ଅବହେଳିତ ଅବସ୍ଥାରେ ମିନି କୋଣାର୍କ

ଗୋପ,୧୨।୧୨(ଡି.ଏନ୍‌.ଏ): କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ଗୋପ ବ୍ଲକ ଅଧୀନ ଏରବଙ୍ଗ ପଞ୍ଚାୟତର ବୟାଳିଶବାଟି ଗ୍ରାମରେ ଏକ ମିନି କୋଣାର୍କ ମନ୍ଦିର ରହିଛି। ହେଲେ ଏହି ମନ୍ଦିରଟି ସରକାରଙ୍କ ଦୃଷ୍ଟି ଅଗୋଚରରେ ରହିଯାଇଥିବାରୁ ମନ୍ଦିରର ଅବସ୍ଥା ଅବହେଳିତ ଅବସ୍ଥାରେ ଥିବାବେଳେ ମନ୍ଦିରରେ ଅନାବନା ଲତା ସହିତ ଗଛ ଉଠିଗଲାଣି। ତେଣୁ ଏହାର ରକ୍ଷଣାବେକ୍ଷଣ ସହ ସୁରକ୍ଷା ଆବଶ୍ୟକତା ରହିଛି। ତେଣୁ ଏହି ମନ୍ଦିର ଉପରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଉଠିଛି।
ଲୋକ କଥା ଅନୁଯାୟୀ, ୧୨ଶହ ଖ୍ରୀଷ୍ଟାବ୍ଦ ପୂର୍ବରୁ ଏହି ମିନି କୋଣାର୍କ ମନ୍ଦିର ନିର୍ମାଣ କରାଯାଇଛି। ଯେତେବେଳେ ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ୱ ସମୟରେ କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ କରାଯିବାକୁ ମନ୍ତ୍ରୀ ଶିବେଇ ସାମନ୍ତରାୟ ଦାୟିତ୍ୱ ନେଇଥିଲେ। କିନ୍ତୁ ମନ୍ଦିର ନିର୍ମାଣ ନିମନ୍ତେ ୧୨ଶହ ବଢେଇ ଏହି ବୟାଳିଶବାଟି ଗାଁରେ ରହିଥିଲେ। ସେ ସମୟରେ ଗାଁ ନିକଟରେ ବହି ଯାଇଥିବା ପଥରବୁହା ନାଳରେ ବଡ଼ ବଡ଼ ପଥର ନିଆଯାଉଥିଲା। କିନ୍ତୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରାଯିବାକୁ ଯାଉଥିବା ବଡ଼ବଡ଼ ପଥର ସମୁଦ୍ର ଗର୍ଭରେ ଲୀନ ହୋଇଯିବାରେ ମନ୍ତ୍ରୀ ଶିବେଇ ସାମନ୍ତରାୟ ବଡ଼ ଚିନ୍ତାରେ ଥାଆନ୍ତି। ଦିନେ ମନ୍ତ୍ରୀ ଶିବେଇ ପ୍ରଚଣ୍ଡ ଖରାରେ ତତଲା ବାଲିରେ ଚାଲି ଚାଲି ଆସିବା ସହ ତାଙ୍କୁ ବହୁତ ଭୋକ ଲାଗୁଥିଲା। ମନ୍ତ୍ରୀ ଦେଖିଲେ କିଛି ଦୂରରେ ଏକ ଚାଳ ଛପର ଘର ରହିଛି। ମନ୍ତ୍ରୀ ସେହି ଭଙ୍ଗା ଘରେ ବସିବା ସହ ସେଠାରେ ଉପସ୍ଥିତ ଥିବା ଜଣେ ବୃଦ୍ଧାଙ୍କୁ ଖାଇବାକୁ ମାଗିଥିଲେ। ବୃଦ୍ଧା ମନ୍ତ୍ରୀ ଶିବେଇଙ୍କୁ ଖିରି କରି ଦେଇଥିଲେ। ମାତ୍ର ମନ୍ତ୍ରୀଙ୍କୁ ଭୋକ ହେଉଥିବାରୁ ଗରମ ଖିରିରେ ହାତ ଭର୍ତ୍ତି କରି ଦେବାରେ ହାତ ପୋଡ଼ିଯାଇଥିଲା। ଏହାଦେଖି ବୃଦ୍ଧା ଅଥଳ ସମୁଦ୍ର ଗର୍ଭରେ ପଥର ପକାଇବା ଭଳି ତମେ ଗରମ ଖିରିରେ ସିଧା ହାତ ଭର୍ତ୍ତି କରିବା ବଦଳରେ କଡ଼ରୁ ଖାଇବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ବୃଦ୍ଧା ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବା ପରେ ମନ୍ତ୍ରୀଙ୍କ ମୁଣ୍ଡରେ ବୁଦ୍ଧି ପଶିଥିଲା। ମନ୍ତ୍ରୀ ଶିବେଇ ଏ କଥା ରାଜା ଲାଙ୍ଗୁଳା ନରସିଂହ ଦେବଙ୍କୁ କହିବା ସହ ପ୍ରଥମେ ବୟାଳିଶବାଟୀ ଗ୍ରାମରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ମଡେଲ ପ୍ରସ୍ତୁତ କରି ଗୋଟିଏ ମନ୍ଦିର ନିର୍ମାଣ କରିବା ସହ ମା’ ଗଙ୍ଗେଶ୍ବରୀଙ୍କୁ ସ୍ଥାପନା କରିଥିଲେ। ପରେ ଏହି ମଡେଲ ଅନୁସାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ସେହିଦିନଠାରୁ ଏହି ମନ୍ଦିରକୁ ମିନି କୋଣାର୍କ ବୋଲି କୁହାଯାଏ। ସେବେଠାରୁ ଏପର୍ଯ୍ୟନ୍ତ ମନ୍ଦିରରେ ମା’ ଗଙ୍ଗେଶ୍ୱରୀଙ୍କୁ ସ୍ଥାନୀୟ ଲୋକେ ପୂଜା କରିଆସୁଛନ୍ତି। ହେଲେ ମନ୍ଦିରଟି ପୁରାତନ ହୋଇଯାଇଥିବାରୁ କିଛି ସ୍ଥାନରେ ଭାଙ୍ଗିରୁଜି ଯାଇଥିବାବେଳେ ଗଛଲତା ମାଡ଼ିଗଲାଣି। ଏହାର ସୁରକ୍ଷା ଆବଶ୍ୟକତା ଥିବାବେଳେ ପ୍ରଶାସନ କି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଏଯାଏ ଏଥିପ୍ରତି ଦୃଷ୍ଟି ପଡ଼ି ନାହିଁ। ଫଳରେ ପୁରାତନ କୀର୍ତ୍ତିରାଜି ଧୀରେ ଧୀରେ ନଷ୍ଟ ହେବା ସହ ଆଉ କିଛି ବର୍ଷ ପରେ ଏହି ମିନି କୋଣାର୍କ ମନ୍ଦିର ଭୁଶୁଡି ପଡିବ ବୋଲି ଗ୍ରାମର ନିରଞ୍ଜନ ସାହୁ, ବିଭୂତି ଭୂଷଣ ସାହୁ, ଆଲୋକ କୁମାର ରାଉତରାୟ ପ୍ରମୁଖ କହିଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସୁରକ୍ଷା କରିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବାକୁ ବୁଦ୍ଧିଜୀବୀ, ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri