ପିମ୍ପଲ ପିଏମ୍‌ଜିଏସ୍‌ୱାଇ କାମ ଅସମ୍ପୂର୍ଣ୍ଣ

ଯାଜପୁର ଅଫିସ/ରଗଡ଼ି(ଡି.ଏନ୍‌.ଏ.),୨୧।୫: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ୨୧୫ ନମ୍ବର ଜାତୀୟ ରାଜପଥଠାରୁ ପିମ୍ପଲ ପର୍ଯ୍ୟନ୍ତ ୨.୯୮୦ କିମି ରାସ୍ତା ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ନ ପାରିବା ଠିକାଦାର ଭାଗୀରଥି ସାହୁଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କ ପ୍ରଥମ ଶ୍ରେଣୀ ଠିକାଦାରି ଲାଇସେନ୍ସକୁ କଳା ତାଲିକାଭୁକ୍ତ କରିବାକୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ (ପତ୍ର ସଂଖ୍ୟା ୨୨୯୫/୧୯ା୫ା୨୦୨୦)ରେ ମୁଖ୍ୟଯନ୍ତ୍ରୀ (ପିଏମ୍‌ଜିଏସ୍‌ୱାଇ)ଙ୍କୁ ସୁପାରିସ କରିଛନ୍ତି।
ଅନ୍ୟପକ୍ଷେ ୩ ବର୍ଷ ହେବ କେତେକ ନିର୍ମାଣ ସାମଗ୍ରୀ ରାସ୍ତାରେ ପଡ଼ିରହିଛି। ଏଥିଯୋଗୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସମ୍ପୃକ୍ତ ଠିକାଦାର ନିମ୍ନମାନର କାମ କରିଛନ୍ତି। ସେ ବାବଦରେ ପ୍ରାୟ ୨୪ ଲକ୍ଷ ଟଙ୍କାର ବିଲ୍‌ କରି ଅର୍ଥ ଆମତ୍ସାତ୍‌ କରିବାକୁ ମସୁଧା ହେଉଥିବା ଚର୍ଚ୍ଚା ଜୋର ଧରିଛି। ଏହା କେବଳ ଗୋଟିଏ ଘଟଣା ନୁହେଁ, ଯାଜପୁର ଜିଲାରେ ଶତାଧିକ ପିଏମ୍‌ଜିଏସ୍‌ୱାଇ କାମ ଅସମ୍ପୂର୍ଣ୍ଣ ରଖି ଅର୍ଥ ଚଳୁ କରାଯାଉଥିବା ଅଭିଯୋଗ ହୋଇଛି।
କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲାର ରାସ୍ତାଘାଟର ନିର୍ମାଣ, ପୁନଃ ନିର୍ମାଣ, ପ୍ରଶସ୍ତୀକରଣ ଓ ମରାମତି ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି ା ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ସରକାର ପିଏମ୍‌ଜିଏସ୍‌ୱାଇ ପ୍ରଣୟନ କରିଛନ୍ତି। ପ୍ରତି ୧ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଯୋଜନାର ଲକ୍ଷ୍ୟ। ତେବେ ଜିଲାର ଯାଜପୁର ଓ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନର କେତେଜଣ ଯନ୍ତ୍ରୀଙ୍କ ସମେତ ଠିକାଦାରଙ୍କ ଅସାଧୁମେଣ୍ଟ ଯୋଗୁ ଯୋଜନାର ଅଗ୍ରଗତି ନୈରାଶ୍ୟଜନକ ରହିଛି। ୨୦୦୭-୦୮ ଆର୍ଥିକ ବର୍ଷରୁ ମଞ୍ଜୁରପ୍ରାପ୍ତ କେତେକ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ନଜିର ରହିଛି। ଜିଲାରେ ଠିକାସଂସ୍ଥା ନନ୍ଦିଘୋଷ ଇନ୍‌ଫ୍ରାଷ୍ଟ୍ରକ୍ଚର, ଲଜିଷ୍ଟିକ, ଭୁବନେଶ୍ୱରୀ କନ୍‌ଷ୍ଟ୍ରକ୍ସନ, ବିରଜା କନ୍‌ଷ୍ଟ୍ରକ୍ସନ, ସତ୍ୟସାଇ କନ୍‌ଷ୍ଟ୍ରକ୍ସନ, ଜଗନ୍ନାଥ କନ୍‌ଷ୍ଟ୍ରକ୍ସନ, ମା’ ବାସୁଲେଇ କନ୍‌ଷ୍ଟ୍ରକ୍ସନ ପ୍ରମୁଖଙ୍କୁ ପିଏମ୍‌ଜିଏସ୍‌ୱାଇ ରାସ୍ତା ନିର୍ମାଣରେ ଅଗ୍ରାଧିକାର ଦିଆଯାଇ ଆସୁଛି। ଅଧିକାଂଶ ଠିକାସଂସ୍ଥା ନିମ୍ନମାନର ରାସ୍ତା କରୁଛନ୍ତି। କାମ ଶେଷ କରିବାରେ ବିଳମ୍ବ କରୁଥିଲେ ହେଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଚର୍ଚ୍ଚା ହେଉଛି। ୨୧୫ ନମ୍ବର ଏନ୍‌ଏଚ୍‌ଠାରୁ ପିମ୍ପଲ ପିଏମ୍‌ଜିଏସ୍‌ୱାଇ ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ୭ା୬ା୧୮ରେ ୧୨୧.୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣର ଶୁଭାରମ୍ଭ ହୋଇଥିଲା। ୬ା୬ା୧୯ ସୁଦ୍ଧା ରାସ୍ତା କାମ ଶେଷ କରିବାକୁ ଚୁକ୍ତିରେ ଦର୍ଶାଯାଇଥିଲା। କିନ୍ତୁ ଠିକାଦାର ଇତିମଧ୍ୟରେ ବ୍ୟୟ ଅଟକଳରୁ ମାତ୍ର ୧୯ ପ୍ରତିଶତ କାମ କରିଛନ୍ତି। ରାସ୍ତା କାର୍ଯ୍ୟ ବିଷୟରେ ଆଲୋଚନା କରିବାକୁ ଠିକାଦାରଙ୍କୁ ଏକାଧିକ ପତ୍ର ଦିଆଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ଓ ତାରିଖରେ ସେ ଅନୁପସ୍ଥିତ ରହିବାରୁ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ତାଙ୍କ ଇଚ୍ଛା ନାହିଁ। ତେଣୁ ସମ୍ପୃକ୍ତ ଠିକାଦାରଙ୍କ ପ୍ରଥମ ଶ୍ରେଣୀ ଠିକାଦାରି ଲାଇସେନ୍ସକୁ କଳା ତାଲିକାଭୁକ୍ତ କରାଯାଇପାରେ ବୋଲି ନିର୍ବାହୀ ଯନ୍ତ୍ରୀ ବିଜୟ ମହାରଣା ତାଙ୍କ ପତ୍ରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ବର୍ଷା ବିପତ୍ତି: ରାତ୍ରି ଭୋଜନ କରୁଥିବା ବେଳେ ଘର ଉପରେ ଭାଙ୍ଗିପଡ଼ିଲା ବିରାଟ ପଣସ ଗଛ, ଭୟଙ୍କର ଦୁର୍ଘଟଣାରେ…

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଚୋବରୀ ଗ୍ରାମରେ ଏକ ବଡ଼ ବିପତ୍ତି…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ପୁରୀ ଶ୍ରୀକ୍ଷେତ୍ରରୁ ଭଟଲି ଆସିବ ତିନି ରଥର ଚକ; ସ୍ୱାଗତ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀଶ୍ରୀ ଦଧିବାମନ ଧାମ, ଭଟଲି ପାଇଁ ଏକ ଗୌରବମୟ ତଥା ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ପୁରୀ…

ନିଟ୍-୨୦୨୬ରେ ଚମକିଲେ କୋରାପୁଟର ପୂଜ୍ୟମ ରାଜ, ସର୍ବଭାରତୀୟ ସ୍ତରରେ ରଖିଲେ…

କୋରାପୁଟ, ୧୭।୭ (ଅମିତାଭ ବେହେରା): ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET-2026) ରେ କୋରାପୁଟ ଜିଲା ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ଫ୍ୟୁଜନ୍ ୱର୍ଲ୍ଡ ସ୍କୁଲର…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri