ଆମ ଜିଲା ଖବର

ମାଲକାନଗିରି ବିଧାୟକ କରୋନାରେ ଆକ୍ରାନ୍ତ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ବିଢ଼ିବାରେ ଲାଗିଛି। ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ…

ଜିଏସ୍‌ଟି ଠକେଇ ଅଭିଯୋଗ, ଟ୍ରକ୍‌ ଅଟକ, ୪ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଟକରୁ ଭବାନୀପାଟଣା ଆସୁଥିବା କୀଟନାଶକ ଔଷଧ ବୋଝେଇ ଏକ ଟ୍ରକକୁ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାଣିଜ୍ୟକର ବିଭାଗ ପକ୍ଷରୁ ୪ଲକ୍ଷ ୭୧ ହଜାର ୧୨୮ ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନାଯୋଗ୍ୟ, କଟକସ୍ଥିତ…

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜୟପୁର,୧୬ା୯(ଡି.ଏନ୍‌.ଏ.): ଜୟପୁର ସଦର ଥାନା ପୋଲିସ ପକ୍ଷରୁ ଆମ୍ବଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୭ କୁଇଣ୍ଟାଲ ୨୮ କି.ଗ୍ରା ୬୦୦ ଗ୍ରାମ ଗଞ୍ଜେଇ ଜବତ ଏବଂ ଗୋଟିଏ ଟ୍ରକ, କାର୍‌, ୪ଟି ବାଇକ ଜବତ କରାଯାଇଛି। ଏହି ମାମଲାରେ ଉତ୍ତରପ୍ରଦେଶର ୨…

ମୋଷ୍ଟ୍‌ ଓ୍ବାଣ୍ଟେଡ କାଳିଆ ଗଲେ ଜେଲ୍‌

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ବ୍ରହ୍ମପୁର ପୋଲିସର ମୋଷ୍ଟ୍‌ ଓ୍ବାଣ୍ଟେଡ ଠେସା କାଳିଆ ଓରଫ କେଶବ ଚନ୍ଦ୍ର କୁଣ୍ଡଙ୍କୁ କେ. ନୂଆଗାଁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଜର ଥାନା ଖାରିଆଗୁଡ଼ା ଗାଁର କେଶବଙ୍କ ନାଁରେ ଦିଗପହଣ୍ଡି,କେ. ନୂଆଗାଁ, ଗୋଳନ୍ଥରା, ଜରଡ଼ା, ବ୍ରହ୍ମପୁର ସଦର…

ଖାଲି ପଡ଼ିଛି ସୁପର ସ୍ପେଶିଆଲିଟି ପିଜି ସିଟ୍‌

କଟକ ଅଫିସ,୧୬।୯:ମେଡିକାଲ ପାଠ୍ୟକ୍ରମର ସର୍ବୋଚ୍ଚ ଡିଗ୍ରୀ ଏମ୍‌.ସିଏଚ୍‌(ମାଷ୍ଟର ଅଫ୍‌ ଚିରାଜି) ଏବଂ ଡିଏମ୍‌(ଡକ୍ଟର ଅଫ୍‌ ମେଡିସିନ) ପଢିବା ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କ ଆଗ୍ରହ କମିବାରେ ଲାଗିଛି। ଫଳରେ ଏବେ ରାଜ୍ୟରେ ବିଭିନ୍ନ ମେଡିକାଲ କଲେଜର ସୁପର୍‌ ସ୍ପେଶିଆଲିଟି ବିଭାଗରେ ଏସବୁ ପିଜି…

ନନ୍ଦନକାନନ: ଭାଲୁ ଆରତି ଅସୁସ୍ଥ

ବାରଙ୍ଗ,୧୬।୯(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ଆରତି ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ ଥିବା ଡାକ୍ତରଖାନା ନିଆଯାଇଛି। ଏହାସହ ତା’ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି।…

ସ୍ତ୍ରୀ ଆଗରେ ଆଖିବୁଜିଲେ ସ୍ବାମୀ

ଢେଙ୍କାନାଳ ଅଫିସ, ୧୬।୯:କରୋନା ମାରିଦେଲା ମଣିଷପଣିଆ। ଡାକ୍ତରଖାନା ବାରଣ୍ଡାରେ ପଡ଼ି ଯନ୍ତ୍ରଣା ଭୋଗୁଥିଲେ ଅଥଚ, କେହି ପଚାରିଲେନି କି ପାଖ ମାଡ଼ିଲେନି। ଶେଷରେ ଛଟପଟ ହୋଇ ସ୍ତ୍ରୀଙ୍କ ଆଖି ଆଗରେ ଚାଲିଗଲା ସ୍ବାମୀ ଜୀବନ। ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଆସିଛି…

ସାର ପାଇଁ ଜିଲା କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

ହରଭଙ୍ଗା, ୧୬ା୯(ଡି.ଏନ.‌ଏ.)  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଓ ନାୟକପଡ ଗ୍ରାମର ଶତାଧିକ ଚାଷୀ ସାର ଯୋଗାଣ ଦାବିରେ ମଙ୍ଗଳବାର ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସେମାନଙ୍କ କହିବା ଅନୁଯାଇ ବର୍ତ୍ତମାନ…

ପାଣି ପାଇଁ ତାତିଲେ ମହିଳା

ଟିଟିଲାଗଡ଼, ୧୬।୯ (ଡି.ଏନ.ଏ.) – ବଲାଙ୍ଗୀର ଜିଲା ଟିଟିଲାଗଡ ସହର ୱାର୍ଡ ନମ୍ବର ୧ ସର୍ଗିଗୁଡାରେ ପାନୀୟ ଜଳ ସମସ୍ୟା ସଙ୍ଗୀନ ରୂପ ନେଇଛି। ବିଭିନ୍ନ ସମୟରେ ଓ୍ବାର୍ଡବାସୀ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ।…

ବନ୍ୟାରେ ୧୧ ପଞ୍ଚାୟତର ୫୦% ଚାଷ କ୍ଷତିଗ୍ରସ୍ତ

ତିହିଡ଼ି, ୧୬ା୯(ସ୍ବ.ପ୍ର.)- ତିହିଡ଼ି ବ୍ଲକରେ ଚଳିତ ବନ୍ୟା ଯୋଗୁ ୧୧ ପଞ୍ଚାୟତର ୫୦ ପ୍ରତିଶତ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ନେଇ ବ୍ଲକ କୃଷି ବିଭାଗ ପକ୍ଷରୁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ନିକଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ…

କଟକ ସହରରୁ ଆଉ ୨୪୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧୫।୯: କଟକ ଜିଲାରୁ ମଙ୍ଗଳବାର ଆଉ ୩୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୦ ଜଣ କଟକ ସହରର ବୋଲି ସିଏମ୍‌ସି ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୯୨ ଜଣ…

ଗଞ୍ଜାମ ସହରରେ ଅଧିକାଂଶ ଲୋକ ବର୍ତ୍ତମାନ ପିନ୍ଧୁନାହାନ୍ତି ମାସ୍କ

ଗଞ୍ଜାମ,୧୫।୯(ଡି.ଏନ୍‌.ଏ.): ଗଞ୍ଜାମସହରରେ ମହାମାରୀ କରୋନା ସ୍ଥିତି ବର୍ତମାନ ନିୟନ୍ତ୍ରଣ ଥିବା ଜଣା ପଡିଛି । ଏହି ଏନ୍‌ଏସି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଥିବା ବେଳେ ୮୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସହରର ଦୁଇ ଜଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri