ଦୁର୍ଦ୍ଦଶାରେ କଂସା ପିତ୍ତଳ କାରିଗର

ଖୋର୍ଦ୍ଧା ଅଫିସ,୨୧।୫: ଲକ୍‌ଡାଉନ ଓ ଶଟ୍‌ଡାଉନ ମଧ୍ୟରେ କଂସାପିତ୍ତଳ କାରିଗରଙ୍କ ଜୀବିକା ପ୍ରଭାବିତ ହୋଇଛି। ବିକ୍ରିବଟା ବନ୍ଦ ଥିବାବେଳେ କଞ୍ଚାମାଲ ଅଭାବରୁ କାମ ଧିମେଇଛି। ଫଳରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଶେଷକରି ଖୋର୍ଦ୍ଧା ବ୍ଲକ ମଲ୍ଲିପୁର ପଞ୍ଚାୟତ ଅଧୀନ ମୁକ୍ତାପୁର ଗ୍ରାମର କଂସା ପିତ୍ତଳ କାରିଗରଙ୍କ ଅବସ୍ଥା ଦୁର୍ବିଷହ ହୋଇଛି।
ଦିନ ଥିଲା, କଂସା ପିତ୍ତଳ କାରିଗରଙ୍କ ହାତଗଢ଼ା ସାମଗ୍ରୀର ଢ଼େର୍‌ ଚାହିଦା ଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବେପାରୀମାନେ ଆସି ସାମଗ୍ରୀ କିଣି ନେଉଥିଲେ। ବେପାର ଭଲ ଚାଲିଥିଲା। ମାତ୍ର ବଜାରରେ ଷ୍ଟିଲ, ପ୍ଲାଷ୍ଟିକ୍‌ ଓ ଫାଇବର ସାମଗ୍ରୀ ପ୍ରବେଶ କରିବା ପରଠୁ ପିତ୍ତଳ ଶିଳ୍ପ ପାଇଁ ଏକପ୍ରକାର ବିପଦ ମାଡ଼ି ଆସିଛି। କଞ୍ଚାମାଲ ଓ କାଠ କୋଇଲା ଅଭାବ ଯୋଗୁ କୌଳିକ ବୃତ୍ତିକୁ ଛାଡ଼ି ଅନେକ କାରିଗର ଏବେ ମୂଲ ଲାଗିଲେଣି। ପୂର୍ବରୁ ୫୦ରୁ ଊର୍ଦ୍ଧ୍ୱ ପରିବାର କମାରଶାଳ କରି ଗୁଜରାଣ ମେଣ୍ଟାଉଥିବାବେଳେ ଏବେ କେତେଜଣ ହାତଗଣତି କାରିଗର ନିଜ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି। ତେବେ କଞ୍ଚାମାଲ୍‌ର ଅଭାବ ଓ ମୂଲ୍ୟ ବୃଦ୍ଧି ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ନାହିଁ। ତେଣୁ ବୃତ୍ତିଠାରୁ ଯୁବପିଢ଼ି ଦୂରେଇ ଯାଉଥିବାରୁୁ ଏହି ଶିଳ୍ପର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରିଗର ଅଭିରାମ ମହାରଣା କହିଛନ୍ତି, ପ୍ରଥମେ ପିତ୍ତଳକୁ ତରଳାଇ ୨୦୦ ଗ୍ରାମ, ୫୦୦ ଗ୍ରାମ, ୧ କେଜି ପ୍ରଭୃତି ଓଜନର ଧାତୁ କରାଯାଏ। ଏହାପରେ ଗରମ ଧାତୁକୁ ବାଡ଼େଇ ବାଡ଼େଇ ସାମଗ୍ରୀ ତିଆରି କରାଯାଏ। କଂସାରି ସଂଘ ସମ୍ପାଦକ ବନମାଳି ଦାସ କହିଛନ୍ତି, ଦିନ ଥିଲା, ବିବାହ ବ୍ରତ ପ୍ରଭୃତି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ କଂସା ପିତ୍ତଳ ସାମଗ୍ରୀର ବହୁଳ ବ୍ୟବହାର ହେଉଥିଲା। କିନ୍ତୁ ଏବେ ଧିରେ ଧିରେ ତାହା ଲୋପ ପାଇବାକୁ ବସିଲାଣି। ସେହିପରି ପରିଶ୍ରମ ଅନୁଯାୟୀ ଫଳ ପାଉ ନ ଥିବା ପ୍ରମୋଦ ଦାସ ଓ ପ୍ରଫୁଲ୍ଲ ଦାସ ପ୍ରମୁଖ କହିଛନ୍ତି। ସରପଞ୍ଚ ବିଜୟ କୁମାର ଦାସ କହିଛନ୍ତି, ଏହି ଶିଳ୍ପର ବିକାଶ ଲାଗି ସରକାର ବିଶେଷ ଗୁରୁତ୍ୱ ଦେବା ଉଚିତ। ଏମାନଙ୍କ ଦକ୍ଷତା ବିକାଶ, ଆଧୁନିକ ଜ୍ଞାନକୌଶଳରେ ସାମଗ୍ରୀ ନିର୍ମାଣ ପାଇଁ ତାଲିମ ବ୍ୟବସ୍ଥା ସହ ପ୍ରୋସାହନ ଯୋଗାଇ ଦିଆଗଲେ ଏହି ଶିଳ୍ପର ପୁନରୁଦ୍ଧାର ହୋଇପାରିବ। ଯୁବପିଢି ମଧ୍ୟ ଏଥିପ୍ରତି ଆକୃଷ୍ଟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

୨୪ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଯାତ୍ରା ମ୍ୟାନେଜରଙ୍କ ସ୍ବତନ୍ତ୍ର ପୂଜା, ବିରାଟ ପଟୁଆରରେ ସହର ପରିକ୍ରମା କଲେ…

ଛତ୍ରପୁର,୨୭।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମାଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଏବେ ସାରା ସହର ଉଠୁଛି ପଡୁଛି। ମା’ଙ୍କ ଆଗମନରେ…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri