାମ କୋହଲା ପବନ ବହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତର-ପଶ୍ଚିମ...

ବାରଙ୍ଗ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଉତ୍ପାଦନମୁଖୀ କରାଯିବ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାରଙ୍ଗସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରକୁ ଅଧିକ ସଶକ୍ତ ଓ କ୍ରିୟାଶୀଳ କରାଯିବ। ଏଥିସହିତ ସେଠାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ତାଲିମ ବ୍ୟବସ୍ଥାକୁ ଦୃଢ଼ କରାଯିବ।...

ବାହାନଗା ରେଳ ଦୁର୍ଘଟଣା: ରେଲୱେର ଦାୟିତ୍ୱହୀନତା ନେଇ ଏତଲା

ବାଲେଶ୍ୱର ଅଫିସ,୫।୬: ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ନେଇ ସୋମବାର ଥାନାରେ ଏତଲା ହୋଇଛି। ବାଲେଶ୍ୱର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ...

ପୋଲିସ ବିଭାଗରେ ଅଦଳବଦଳ: ବଦଳିଲେ ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇ

କଟକ ଅଫିସ,୭।୬: ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ...

ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ: ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ,୧.୧(ଡି.ଏନ.ଏ): ନବବର୍ଷ ଉପଲକ୍ଷେ ପ୍ରଥମ ସୂର୍ଯ୍ୟଦର୍ଶନ ପାଇଁ ବୁଧବାର ଭୋର ଚାରିଟାରୁ ଚନ୍ଦ୍ରଭାଗା କୂଳରେ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼...

ବଣରେ ପରିଣତ ୯ ଲକ୍ଷର ନୀଳକଣ୍ଠେଶ୍ୱର ଗ୍ରାମୀଣ ପାର୍କ

କେନ୍ଦ୍ରାପଡ଼ା ଅଫିସ, ୧୨ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତ ଦେଉଳି ଗ୍ରାମ ଓ ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ କଳପଡା ଗ୍ରାମ ମଝିରେ...

Advertisement
Archives

Model This Week