ଜଙ୍ଗଲ ଛାଡ଼ି ଜନବସତିରେ ହାତୀ

ବଅଁରପାଳ, ୧୨।୧୨(ଡି.ଏନ୍‌.ଏ.)  ଜଙ୍ଗଲରେ ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ କି ପୂରୁନି ପେଟ। ଫଳରେ ବନାଞ୍ଚଳ ଛାଡ଼ି ଏବେ ଜନବସତିରେ ଇତଃସ୍ତତଃ ହୋଇ ବୁଲୁଛନ୍ତି ବଣୁଆ ହାତୀ। ଖାଦ୍ୟ ଅନ୍ବେଷଣରେ ବାଡ଼ି ବଗିଚାରେ ପଶୁଛନ୍ତି। ଯେତିକି ଖାଉନାହାନ୍ତି, ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରିଦେଉଛନ୍ତି। ହାତୀ ହାବୁଡ଼ରେ ପଡ଼ି ଅକାଳରେ ଝରିପଡୁଛି ଜୀବନ। ହାତୀ-ମଣିଷ ସଂଘର୍ଷର ଏଭଳି ଉଗ୍ରରୂପ ଦେଖିବାକୁ ମିଳିଛି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳରେ। ହାତୀ ଆକ୍ରମଣରେ ସପ୍ତାହକ ମଧ୍ୟରେ ୨ଚାଷୀଙ୍କ ଜୀବନ ଯାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରୁ ୪୬ ହାତୀ ବଅଁରପାଳ ଅଞ୍ଚଳକୁ ୧୦ଦିନ ହେଲା ଚାଲିଆସିଛନ୍ତି। ଉକ୍ତ ହାତୀପଲ ସନ୍ତ୍ରୀ, ନଳଚନ୍ଦ୍ରପୁର ନୂଆହତା, ଗଣ୍ଠିଗାଡ଼ିଆ, ତୁଳସୀପାଲ, ଆଲୁମିନିୟମ ପାର୍କ, ଝଜିରିବାହାଳ ଅଞ୍ଚଳରେ ବିଚରଣ କରି ବ୍ୟାପକ ଧାନଫସଲ, ପରିବା ଚାଷ, ଫଳ ଚାଷ ନଷ୍ଟ କରିସାରିଲେଣି। ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ଉପଦ୍ରବ ବଢ଼ିବାରେ ଲାଗିଛି। ଗତ ୬ତାରିଖରେ ନଳଚନ୍ଦ୍ରପୁରର ଧନେଶ୍ୱର ଭୁକ୍ତ ଏବଂ ୯ତାରିଖରେ ଝଜିରିବାହାଳର ଜଳନ୍ଧର ପ୍ରଧାନ ନାମକ ଦୁଇଜଣ ଚାଷୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେହିପରି ଏକାଧିକ ବ୍ୟକ୍ତି ଆହତ ହେଲେଣି।
ହାତୀ ଆତଙ୍କ ପାଇଁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ସନ୍ଧ୍ୟା ହେଲେ ରାସ୍ତା ଶୂନ୍‌ଶାନ ହୋଇପଡୁଛି। ଲୋକେ ତାଟିକବାଟ ପକାଇ ରହୁଛନ୍ତି। ଜରୁରୀ କାର୍ଯ୍ୟରେ ବାହାରକୁ ଯିବା କାଠିକର ପାଠ ହେଉଛି। ବନ ବିଭାଗ ଏଭଳି ସମସ୍ୟାକୁ ଅତି ହାଲୁକା ଭାବେ ନେଉଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିକାର ନ ହେଲେ ଜନ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ହାତୀ ଉପଦ୍ରୁତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଅନୁଗୋଳ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ କୁହନ୍ତି, ପ୍ରତିଦିନ କର୍ମଚାରୀମାନେ ଯାଇ ହାତୀଙ୍କୁ ଘଉଡ଼ାଉଛୁ। ହେଲେ ସେମାନେ ଧାନ ଖାଇବା ଆଶାରେ ପୁଣି ଚାଷଜମିକୁ ପଳାଇ ଆସୁଛନ୍ତି। ହାତୀଙ୍କ ଉପରେ ନଜର ରଖାଯାଇଛି।

ବ୍ୟାପକ ଫସଲ ନଷ୍ଟ ହେଲାଣି
ହାତୀପଲ ବ୍ୟାପକ ଚାଷ ନଷ୍ଟ କଲେଣି। ଫସଲ ସୁରକ୍ଷା କରିବାକୁ ଯାଇଥିବା ବେଳେ ୨ ଚାଷୀ ହାତୀ ଆକ୍ରମଣରେ ମୃତ୍ୟୁମୁଖରେ ପଡ଼ିଲେଣି। ରାତିରେ ଜମିକୁ ଯିବାକୁ ଭୟ ଲାଗୁଛି। ଏହାର ସ୍ଥାୟୀ ପ୍ରତିକାର କରିବା ଜରୁରୀ।
-ବିଭୂତି ଦଳବେହେରା, ନୂଆହତା

ଚାଷୀଙ୍କୁ କ୍ଷତିପୂରଣ ଦିଅ
ଧାନ ଫସଲ ଅମଳ ସମୟରେ ହାତୀପଲ ଉପଦ୍ରବରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବା ବ୍ୟବସ୍ଥା କରାଯିବା ଉଚିତ।
-ଦୁଷ୍ମନ୍ତ ସେନାପତି, ଆଇନଜୀବୀ

ଭୟଆତଙ୍କରେ ଜୀବନ ବିତୁଛି
୪୬ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ଜନବସତିରେ ପଶୁଛନ୍ତି। ହାବୁଡ଼ରେ ଯିଏ ପଡୁଛି ତାକୁ ଆକ୍ରମଣ କରୁଛନ୍ତି। ଭୟଆତଙ୍କରେ ଜୀବନ ବିତୁଛି। ବନ ବିଭାଗ ଏହାର ପ୍ରତିକାର କରିବା ଜରୁରୀ ହୋଇପଡ଼ିଛି।
-ନର୍ମଦା ମାଝି, ସନ୍ତ୍ରୀ ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri