ବିଏଡ୍‌ ପାଠ୍ୟକ୍ରମ ନାଁରେ ଜାଲିଆତି

ବାଲେଶ୍ୱର ଅଫିସ, ୧୨।୧୨: ବାଲେଶ୍ୱର ସହର ପଢୁଆଁପଦାସ୍ଥିତ ସିଆଇଏମ୍‌ଆଇଟି ଅନୁଷ୍ଠାନ ବିଏଡ୍‌ ପାଠ୍ୟକ୍ରମ ନାଁରେ ଶତାଧିକ ଛାତ୍ରୀଛାତ୍ରଙ୍କୁ ଶୋଷଣ କରୁଥିବା ଶନିବାର ସହଦେବଖୁଣ୍ଟା ମଡ଼େଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। ନୀଳଗିରି ଅଞ୍ଚଳର ଦୁଇଜଣ ଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ ଗ୍ରାଜୁଏଶନ ପରେ ବିଏଡ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସିଆଇଏମ୍‌ଆଇଟି ଅନୁଷ୍ଠାନ ମୁଖ୍ୟ ସତ୍ୟଜିତ ରାୟଙ୍କ ସହ ଯୋଗାଯୋଗ କରିଥିଲେ। ରାୟ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ନାଗାର୍ଜୁନନଗରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ଶିରିଡ଼ି ସାଇ କଲେଜ ଅଫ୍‌ ଏଜୁକେଶନ୍‌, ମାର୍କପୁର, ପ୍ରକାସମରେ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇ ବିଏଡ୍‌ ପାଠ୍ୟକ୍ରମର ମୋଟ୍‌ ୪ଟି ସେମିଷ୍ଟର ପାଇଁ ୬୫ହଜାର ଟଙ୍କା ନେବାକୁ ଚୁକ୍ତି କରିଥିଲେ। ଏଥିରେ ଉକ୍ତ ଦୁଇ ଛାତ୍ରୀଙ୍କ ଅଭିଭାବକ ସହମତି ପ୍ରକାଶ କରିଥିଲେ। ନାମଲେଖାଠାରୁ ଆରମ୍ଭ କରି ପ୍ରଥମ ସେମିଷ୍ଟର ପରୀକ୍ଷା ପର୍ଯ୍ୟନ୍ତ ପ୍ରାୟ ୨୫ହଜାର ଟଙ୍କା ଲେଖାଏଁ ପୈଠ କରିଥିଲେ। ପ୍ରଥମ ସେମିଷ୍ଟର ପରୀକ୍ଷା ଦେବା ପାଇଁ ଗତ ସେପ୍ଟେମ୍ବର ୯ ତାରିଖ ଦୁଇ ଛାତ୍ରୀଙ୍କ ସହ ୧୩ଜଣ ଛାତ୍ରୀଛାତ୍ରଙ୍କୁ ନେଇ ରାୟ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ବୁଲାଇବା ସହ ପରୀକ୍ଷା କେନ୍ଦ୍ର ଏସ୍‌ଭିକେପି ଆର୍ଟସ ଆଣ୍ଡ ସାଇନ୍ସ କଲେଜ, ମାର୍କପୁର, ପ୍ରକାସମ ଦେଖାଇ ପଳାଇ ଆସିଥିଲେ। ଗତ ସେପ୍ଟେମ୍ବର ୧୭ ତାରିଖରେ ପରୀକ୍ଷା ଦେବା ପାଇଁ ରାୟ ପ୍ରଦାନ କରିଥିବା ଆଡମିଟ୍‌ କାର୍ଡ଼ ନେଇ ସମସ୍ତ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ମାତ୍ର ସେଠିକାର ପରୀକ୍ଷା ନିରୀକ୍ଷକ ଉକ୍ତ ଆଡମିଟ୍‌ କାର୍ଡ଼ ନକଲି ବୋଲି କହି ପରୀକ୍ଷାରୁ ବଞ୍ଚତ୍ତ କରିବା ସହ ସ୍ଥାନୀୟ ପୋଲିସଙ୍କ ଦ୍ୱାରା ଗେଟ୍‌ ବାହାରକୁ ବାହାର କରିଦେଇଥିଲେ। ପରେ ଛାତ୍ରୀଛାତ୍ର ନିଜର ଅଭିଭାବକଙ୍କୁ ଫୋନ୍‌ ଯୋଗେ ଏ ବାବଦରେ ଜଣାଇଥିଲେ। ଅଭିଭାବକମାନେ ରାୟଙ୍କୁ ବହୁ କଷ୍ଟରେ ଯୋଗାଯୋଗ କରିବା ପରେ ସେ ଗତ ସେପ୍ଟେମ୍ବର ୨୪ ତାରିଖରେ ଆନ୍ଧ୍ରରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କୁ ବାଲେଶ୍ୱର ଫେରାଇ ଆଣିଥିଲେ। ପରେ ଅନ୍ୟ ସମୟରେ ସ୍ବତନ୍ତ୍ର ପରୀକ୍ଷା ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟ ହୋଇ ନ ଥିଲା। ବାରମ୍ବାର ମିଥ୍ୟା ପ୍ରତିଶ୍ରୁତିରେ ଛାତ୍ରୀଛାତ୍ର ସମ୍ମୁଖୀନ ହେବା ସହ ନିଜର ସମସ୍ତ ମୂଳ ପ୍ରମାଣପତ୍ର (ମାଟ୍ରିକ୍‌, ଯୁକ୍ତ ୨ ଓ ଯୁକ୍ତ ୩) ଫେରସ୍ତ ମାଗିବା ବେଳକୁ ଦେଉନାହାନ୍ତି। ଅପରପକ୍ଷରେ ଅଧିକ ୪୦ହଜାର ଟଙ୍କା ଦାବି କରୁଛନ୍ତି। ଏହିପରି ଅନ୍ୟ ଛାତ୍ରୀଛାତ୍ର ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି।
ସିଆଇଏମ୍‌ଆଇଟି ଅନୁଷ୍ଠାନର ମୁଖ୍ୟ ରାୟଙ୍କୁ ଫୋନ୍‌ (ନଂ. ୭୭୮୭୮୧୬୫୨୬) ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ। ସହଦେବଖୁଣ୍ଟା ମଡ଼େଲ ଥାନା ଏଏସ୍‌ଆଇ ୟୁକେ ଭୂୟାଁ କହିଛନ୍ତି, ଅଭିଯୋଗ ମିଳିଛି। ସିଆଇଏମ୍‌ଆଇଟି ଅନୁଷ୍ଠାନର ମୁଖ୍ୟ ଅଭିଯୋଗକାରୀ ଛାତ୍ରୀମାନଙ୍କୁ ଆଡମିଟ୍‌ କାର୍ଡ଼ ପ୍ରଦାନ କରିଥିଲେ। ଉକ୍ତ ଆଡମିଟ୍‌ କାର୍ଡ଼ ଦେଖାଇ ସେମାନେ ପରୀକ୍ଷାରୁ ବଞ୍ଚତ୍ତ ହୋଇଥିଲେ। ଉଭୟପକ୍ଷଙ୍କୁ ଶନିବାର ସନ୍ଧ୍ୟାରେ ଥାନାକୁ ଡକାଯାଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri