ସେନା କର୍ମଚାରୀ କହି ୧.୮୦ ଲକ୍ଷ ଠକେଇ

ସାକ୍ଷୀଗୋପାଳ,୨୧।୫(ଡି.ଏନ୍‌.ଏ.): ନିଜକୁ ସେନା କର୍ମଚାରୀ ପରିଚୟ ଦେଇ ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଏକ ଜନ ସେବା କେନ୍ଦ୍ରରେ ବ୍ୟାଙ୍କ ଚେକ୍‌ ଦେଇ କେନ୍ଦ୍ର ଅପରେଟରଙ୍କଠାରୁ ୧.୮୦ ଲକ୍ଷ ଟଙ୍କା ଠକେଇ ହୋଇଛି। ଏ ନେଇ ଅପରେଟର କାଳୀପ୍ରସାଦ ମହାପାତ୍ରଙ୍କ ଅଭିଯୋଗକ୍ରମେ ସତ୍ୟବାଦୀ ଥାନା ପୋଲିସ ନଂ. ୨୧୦/ ୨୧ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କରଞ୍ଜପଡା ଗ୍ରାମର ପ୍ରଭାସ କୁମାର ସେଠୀ। ସେ ୬ମାସ ହେବ ସତ୍ୟବାଦୀ ଥାନା ଉଆଁସଡିହ ଗ୍ରାମ ନିକଟରେ ଏକ ଭଡ଼ାଘରେ ରହୁଥିଲେ। କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରି ଜେଲ ପଠାଇଛି। ସୂଚନା ମୁତାବକ, ପ୍ରଭାସ ଚତୁରତାର ସହ ନିଜକୁ ଜଣେ ସେନା କର୍ମଚାରୀ ବୋଲି କହି ଭଡ଼ାଘରେ ରହୁଥିଲେ। ଏପରି କି ସ୍ଥାନୀୟ ଲୋକଙ୍କୁ ଚାକିରି କରାଇଦେବା କହିବା ସହ ହୋଟେଲରେ ବାକିରେ ଖାଇବା, ଘର ମାଲିକଙ୍କୁ ଭଡା ନ ଦେଇ ଓ ବ୍ୟବସାୟ ଆଳ ଦେଖାଇ ଅନେକ ଲୋକଙ୍କୁ ଠକେଇ କରି ଚାଲିଥିଲେ। ପରେ କାନାରା ବ୍ୟାଙ୍କ ସତ୍ୟବାଦୀ ଶାଖାରେ ଏକ ଆକାଉଣ୍ଟ ଖୋଲି ସେଠାରୁ ବ୍ୟାଙ୍କ ଚେକ୍‌ ସଂଗ୍ରହ କରିଥିଲେ। ଗତ ସପ୍ତାହରେ କାଳୀପ୍ରସାଦଙ୍କ ଜନ ସେବା କେନ୍ଦ୍ରକୁ ପ୍ରଭାସ ଯାଇ ପରିବାରର ଚିକିତ୍ସା ନିମନ୍ତେ ଟଙ୍କା ପଠାଇବା ଜରୁରୀ ବୋଲି କହି କିଛି ନଗଦ ଅର୍ଥ ପ୍ରଦାନ କରି ଅନଲାଇନ ମନି ଟ୍ରାନ୍ସଫର କରିଥିଲେ। ପରେ ୪/୫ଥର ମନି ଟ୍ରାନ୍ସଫର କରି କାଳୀପ୍ରସାଦଙ୍କୁ ବିଶ୍ୱାସ ଜନ୍ମାଇଥିଲେ। ପରେ ୫ଥରରେ ୧ଲକ୍ଷ ୮୦ହଜାର ଟଙ୍କା ପଠାଇବାକୁ କହି ଦୁଇଟି ଚେକ୍‌ ଦେଇଥିଲେ। କିନ୍ତୁ ଉକ୍ତ ୨ଟି ଚେକ୍‌ରେ ଟଙ୍କା ନ ଥିବା କାଳୀପ୍ରସାଦ କହିବାରୁ ପ୍ରଭାସ ପୁଣି ଅନ୍ୟ ୨ଟି ଫାଇନାନ୍ସ ବ୍ୟାଙ୍କର ୩ଟି ଚେକ୍‌ ଦେଇଥିଲେ। ମାତ୍ର ସେଥିରେ ମଧ୍ୟ ଟଙ୍କା ନ ଥିବାରୁ ଠକେଇର ଶିକାର ହୋଇଥିବା ଜାଣି କାଳୀପ୍ରସାଦ ବୁଧବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏହାର ତଦନ୍ତ କରିବାରୁ ପ୍ରଭାସ ଜଣେ ଠକ ବୋଲି ଜାଣି ଘରେ ଚଢ଼ାଉ କରି ଧରିଥିଲା। ତାଙ୍କ ପରିବାର ସହିତ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ମାତ୍ର କୌଣସି ସୁଫଳ ନ ମିଳିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଅନ୍ୟମାନଙ୍କର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri