ଆମ ଜିଲା ଖବର

ଜଙ୍ଗଲ ଜମିରୁ ବେଆଇନ ମୋରମ ଉଠାଣ

କେନ୍ଦୁଝର,୧୭ା୨(ସ୍ବ.ପ୍ର.)-ଜଙ୍ଗଲ ଜମିରେ ଚାଲିଛି ବେଆଇନ ମାଟି ଉଠାଣ। ବାଂଶପାଳ ତହସିଲ ଶୁଆକାଟୀ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଉପର ସୁମଠ ଠାରେ ବେଆଇନ ଭାବେ ଜୁଆଙ୍ଗ ଲୋକ ପାଇଥିବା ଜଙ୍ଗଲ ପଟ୍ଟା ଜମିରୁ ମାଟି ଓ ମୋରମ ଉତ୍ତୋଳନ କରାଯାଇ ରାସ୍ତା ନିର୍ମାଣ…

ଅର୍ବାନ ବ୍ୟାଙ୍କ ଜମାକାରୀ ଫେରିପାଇବେ ଟଙ୍କା

ବାରିପଦା ଅଫିସ, ୧୬ା୨- ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟି (ଆରସିଏସ୍‌)ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୨୧ ତା୧୫ା୨ା୨୧ରେ ବାରିପଦା ଡ଼ିଭିଜନ ଡ଼େପୁଟି ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟ୍‌ (ଡିିଆର୍‌ସିଏସ୍‌)ଙ୍କୁ ଟଙ୍କା ଫେରସ୍ତ…

ସ୍ତ୍ରୀଙ୍କୁୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଚିତ୍ରଡା,୧୬।୨(ଡି.ଏନ.ଏ):ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ। ସୂଚନା ଅନୁଯାୟୀ, ସୋମବାର କୌଣସି…

ରାଉରକେଲାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,(ଡି.ଏନ.ଏ.)/ରାଉରକେଲା ଅଫିସ,୧୬।୨:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ ଜିଲା ଗସ୍ତରେ ଆସି ରାଉରକେଲାଠାରେ ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି। ଏହି ଷ୍ଟାଡିୟମକୁ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ନାମରେ ନାମିତ କରିଛନ୍ତି। ରାଉରକେଲା ବିଜୁପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ…

ଜରାଜୀର୍ଣ୍ଣ ଅବସ୍ଥାରେ ବାଳିକା ଉଚ୍ଚ ବିଦ୍ୟାଳୟ

କଣାସ,୧୬।୨ (ସ୍ବ.ପ୍ର.) କଣାସ ବ୍ଲକ କଣାସ ପଞ୍ଚାୟତରେ ଥିବା ମହନ୍ତ ବନମାଳୀ ଦାସ ବାଳିକା ଉଚ୍ଚ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି ବିଦ୍ୟାଳୟ ଫନୀ ସମୟରେ ବହୁ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାବତ ମରାମତି ହୋଇପାରି ନାହିଁ। ଅଧିକାଂଶ ଶ୍ରେଣୀଗୃହ ଭାଙ୍ଗିଯାଇଥିବାବେଳେ…

ଧାନବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ

ଛତ୍ରପୁର,୧୬।୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡ଼ ମାଧପୁର ଧିରେଶ୍ବର ମନ୍ଦିର ନିକଟରେ ମଙ୍ଗଳବାର ଚଷୀମାନେ ଧାନ ବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କରିଛନ୍ତି। ଟାୟାର ଜାଳିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଧାନ କିଣାଯାଉ ନ ଥିବାରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।…

ରାସ୍ତାରେ ଡ୍ରେନ୍‌ ପାଣି, ଯାତାୟାତ ବାଧାପ୍ରାପ୍ତ

ଜଟଣୀ,୧୬ ।୨(ଡି.ଏନ୍‌.ଏ.) ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଅନେକ ନୂତନ ଆପାର୍ଟମେଣ୍ଟ ଓ ସାହିବସ୍ତି ଗଢ଼ିଉଠିଛି। ଏଠାରେ ଗୃହ ନିର୍ମାଣ ପୂର୍ବରୁ ସରକାରୀ ନିୟମ ଉଲ୍ଲଂଘନ କରାଯାଉଛି। ରାସ୍ତା ଏବଂ ଡ୍ରେନ୍‌ ଉପରେ ଅବରୋଧ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ପରୀ ହତ୍ୟା ମାମଲା: ଦାଖଲ ହେଲା ଚାର୍ଜସିଟ୍‌

ନୟାଗଡ଼ ଅଫିସ,୧୬।୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୋମବାର ଏସ୍‌ଆଇଟି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି। ନୟାଗଡ଼ ଚିଲଡ୍ରେନ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି। ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜସିଟ ଦାଖଲ ପାଇଁ…

ଜୁନ୍‌ ୧ରୁ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ

ପୁରୀ ଅଫିସ,୧୬।୨: ଶ୍ରୀମନ୍ଦିର ଐତିହ୍ୟ କରିଡର ସଂକ୍ରାନ୍ତ ନକ୍ସା ତଥା ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇ ଅନୁମୋଦନ ପାଇଛି। ଆସନ୍ତା ଜୁନ୍‌ ୧ରୁ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି…

ନେତାଜୀ ବସ୍‌ ଟର୍ମିନାଲ ପାଇଁ ବାଟ ଫିଟିଲା

କଟକ ଅଫିସ,୧୬।୨: ଖାନ୍‌ନଗରଠାରେ ପ୍ରସ୍ତାବିତ ନେତାଜୀ ବସ୍‌ ଟର୍ମିନାଲକୁ ବିରୋଧ କରି ଦାୟର ହୋଇଥିବା ଦୁଇଟି ଜନସ୍ବାର୍ଥ ମାମଲା ସୋମବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ମା’ ଶ୍ମଶାନ କାଳୀ ମନ୍ଦିର ଥିବା ଜମି ବ୍ୟତୀତ ଅନ୍ୟ ଜମି ଉପରେ ପୂର୍ବରୁ…

ପୈଠକରୁ ପଞ୍ଚାୟତ

ବଇଣ୍ଡା,୧୬ା୨: ପଞ୍ଚାୟତକୁ ପାଇପ୍‌ ପାଣି ଯୋଗାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗାଁଗୁଡ଼ିକରେ ଜଳଯୋଗାଣ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ହେଲେ କେଉଁଠି ଏହାର ରକ୍ଷଣାବେକ୍ଷଣ କରାଯାଉ ନାହିଁ ତ ଆଉ କେଉଁଠି ଆବଶ୍ୟକ ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତ ପକ୍ଷରୁ ଭରଣା…

୮ ଯୋଡ଼ିଙ୍କର ପଡ଼ିଲା ହାତଗଣ୍ଠି

ବାଲେଶ୍ୱର ଅଫିସ, ୧୬।୨: ବାଲେଶ୍ୱର ଆଇଟିଆଇସ୍ଥିତ ସୁପ୍ରତିକ ଅଫିସ୍‌ ପରିସରରେ ‘ରେବତୀ’ ଅନୁଷ୍ଠାନ ପକ୍ଷରୁ ସୋମବାର ଗଣବିବାହ ଆୟୋଜିତ ହୋଇଥିଲା। ଏଥିରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ୮ ଯୋଡ଼ିଙ୍କର ହାତଗଣ୍ଠି ପଡ଼ିଛି। ୫ଜଣ ବ୍ରାହ୍ମଣଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମ୍ପନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?