୨୬ କର୍ମଚାରୀରେ ସାଇବର ଅପରାଧ ନିୟନ୍ତ୍ରଣ

ଯାଜପୁର ଅଫିସ,୧୨।୧୨: ରାଜ୍ୟରେ ସାଇବର ଅପରାଧ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୧ ସେପ୍ଟେମ୍ବର ୩୦ ମଧ୍ୟରେ ୭୩୩୦ ସାଇବର ଅପରାଧ ପଞ୍ଜୀକୃତ ହୋଇଛି। ହେଲେ ଉପରୋକ୍ତ ସମୟସୀମା ମଧ୍ୟରେ ବିଚାରାଧୀନ ଓ ଫଇସଲା, ବର୍ତ୍ତମାନର ସ୍ଥିତି, ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ସଂଖ୍ୟା ଓ ସାକ୍ଷ୍ୟପ୍ରମାଣ ଅଭାବରୁ ଖଲାସ ହୋଇଥିବା ଅଭିଯୁକ୍ତମାନଙ୍କ ତଥ୍ୟ ଆଦି ସାଇବର ଅପରାଧ ସମ୍ପର୍ର୍କିତ ତଥ୍ୟ ସରକାରଙ୍କ ପାଖରେ ନାହିଁ। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧର ମୁକାବିଲା ପାଇଁ ମାତ୍ର ୪ଟି ସାଇବର କ୍ରାଇମ୍‌ ଥାନା ରହିଛି। ଏହିସବୁ ଥାନାରେ ମାତ୍ର ୨୬ ଜଣ କର୍ମଚାରୀ ତଥା ଇନ୍ସପେକ୍ଟର, ସବଇନ୍ସପେକ୍ଟର, ଏଏସ୍‌ଆଇ ଓ କନଷ୍ଟେବଳ କାମ କରୁଛନ୍ତି। ଗତ ବିଧାନସଭାରେ ବିଧାୟକ ମୋହନଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରୁ ଏହା ଜଣାପଡିଛି। ଏଥିରୁ ସାଇବର ଅପରାଧ ରୋକିବାକୁ ସରକାରଙ୍କ ଆନ୍ତରିକତା କେତେ ତାହା ଜଳଜଳ ହୋଇ ଦିଶୁଛି।
ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ପାଇଁ ମୁଖ୍ୟତଃ ପୋଲିସ ନିୟୋଜିତ କରାଯାଇଥାଏ। ହେଲେ ରାଜ୍ୟର ବିଭିନ୍ନ ସହର ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ସାଇବର ଅପରାଧ ରୋକିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧୀଙ୍କ କାରନାମା। କେତେଜଣ ଯୁବ ବୈଷୟିକ ବିଶେଷଜ୍ଞଙ୍କ ସହାୟତାରେ ଏହି ଅପରାଧ ଚାଲିଥିବାବେଳେ ପୋଲିସ ସେମାନଙ୍କ ପାଖକୁ ପହଞ୍ଚିବାକୁ ଟେର ପାଇପାରୁନି। ଆବଶ୍ୟକ ତାଲିମପ୍ରାପ୍ତ ଅଧିକାରୀଙ୍କ ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଏଭଳିସ୍ଥଳେ ନିଜ କଷ୍ଟୋପାର୍ଜିତ ଧନକୁ ସୁରକ୍ଷିତ ରଖିବା ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଦେଇଥିବା ଉତ୍ତରରେ ଏହି ମାମଲାରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି ଦର୍ଶାଇଛନ୍ତି। ସେ ତାଙ୍କ ଉତ୍ତରରେ ଆହୁରି କହିଛନ୍ତି ଯେ, ପ୍ରାୟତଃ ସାଇବର ଅପରାଧ ମାମଲାଗୁଡ଼ିକରେ ଅଭିଯୁକ୍ତ ଅଜ୍ଞାତ ଥାଆନ୍ତି। ତଦନ୍ତପରେ ଅଭିଯୁକ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଅର୍ଥ କ୍ଷେତ୍ରରେ ଠକାମି ଓ ସୋସିଆଲ ମିଡିଆ ଅପରାଧ ଭଳି ସାଇବର ଅପରାଧ ମାମଲାଗୁଡ଼ିକ ରାଜ୍ୟରେ ଘଟିଛି। ରାଜ୍ୟରେ ସିଆଇଡି ସାଇବର କ୍ରାଇମ ଥାନା, ବ୍ରହ୍ମପୁର ସାଇବର କ୍ରାଇମ ଥାନା, ସମ୍ବଲପୁର ସାଇବର କ୍ରାଇମ ଥାନା ଓ ରାଉରକେଲା ସାଇବର କ୍ରାଇମ ଥାନା ରହିଛି। ସିଆଇଡି ସାଇବର ଥାନାରେ ୫ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ ଓ ଜଣେ କନଷ୍ଟେବଳ ନିଯୁକ୍ତ ହୋଇଛନ୍ତି। ସେହିପରି ବ୍ରହ୍ମପୁର ସାଇବର ଥାନାରେ ଜଣେ ଇନ୍ସପେକ୍ଟର, ୨ ସବ୍‌ଇନ୍ସପେକ୍ଟର ଓ ୩ କନଷ୍ଟେବଳ, ସମ୍ବଲପୁର ସାଇବର ଥାନାରେ ଜଣେ ଲେଖାଏ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର, ୩ କନଷ୍ଟେବଳ ଏବଂ ରାଉରକେଲା ସାଇବର କ୍ରାଇମ ଥାନାରେ ୨ ଇନ୍ସପେକ୍ଟର, ଜଣେ ଏଏସ୍‌ଆଇ ଓ ୪ କନଷ୍ଟେବଳ ରହିଛନ୍ତି। ତେବେ ଏହିସବୁ ଥାନାରେ ମାତ୍ର ୧୧ ଜଣ ତଦନ୍ତକାରୀ ଅଧିକାରୀ ତାଲିମପ୍ରାପ୍ତ। ଏହାବାଦ୍‌ ରାଇଟ୍‌ ବ୍ଲକର, ଫରେନ୍‌ଟିକ ଆନାଲିସିସ୍‌ ଟୁଲ କିଟ୍‌ ଓ ପାସୱାର୍ଡ ରେକୋଭରି, ସିଡିଆର ଆନାଲିସିସ ସଫ୍ଟୱେର(ଲୋ ଏଣ୍ଡ), ମୋବାଇଲ ଫରେନ୍‌ଟିକ ସଫ୍ଟୱେର, ଅନଲାଇନ୍‌ ସୋସିଆଲ ମିଡିଆ ଆନାଲିସିସ୍‌ ଟୁଲ୍‌ ଆଦି ଉପକରଣ ଓ ପରୀକ୍ଷାଗାର ସୁବିଧା ରହିଛି। ଭୁବନେଶ୍ୱରଠାରେ ସାଇବର ଫରେନ୍‌ଟିକ୍‌ ଲାବରେଟୋରୀ ସୁବିଧା ରହିଛି ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ହେଲେ ପ୍ରାୟ ସାଢେ ୪ କୋଟି ଲୋକସଂଖ୍ୟା ବିଶିଷ୍ଟ ଓଡ଼ିଶାରେ ସାଇବର କ୍ରାଇମ ଦକ୍ଷତା ଥିବା କର୍ମଚାରୀ ସଂଖ୍ୟା, ଆଧୁନିକ ଭିତ୍ତିଭୂମି ଆଦି ନଗଣ୍ୟ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?