ସ୍ୱାସ୍ଥ୍ୟସେବାରେ ଆସୁନି ସୁଧାର
ଛେଣ୍ଡିପଦା,୧ା୧୦(ସ୍ବ.ପ୍ର.) ମହାମାରୀ କରୋନା ସଂକ୍ରମଣ ଦେଖାଦେବା ପରଠାରୁ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ହେଲେ ଏହାର କିଛି ବି ସୁଫଳ ଅନୁଗୋଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଲକ୍ଷିତ ହେଉନାହିଁ।…
ସୁରକ୍ଷା ଖୋଜୁଛନ୍ତି ଗେଣ୍ଡାଳିଆ
ବେତନଟୀ,୧।୧୦(ସ୍ବ.ପ୍ର.)-ଅନେକ ସଚେତନା ପରେ ବି କିଛି ଲୋକ ସୁଧୁରୁ ନାହାନ୍ତି। ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କୁ ସେମାନେ ଶିକାର କରୁଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଚକ୍ମା ଦେଇ ଶିକାରୀମାନେ ଦିନକୁ ଦିନ ନିଜର ପଞ୍ଝା ମେଲାଇ ଚାଲିଛନ୍ତି। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ…
ଆମେରିକାରେ ଗବେଷଣା କରିବେ ଐଶ୍ୱର୍ଯ୍ୟ ଅଭିଷେକ
ପଦ୍ମପୁର, ୧।୧୦ (ଡି.ଏନ.ଏ.)-ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଗ୍ରାମର ଐଶ୍ୱର୍ଯ୍ୟ ଅଭିଷେକ ମହାପାତ୍ର। ସେ ଅକ୍ଟୋବର ୩୧ରେ ସେଠାରେ ଯୋଗଦେଇ ଗବେଷଣା ଜାରି ରଖିବେ। ସାମ୍ପ୍ରତିକ ସ୍ଥିତିରେ…
ରେଙ୍ଗାଲି: ପାଣିରେ ପଡ଼ିବ ୬୬ କୋଟି
ଯାଜପୁର ଅଫିସ,୧ା୧୦:ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ବହୁମୁଖୀ ଯୋଜନାର ବାମପାର୍ଶ୍ୱ କେନାଲର ଆରଡି ୭୧.୩୧୩ କିମିରୁ ୧୦୦.୪୯ କିମି ଅଞ୍ଚଳର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଢେଙ୍କାନାଳ ଜିଲା ଭୁବନ ବ୍ଲକର ଓଡିଶଠାରୁ ଯାଜପୁର ଜିଲା ସୁକିନ୍ଦା ବ୍ଲକ…
ଜବତ ହେଲା ୫୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର
ବାଲେଶ୍ୱର ଅଫିସ ୧।୧୦: ବାଲେଶ୍ୱର ଜିଲା ଜଳେଶ୍ବର ରାଜପୁର ଗ୍ରାମରୁ ଗୁରୁବାର ରାତିରେ ଅବକାରୀ ବିଭାଗ ଚଢାଉ କରି ୨୪୦ ଗ୍ରାମ ଧଳା ଜହର(ବ୍ରାଉନ ସୁଗାର) ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅବକାରୀ ଧରିବାରେ ସଫଳ ହୋଇଛି।…
ବାର୍ହା ଶିକାର କରି ବିକୁଥିଲେ ମାଂସ
ଝାରସୁଗୁଡ଼ା ଅଫିସ,୩୦।୯: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କଣ୍ଢେଇକେଲା ଅଞ୍ଚଳରେ ବାର୍ହା ଶିକାର କରି ମାଂସ ବିକ୍ରି କରୁଥିବା ବେଳେ ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁରଲିପାଲି ଗ୍ରାମର…
କମ୍ପାନୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଲା ଯୁବକଙ୍କ ଜୀବନ
ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଶ୍ୟାମ ମେଟାଲିକ୍ସରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କମ୍ପାନୀର ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ୧୯ ବର୍ଷିୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଝାରସୁଗୁଡା ଜିଲା ଲହଣ୍ଡାବୁଡ ଗ୍ରାମର ଅଭିମନ୍ୟୁ ଭୂୟାଁ।…
ଦୁର୍ଘଟଣାରେ ଚାଲିଗଲା କେନ୍ଦ୍ରୀୟ ଅଧିକାରୀଙ୍କ ଜୀବନ
ଆନନ୍ଦପୁର,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଦରଖଳାଠାରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା ଜଣେ କେନ୍ଦ୍ରୀୟ ଅଧିକାରୀଙ୍କ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା…
ବର୍ଷାରେ ଭାଙ୍ଗିଲା ଘର,ଅସହାୟ ମା’ ଝିଅ
କୋକସରା,୩୦।୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅଧୀନ ଜଲତାମୁଣ୍ଡା ଗାଁରେ ଲଗାଣ ବର୍ଷାରେ ଏକ ଘର ଭାଙ୍ଗି ଯାଇଛି। ଏଥିରେ ଦୁଇ ବିଧବା ମା ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ବର୍ଷା ଯୋଗୁ ଜଲତାମୁଣ୍ଡା…
ମୋବାଇଲ୍ ଗେମ୍ ପାଇଁ ଗଲା ଛାତ୍ରଙ୍କ ଜୀବନ
ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍ ଖେଳିବାକୁ ମନା କରିବାରୁ ଜଣେ ନବମ ଶ୍ରେଣୀ ଛାତ୍ର ଦଉଡି ଦେଇ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଛାତ୍ରଙ୍କ ପରୀକ୍ଷା…
ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ
ଭୁବନେଶ୍ୱର,୩୦।୯: ପିପିଲି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ଓ ଏହା ପରେ ଯେଉଁମାନେ…
ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର
ମାଲକାନଗିରି,୩୦।୯(ଡି.ଏନ୍.ଏ.): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ସାମାନ୍ତରେ ହିଂସାକାଣ୍ଡ ଘଟାଇଛନ୍ତି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ୨ ଯବାନ ବାଲ କିଶନ ଓ ସୋନିଦୁଲ ଇସଲାମ…

