ଆମ ଜିଲା ଖବର

ହ୍ୟାଣ୍ଡବଲ ପଡ଼ିଆରେ ଜମୁଛି ପାଣି

କେନ୍ଦୁଝର, ୧୨।୧୨ (ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ରାୟ ସାଢେ ତିନି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ପ୍ରଥମ ସେନ୍ଥେଟିକ ହ୍ୟାଣ୍ଡବଲ ପଡିଆ ନିର୍ମାଣ ହୋଇଛି। ତେବେ ପଡ଼ିଆଟି ସମତଳ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ବିଭିନ୍ନ ସ୍ଥାନରେ…

୯ ଦିନ ଧରି ସମବାୟ ସମିତିରେ ତାଲା

ପଦ୍ମପୁର, ୧୨।୧୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୫ ସେବା ସମବାୟ ସମିତିରେ ଚାଷୀମାନଙ୍କ ଧାନ କିଣା ପାଇଁ ଅନ୍‌ଲାଇନ ପଞ୍ଜୀକରଣରେ ତ୍ରୁଟିକୁ ନେଇ ଚୁଡ଼ାମଣି ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ ସହ ୫ ସମିତିର ଡାଟାଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କାର…

୨୦୦ ଫୁଟ ତଳକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ବ୍ଲକ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ ୨୦୦ ଫୁଟ ତଳକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛି।…

ଦୁର୍ଘଟଣାରେ ଗଲା ୩ ଜୀବନ

ଡାବୁଗାଁ/ପାପଡାହାଣ୍ଡି,୧୧।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାରେ ଶୁକ୍ରବାର ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ୩୯ ନମ୍ବର ରାଜ ପଥ ସରାଗୁଡା ଛକ ନିକଟରେ…

‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’

ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ତପସ୍ବିନୀ ଓ ସୁମିତ ଏକାଠି ରହିଥିଲେ।…

ମୃତ ହେଟାବାଘର ନଖ କାଟିନେଲେ

କୋକସରା:୧୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ସାଗରପଡ଼ା ନିକଟରେ ଏକ ଗାଡି ଧକ୍କାରେ ଏକ ହେଟାବାଘର ମୃତ୍ୟୁ ଘଟିଛି। ବାଘଟି ରାସ୍ତା ପାରି ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।…

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହିତ ଭାଜପା ଓବିସି ମୋର୍ଚ୍ଚାର ସଭାପତି ମିତ୍ରଭାନୁ ମହାକୁଡ, ସାଧାରଣ ସମ୍ପାଦକ…

ଜନ୍ମମାଟିରେ ଜଳିଲା ଯବାନ ରାଣାପ୍ରତାପଙ୍କ ଜୁଇ

ଅନୁଗୋଳ ଅଫିସ,୧୧ା୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କ ଜୁଇ ତାଙ୍କ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଜଳିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ରାଣାଙ୍କୁ ତାଙ୍କ ପୁତୁରା…

ଗଳାବାଟରେ ରେଳ ଫାଟକ ପାରି ହେଉଥିଲେ, ୩ ଜଣଙ୍କୁ ଘୋଷାଡ଼ି ନେଲା ଟ୍ରେନ୍‌

ରାଉରକେଲା,୧୧ା୧୨(ଡି.ଏନ୍‌.ଏ.): ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଫାଟକର ଗଳା ବାଟ ଦେଇ ପାରି ହେଉଥିବା ବେଳେ ୩ ଜଣଙ୍କୁ ଘୋଷାଡ଼ି ନେଇଛି ହାଓ୍ବଡା-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ। ଫଳରେ ୩ଟି ବାଇକ ଚୁର୍‌ମାର ହେବା ସହ ୩…

ଏସିଡ୍‌ ମାଡ଼ରେ ୫ ଗୁରୁତର

ବରଗଡ଼ ଅଫିସ,୧୧ା୧୨: ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଶନିବାର ଏସିଡ୍‌ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦) ଏବଂ…

୧୫ରେ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି

କଣ୍ଟାବାଞ୍ଜି,୧୧ା୧୨(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ଶୁଣାଣି ଆସନ୍ତା ୧୫ ତାରିଖରେ ହେବ। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଏହି ଶୁଣାଣି ହେବ। ଗୋବିନ୍ଦ ସାହୁଙ୍କ ଓକିଲ କଣ୍ଟାବାଞ୍ଜି…

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ନେଇ ଚାଲିଛି ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୧।୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତ କରିବେ। ହିଞ୍ଜିଳି ଏବଂ ପୁରୁଷୋତ୍ତମପୁର ବ୍ଲକର ‘ମା ତାରାତାରିଣୀ’ଙ୍କ ପୀଠସ୍ଥଳୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଯୋଜନାର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି I…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?