ଡରାଇଲାଣି ସମ୍ଭାବ୍ୟ ବାତ୍ୟା

ଭୋଗରାଇ,୨୧।୫(ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଉପୂକଳରେ ତାଣ୍ଡବ ରଚାଇବ ବୋଲି ବିଭିନ୍ନ ପାଣିପାଗ ଦପ୍ତର ଆଗୁଆ ସତର୍କ ସୂଚନା ଦେବା ଯୋଗୁ ଉପକୂଳବାସୀ ଭୟଭୀତ ହୋଇପଡିଛନ୍ତି। ବାଲେଶ୍ୱର ଜିଲାପାଳ, ଏସ୍‌ପିଙ୍କ ସହ ଜିଲା ଉଚ୍ଚପଦାଧିକାରୀମାନେ ଗୁରୁବାର ପ୍ରତି ବ୍ଲକରେ ପ୍ରଶାସନ ଅଧିକାରୀଙ୍କୁ ନେଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଭର୍ଚୁଆଲ ବୈଠକ କରିଛନ୍ତି। ବାତ୍ୟା ଆଶଙ୍କାକୁ ନେଇ ସମସ୍ତ ସରକାରୀ କର୍ମଚାରୀ ସଜାଗ ରହିବା ସହିତ ଆବଶ୍ୟକ ରିଲିଫ୍‌ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ବିପନ୍ନମାନଙ୍କୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୋଗରାଇ ବ୍ଲକ ପରିସରରେ ଭର୍ଚୁଆଲ ବୈଠକରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ, ଅଗ୍ନିଶମ ବିଭାଗର ଅଧିକାରୀ, ଚିକିତ୍ସାଧିକାରୀ, ବ୍ଲକ ଚେୟାରମ୍ୟାନ୍‌ ସହ ବିଭିନ୍ନ ବିଭଗର ଅଧିକାରୀମାନେ ଯୋଗଦେଇ ବାତ୍ୟା ସମ୍ପର୍କିତ ସମସ୍ତ ପଦକ୍ଷେପ ନେବାର ସିଦ୍ଧାନ୍ତ ହୋଇଛି। ଭୋଗରାଇ ବ୍ଲକରେ ୨୨ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧୬୦ଟି ସ୍କୁଲକୁ ସାନିଟାଇଜ୍‌ କରାଯାଇଛି। ଏଥିରେ ବିପନ୍ନମାନଙ୍କୁ ରଖାଯିବା ସହ ଖାଦ୍ୟ, ବିଦ୍ୟୁତ୍‌ ଓ ପାନୀୟଜଳ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସମୁଦ୍ର କୂଳିଆ ଅଞ୍ଚଳର ଗ୍ରାମବାସୀଙ୍କୁ ଉଚ୍ଚସ୍ଥାନକୁ ଉଠିଯିବା ସହ ସୁରକ୍ଷିତ ସ୍ଥାନରେ ରଖାଯିବାର ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଅପରପକ୍ଷରେ ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ସରକାର ବାତ୍ୟା ଆଶଙ୍କାକୁ ନେଇ ଆଲିପୁର ପାଣିପାଗ ଦପ୍ତର ଘନ ଘନ ସତର୍କ ସୂଚନା ଦେବା ଉପକୂଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ସମୁଦ୍ର ଅଶାନ୍ତ ହେବା ସହିତ ବଡ଼ ବଡ଼ ଢ଼େଉ ଉଚ୍ଚରେ ଉଠି କୂଳ ଆଡ଼କୁ ମାଡ଼ ହେବାର ସମ୍ଭାବନା ଥିବାରୁ ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ସହସ୍ରାଧିକ ମତ୍ସ୍ୟଜୀବୀ ଏବେ କୂଳ ମୁହାଁ ହେଉଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ଗଭୀର ସାମୁଦ୍ରିକ ମାଛ ମାରିବାକୁ ଯାଇଥିବା ଟ୍ରଲରଗୁଡ଼ିକ କୂଳକୁ ଫେରି ଆସିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ଗତି ଅଧିକ ଗତିଶୀଳ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ବୋଲି କେତେକ ପାଣିପାଗ ଦପ୍ତର ସତର୍କ ସୂଚନା ଦେଉଥିବା ବେଳେ ସମୁଦ୍ରକୂଳବାସୀଙ୍କ ଭୀତି ବଢ଼ାଇଛି। ନଡ଼ାଛପର ଥିବା ଘରକୁ ରସିରେ ଲୋକେ ବାନ୍ଧୁଥିବା ବେଳେ ରବିଧାନ ଚାଷ ଅମଳକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ତପତ୍ରତା ପ୍ରକାଶ ପାଇଛି।
ଗତବର୍ଷ ଅମ୍ଫାନ ବାତ୍ୟାର ତାଣ୍ଡବ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ‘ୟାସ’ ସମ୍ଭାବ୍ୟ ବାତ୍ୟା ଛାରଖାର କରିବାର ଆଶଙ୍କାକୁ ଦ୍ୱିଗୁଣିତ କରିଛି। ଆଜିଠୁ ଆକାଶରେ ମେଘମାଳ ସଞ୍ଚାର ହେବାରୁ ସୂର୍ଯ୍ୟ ଓ ମେଘର ଲୁଚକାଳି ଖେଳ ହେଉଛି ଓ ପାଗରେ ପରିବର୍ତ୍ତନ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?