ଦୁର୍ଦ୍ଦଶାରେ କଂସା ପିତ୍ତଳ କାରିଗର

ଖୋର୍ଦ୍ଧା ଅଫିସ,୨୧।୫: ଲକ୍‌ଡାଉନ ଓ ଶଟ୍‌ଡାଉନ ମଧ୍ୟରେ କଂସାପିତ୍ତଳ କାରିଗରଙ୍କ ଜୀବିକା ପ୍ରଭାବିତ ହୋଇଛି। ବିକ୍ରିବଟା ବନ୍ଦ ଥିବାବେଳେ କଞ୍ଚାମାଲ ଅଭାବରୁ କାମ ଧିମେଇଛି। ଫଳରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଶେଷକରି ଖୋର୍ଦ୍ଧା ବ୍ଲକ ମଲ୍ଲିପୁର ପଞ୍ଚାୟତ ଅଧୀନ ମୁକ୍ତାପୁର ଗ୍ରାମର କଂସା ପିତ୍ତଳ କାରିଗରଙ୍କ ଅବସ୍ଥା ଦୁର୍ବିଷହ ହୋଇଛି।
ଦିନ ଥିଲା, କଂସା ପିତ୍ତଳ କାରିଗରଙ୍କ ହାତଗଢ଼ା ସାମଗ୍ରୀର ଢ଼େର୍‌ ଚାହିଦା ଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବେପାରୀମାନେ ଆସି ସାମଗ୍ରୀ କିଣି ନେଉଥିଲେ। ବେପାର ଭଲ ଚାଲିଥିଲା। ମାତ୍ର ବଜାରରେ ଷ୍ଟିଲ, ପ୍ଲାଷ୍ଟିକ୍‌ ଓ ଫାଇବର ସାମଗ୍ରୀ ପ୍ରବେଶ କରିବା ପରଠୁ ପିତ୍ତଳ ଶିଳ୍ପ ପାଇଁ ଏକପ୍ରକାର ବିପଦ ମାଡ଼ି ଆସିଛି। କଞ୍ଚାମାଲ ଓ କାଠ କୋଇଲା ଅଭାବ ଯୋଗୁ କୌଳିକ ବୃତ୍ତିକୁ ଛାଡ଼ି ଅନେକ କାରିଗର ଏବେ ମୂଲ ଲାଗିଲେଣି। ପୂର୍ବରୁ ୫୦ରୁ ଊର୍ଦ୍ଧ୍ୱ ପରିବାର କମାରଶାଳ କରି ଗୁଜରାଣ ମେଣ୍ଟାଉଥିବାବେଳେ ଏବେ କେତେଜଣ ହାତଗଣତି କାରିଗର ନିଜ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି। ତେବେ କଞ୍ଚାମାଲ୍‌ର ଅଭାବ ଓ ମୂଲ୍ୟ ବୃଦ୍ଧି ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ନାହିଁ। ତେଣୁ ବୃତ୍ତିଠାରୁ ଯୁବପିଢ଼ି ଦୂରେଇ ଯାଉଥିବାରୁୁ ଏହି ଶିଳ୍ପର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରିଗର ଅଭିରାମ ମହାରଣା କହିଛନ୍ତି, ପ୍ରଥମେ ପିତ୍ତଳକୁ ତରଳାଇ ୨୦୦ ଗ୍ରାମ, ୫୦୦ ଗ୍ରାମ, ୧ କେଜି ପ୍ରଭୃତି ଓଜନର ଧାତୁ କରାଯାଏ। ଏହାପରେ ଗରମ ଧାତୁକୁ ବାଡ଼େଇ ବାଡ଼େଇ ସାମଗ୍ରୀ ତିଆରି କରାଯାଏ। କଂସାରି ସଂଘ ସମ୍ପାଦକ ବନମାଳି ଦାସ କହିଛନ୍ତି, ଦିନ ଥିଲା, ବିବାହ ବ୍ରତ ପ୍ରଭୃତି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ କଂସା ପିତ୍ତଳ ସାମଗ୍ରୀର ବହୁଳ ବ୍ୟବହାର ହେଉଥିଲା। କିନ୍ତୁ ଏବେ ଧିରେ ଧିରେ ତାହା ଲୋପ ପାଇବାକୁ ବସିଲାଣି। ସେହିପରି ପରିଶ୍ରମ ଅନୁଯାୟୀ ଫଳ ପାଉ ନ ଥିବା ପ୍ରମୋଦ ଦାସ ଓ ପ୍ରଫୁଲ୍ଲ ଦାସ ପ୍ରମୁଖ କହିଛନ୍ତି। ସରପଞ୍ଚ ବିଜୟ କୁମାର ଦାସ କହିଛନ୍ତି, ଏହି ଶିଳ୍ପର ବିକାଶ ଲାଗି ସରକାର ବିଶେଷ ଗୁରୁତ୍ୱ ଦେବା ଉଚିତ। ଏମାନଙ୍କ ଦକ୍ଷତା ବିକାଶ, ଆଧୁନିକ ଜ୍ଞାନକୌଶଳରେ ସାମଗ୍ରୀ ନିର୍ମାଣ ପାଇଁ ତାଲିମ ବ୍ୟବସ୍ଥା ସହ ପ୍ରୋସାହନ ଯୋଗାଇ ଦିଆଗଲେ ଏହି ଶିଳ୍ପର ପୁନରୁଦ୍ଧାର ହୋଇପାରିବ। ଯୁବପିଢି ମଧ୍ୟ ଏଥିପ୍ରତି ଆକୃଷ୍ଟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?