ଚିନ୍ତାରେ ରବି ଧାନ ଚାଷୀ

ଯାଜପୁର ଅଫିସ,୨୧।୫: ସମ୍ଭାବ୍ୟ ବାତ୍ୟା ନେଇ ପ୍ରଚାର ହେବା ପରେ ରବି ଧାନ ଚାଷୀଙ୍କ ଚିନ୍ତା ବଢିଛି। ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ପ୍ୟାକ୍ସ (ପ୍ରାଥମିକ ସେବା ସମବାୟ ସମିତି) ଗୁଡିକରେ ଏଯାଏ ଆନୁଷଙ୍ଗିକ ବ୍ୟବସ୍ଥା ହୋଇନାହିଁ। ଫଳରେ ଚାଷୀ ତାଙ୍କ କଷ୍ଟୋପାର୍ଜିତ ଧାନ ବିକ୍ରି କରି ପାରିବେ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।
ଚଳିତବର୍ଷ ୧୦,୨୦୦ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଏଥିରେ ୭ ବ୍ଲକର ୨୩ ପ୍ୟାକ୍ସ ଓ ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଭାଗ ନେଉଛନ୍ତି। ତେବେ ଅଧିକାଂଶ ଚାଷୀ ଧାନ ଅମଳ କରି ଖଳାରେ ରଖି ଟୋକନ ଅପେକ୍ଷାରେ ଅଛନ୍ତି। ଅନ୍ୟପକ୍ଷେ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଆହୂତ ପ୍ରସ୍ତୁତି ବୈଠକରେ ରବି ଧାନ ଓ ଅନ୍ୟାନ୍ୟ ଫସଲଗୁଡିକୁ ନିରାପଦ ସ୍ଥାନକୁ ଆଣିବା ସହ କୃଷି ବିଭାଗ ସମସ୍ତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଅନୁଧ୍ୟାନ, ଆବଶ୍ୟକ ସ୍ଥଳେ ମରାମତି, ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧ, ବୋଟ୍‌, ଆସ୍କାଲାଇଟ ଓ ଅନ୍ୟାନ୍ୟ ସାମଗ୍ରୀର ସ୍ଥିତି ତଦାରଖ ପାଇଁ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ବିଭାଗ ନିଜର ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ଜିଲାର ୯ ବ୍ଲକ୍‌ରେ ୨୬ ବହୁମୁଖୀ ଆଶ୍ରୟ ସ୍ଥଳ ରହିଛି। ଏହି ଆଶ୍ରୟସ୍ଥଳ ପରିଷ୍କାର କରିବା, ବିଦ୍ୟୁତ୍‌, ପାନୀୟ ଜଳ, ଖାଦ୍ୟର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲା ଓ ବ୍ଲକ୍‌ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ରହଣିସ୍ଥଳ ପାଇଁ ଗୁରୁତ୍ୱାରୋପ କରାଯାଇଛି। ସବୁ କ୍ଷେତ୍ରରେ କରୋନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ସେଚ୍ଛାସେବୀ ସଙ୍ଗଠନ ଓ ପଞ୍ଚାୟତ ଲୋକ ପ୍ରତିନିଧିମାନେ ସହଯୋଗ କରିବେ। ଏଥିରେ ଉଭୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରାଯିବ। ବାତ୍ୟା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ଜିଲାପାଳ କହିଛନ୍ତି। କୌଣସି କର୍ମଚାରୀ ବିନା ଅନୁମତିରେ ସଦର ମହକୁମା ଛାଡିପାରିବେ ନାହିଁ। ଗଛ ପଡି ରାସ୍ତା ଅବରୋଧ ହେଲେ ତୁରନ୍ତ ଅପସାରଣ ସହ ବିଦ୍ୟୁତ୍‌ ଓ ଯୋଗାଯୋଗ ବ୍ୟବସ୍ଥାକୁ ଯଥାସମ୍ଭବ ଶୀଘ୍ର ଠିକ୍‌ କରିବାକୁ ପଦକ୍ଷେପ ନିଆଯିବ। ବିକଳ୍ପ ବିଦ୍ୟୁତ୍‌ ବ୍ୟବସ୍ଥା ପାଇଁ ଜେନ୍‌ସେଟ, ଆସ୍କା ଲାଇଟର ବ୍ୟବସ୍ଥା କରାଯିବ। ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଥିବାରୁ କ୍ଷତିଗ୍ରସ୍ତ ଅଞ୍ଚଳରୁ ଯଥାଶୀଘ୍ର ଲୋକ ଓ ଜୀବଜନ୍ତୁଙ୍କୁ ନିରାପଦ ସ୍ଥାନକୁ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଉକ୍ତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂ, ଏସ୍‌ପି ରାହୁଲ ପି.ଆର., ଅତିରିକ୍ତ ଜିଲାପାଳ (ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ସାଧାରଣ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଓ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଚକ, ୨୨ ଜଳଯନ୍ତ୍ର ନିର୍ମାଣ ଶେଷ

ପୁରୀ ଅଫିସ,୧୬ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ନଜରରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ତିନି ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ଦ୍ରୁତଗତିରେ ରଥ ନିର୍ମାଣ...

ନରହନ୍ତା ହାତୀକୁ ନେଇ ହଟହଟା

ଚଣ୍ଡିଖୋଲ/ ଚୌଦ୍ୱାର, ୨୯।୧ (ଡି.ଏନ୍‌.ଏ.) :ଯାଜପୁର ଜିଲାର କୋରେଇ, ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପ୍ରାୟ ୨ସପ୍ତାହ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ହାତୀକୁ ନେଇ...

ମନୋଜ ହତ୍ୟା ମାମଲା ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

ବ୍ରହ୍ମପୁର ଅଫିସ,୨୮ା୫-ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଛି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି...

ଲାଞ୍ଚନେଇ ଫରେଷ୍ଟ ଗାର୍ଡ ଗିରଫ

ସମ୍ବଲପୁର,୪ା୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍‌ ଯୁଯୁମୁରା ବନ ବିଭାଗ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ...

ଗୋଷାଣୀନୂଆଗାଁ କାଳୁଆ ଯାତ୍ରା ଉଦ୍‌ଯାପିତ ସବୁ ସାହି ପରିକ୍ରମା କରି ମା’ଙ୍କ ମନ୍ଦିର ବିଜେ

ବ୍ରହ୍ମପୁର ଅଫିସ,୧୪ା୧୦-ଆଶ୍ୱିନ କୃଷ୍ଣପକ୍ଷ ମହାଳୟା ଅମବାସ୍ୟାରୁ ଆରମ୍ଭ ହୋଇଥିବା ସ୍ଥାନୀୟ ଗୋଷାଣୀନୂଆଗାଁର ପାରମ୍ପରିକ ମା’ କାଳୁଆ ଯାତ୍ରା ରବିବାର କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧାରଣା

ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥା। ଡାକ୍ତରଖାନାରେ ରୋଗୀଙ୍କୁ ଅପରିଷ୍କାର ବେଡ୍‌ଶିଟ ଦେବା ଏବଂ ଡାକ୍ତର...

ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି...

ଗଛରେ ଝୁଲୁଥିଲା ଯୁବକଙ୍କ ମୃତଦେହ

କୋକସରା,୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ କେନ୍ଦୁଡଙ୍ଗରି ଗ୍ରାମ ନିକଟରେ ଏକ ପୋଖରୀ ନିକଟରେ ଥିବା ଶାଗୁଆନ ଗଛରେ ବୁଧବାର ସକାଳେ ଜଣେ ଯୁବକଙ୍କ...

Advertisement
Archives

Model This Week