ଅମଳ ସରିଲା, ଏବେ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫-ରବିଧାନ ଅମଳ ସରିଗଲାଣି। ଏବେ ବିକ୍ରୀ ନେଇ ଚାଷୀ ଚିନ୍ତାରେ ପଡିଛି। ଏଯାଏ ଟୋକନ ମିଳିନି। ରବିଧାନରେ ବିହନ, ସାର, ଔଷଧ ଆଦି ପର୍ଯ୍ୟାପ୍ତ ଖର୍ଚ୍ଚ ପରେ ଚାଷୀ ସରକାରୀ ମୂଲ୍ୟରେ ଧାନ ବିକ୍ରି କରି ନ ପାରି ମୁଣ୍ଡରେ ହାତ ଦେଇ ବସିଛି। ଅମଳ ସାରି ଦି’ ପଇସା ଲାଭ ଆଶାରେ କେତେଜଣ ଚାଷୀ ଧାନବସ୍ତା ସବୁକୁ ଘରେ ରଖିଛନ୍ତି। ଆଉ କେତେକ ଚାଷୀ ଧାରକରଜ ଶୁଝିବାକୁ ବେପାରୀଙ୍କୁ କୁଇଣ୍ଟାଲ ପ୍ରତି ୧ହଜାର ଟଙ୍କା ଦରରେ ଧାନ ବିକି ଅଭାବୀ ବିକ୍ରୀର ଶିକାର ହେଉଛନ୍ତି।
ବାଲେଶ୍ୱର ଜିଲାରେ ବସ୍ତା ବ୍ଲକରେ ପ୍ରାୟ ସମସ୍ତ ପରିବାର କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି। କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଲକ ଅନ୍ତର୍ଗତ ୩୧ପଞ୍ଚାୟତରେ ୧୯ହଜାର ୮ଶହ ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ୧୪ହଜାର ୬ଶହ ହେକ୍ଟର ରବିଚାଷ ଜମି ଅନ୍ତର୍ଭୁକ୍ତ। ରବିଋତୁରେ ୧୦ହଜାର ୨ଶହ ହେକ୍ଟର ଜଳସେଚିତ ଜମି ରହିଥିବା ବେଳେ ଅବଶିଷ୍ଟ ଅଣଜଳସେଚିତ ଅଟେ। ଚଳିତବର୍ଷ ୬ହଜାର ୧ଶହ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିବା ବେଳେ ୭ହଜାର ୯ଶହ ହେକ୍ଟର ଜମିରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ହୋଇଥିଲା। କିନ୍ତୁ ରବିଧାନ ଅମଳ ଆରମ୍ଭରୁ ସରକାରୀ ଧାନମଣ୍ଡି ଖୋଲି ନ ଥିବାରୁ ଚାଷୀ ନିଜ ଫସଲର ଉଚିତ୍‌ ମୂଲ୍ୟ ପାଇବାରେ ବଞ୍ଚତ୍ତ ହୋଇଛନ୍ତି। ଏଯାବତ୍‌ ବ୍ଲକ ଅନ୍ତର୍ଗତ ସମସ୍ତ ମଣ୍ଡିରେ ଧାନକିଣା ଆରମ୍ଭ ହୋଇନାହଁି। ଧାନବିକ୍ରି ପାଇଁ ସେବା ସମବାୟ ସମିତିରେ ପଞ୍ଜିକରଣ କରିଥିବା ୮୦ଶତକଡ଼ା ଚାଷୀଙ୍କୁ ମୋବାଇଲରେ ମେସେଜ ମାଧ୍ୟମରେ ଟୋକନ ମଧ୍ୟ ଆସିନାହଁି।
ଗଡ଼ପଦା ପଞ୍ଚାୟତ ଚାଷୀ ଜୟନ୍ତ ଦେ କହନ୍ତି, ଏବର୍ଷ ପ୍ରତିକୂଳ ପାଗରେ ରବିଧାନ ଚାଷ କରାଯାଇଥିଲା। ଅମଳ ବେଳେ କାଳବୈଶାଖୀ ଝଡ଼ବର୍ଷା ଯୋଗୁ ଖର୍ଚ୍ଚ ଦ୍ୱିଗୁଣା ବଢ଼ିଗଲା। ସରକାର ମଣ୍ଡିରେ ଧାନ କିଣା ଆରମ୍ଭ ନ କରିବାରୁ ବେପାରୀଙ୍କୁ ୧କୁଇଣ୍ଟାଲ ପ୍ରତି ହଜାରେ ଟଙ୍କା ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଲୁ। ଯାହାକି ଚାଷରେ ଖର୍ଚ୍ଚ ହୋଇଥିବା ଅର୍ଥ ଭରଣା ହୋଇପାରିଲା ନାହଁି।
ରାଉତପଡ଼ା ପଞ୍ଚାୟତର ଚାଷୀ ମହେନ୍ଦ୍ର ଗିରି କହନ୍ତି, ଅମଳ ଧାନକୁ ମଣ୍ଡିରେ ବିକ୍ରି ପାଇଁ ପ୍ରସ୍ତୁତ କରିରଖିଛୁ। ଏଯାବତ୍‌ ଟୋକନ ଆସିନି। ସରକାରୀ ଦର ୧୮୬୮ ଟଙ୍କା ଥିବାବେଳେ ବେପାରୀଙ୍କୁ ୧ହଜାର ଟଙ୍କାରେ ବିକ୍ରି କଲେ ଚାଷ ଖର୍ଚ୍ଚ ବି ମିଳିବ ନାହଁି।
ଏ ସମ୍ପର୍କରେ ବସ୍ତା ବ୍ଲକ ଯୋଗାଣ ନୀରିକ୍ଷକ ମଧୁସ୍ମିତା ସେନାପତି କହିଛନ୍ତି, ବ୍ଲକ ଅଧୀନ ୧୨ଟି ମଣ୍ଡିରେ ଧାନ କ୍ରୟ ପାଁଇ ନିର୍ଦ୍ଦେଶ ମିଳିଛି। ମାତ୍ର ସମସ୍ତ ଚାଷୀଙ୍କୁ ଟୋକନ ମିଳି ନାହଁି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଉ ୧୮୬ ନୂଆ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୯୦୯କୁ ବୃଦ୍ଧି

ଭୁବନେଶ୍ୱର,୧୪।୬(ବ୍ୟୁରୋ): ରାଜ୍ୟରେ ଆଉ ୧୮୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୭୧ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୧୫ ଲୋକାଲ୍‌ କେସ୍‌ ରହିଛି। ଏହାକୁ...

ଆଜି ଆରୋଗ୍ୟରେ ରେକର୍ଡ: ରାଜ୍ୟରେ ସୁସ୍ଥ ହେଲେ ୧,୪୦୯ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ରେକର୍ଡ ସଂଖ୍ୟକ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୪,୪୮୨କୁ ବୃଦ୍ଧି ପାଇଛି।...

ତଦନ୍ତ ପରିସରକୁ ଆସିବେ ଡିଏଫ୍‌ଓ

ପାରଳାଖେମୁଣ୍ଡି,୨୧।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବା ନେଇ ଗଜପତି ଏସପ କହିଛନ୍ତି।...

ପୁଣି ଜୁଡ଼ିଆ ଘାଟିରେ ଧସିଲା ପଥର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସ୍ଥାନୀୟ ଜୁଡ଼ିଆ ଘାଟିରେ ମାଟି ଓ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ...

ପ୍ରଶାସନ ଶୁଣିଲାନି, ରାସ୍ତା ତିଆରି କଲେ ଗ୍ରାମବାସୀ

ଲଙ୍ଗଳେଶ୍ୱର,୨୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ସାଉଡ଼ି ପଞ୍ଚାୟତର ମନସା ଛକ ରାସ୍ତାକୁ ଗ୍ରାମବାସୀ ନିଜ ଉଦ୍ୟମରେ ତିଆରି କରିଛନ୍ତି। ଜଣେ ପୂର୍ବତନ ସରପଞ୍ଚ...

ଘର ଭିତରକୁ ମାଡିଗଲା କାର୍‌: ମହିଳାଙ୍କ ଜୀବନ ଗଲା, ସ୍ବାମୀ-ପୁଅ ଗୁରୁତର

ଖଡିଆଳ,୯।୧:ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଗଡରାମୁଣ୍ଡା ଗ୍ରାମରେ ଶନିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ରାସ୍ତା କଡରେ ଥିବା ଘର ଭିତରକୁ...

କେନ୍ଦୁଝରରେ ୭୮.୧୬% ମତଦାନ: ମହିଳା ଭୋଟର ସଂଖ୍ୟା ଅଧିକ

କେନ୍ଦୁଝର,୨୫ା୪ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଲୋକ ସଭା ନିର୍ବାଚନ ମଙ୍ଗଳବାର ଶେଷ ହୋଇଛି ା ଜିଲାରେ ମୋଟ ୭୮.୧୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ବିଭାଗ ତଥ୍ୟ...

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମଭୋଇଙ୍କ ଜୀବନୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ। ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର...

Advertisement
Archives

Model This Week