୧୪ ଦିନର ଶିଶୁକନ୍ୟାର ମୃତ୍ୟୁ ପରେ ବିଷ ପିଇଲେ ମା’ବାପା

କେନ୍ଦୁଝର, ୨୦ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଧୀନ ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୧୪ଦିନର ଶିଶୁକନ୍ୟାଙ୍କ ମୃତ୍ୟୁରେ ମର୍ମାହତ ହୋଇ ମା’ ବାପା ବିଷ ପିଇ ଦେଇଥିଲେ। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।
ଗତ ୬ ତାରିଖରେ ମଦନମୋହନ ପିଙ୍ଗୁଆଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଝିଅ ଜନ୍ମ ପରେ ପରିବାର ଲୋକେ ବେଶ୍‌ ଖୁସିରେ ଥିଲେ। ହେଲେ ଏହି ଖୁସି ବେଶୀ ଦିନ ରହି ନ ଥିଲା। ଗତ ୧୭ ତାରିଖରେ ନବଜାତ ଶିଶୁର ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଯାଇଥିଲା। ଝିଅଙ୍କ ମୃତ୍ୟୁରେ ଉଭୟ ମା’ ବାପା ମଦନମୋହନ ଓ ଟିକି ଦୁଃଖରେ ଭାଙ୍ଗିପଡିଥିଲେ। ଗୁରୁବାର ଅପରାହ୍ନରେ ଦମ୍ପତି ଘରେ କବାଟ ବନ୍ଦ କରି ବିଷ ପିଇ ଦେଇଥିଲେ। କବାଟ ଭାଙ୍ଗି ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମଦନମୋହନ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଘରୋଇ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଖବରପାଇ ଏମ୍‌ପି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ସ୍ଥିତିର ସମୀକ୍ଷା କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ୧୦...

ଜେଜେମା’ଙ୍କ ଭରସାରେ ୪ ଅନାଥ ଭଉଣୀ

ଠାକୁରମୁଣ୍ଡା,୪ା୧୦(ଡି.ଏନ.ଏ.)- ମା’ ବାପା ଆରପାରିରେ। ଜେଜେମା’ଙ୍କ ଭରସାରେ ଅସହାୟ ଜୀବନ ବିତାଉଛନ୍ତି ୪ ଅନାଥ ଭଉଣୀ। ମାସକୁ ୩୫ କିଲୋ ଚାଉଳ ଓ ୫୦୦ ଟଙ୍କା...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର,୩୦ା୭(ସ୍ବ.ପ୍ର.): କେନ୍ଦୁଝରର ଅତିରିକ୍ତ ଜିଲା ଦୌରାଜଜ୍‌ ମାନସ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା

ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର...

ଦିନକରେ କରୋନା ନେଲା ୬୬ ଜୀବନ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୧୬୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ବାଙ୍କେଶ୍ୱରୀ ଘାଟିରେ ଅଟୋ ଓଲଟି ଚାଳକ ମୃତ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟିରେ ରବିବାର ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ ଗ୍ରାମ...

କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି

ରାଇକିଆ,୧୩।୬(ଡ଼ି.ଏନ.ଏ)-ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ରାତ୍ରରେ ପ୍ରବଳ ବର୍ଷା ସହ କୁଆପଥର ପଡିଥିଲା। ଏଥିରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାଣିକେଶ୍ୱର ପଞ୍ଚାୟତରେ...

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍‌ ଘୋଷଣା କଲେ ଅନୁପମ ଖେର

ଭୁବନେଶ୍ୱର,୨୩।୧୧: ହିନ୍ଦୀରେ ରିମେକ୍‌ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ପିତା-ପୁତ୍ରଙ୍କ ସମ୍ପର୍କ ଉପରେ ପର୍ଯ୍ୟବେଶିତ ଏହି ସିନେମାର ହିନ୍ଦି ରିମେକ୍‌ର ପ୍ରଯୋଜନା କରିବେ ବଲିଉଡ୍‌ର ଭେଟେରାନ...

Advertisement
Archives

Model This Week