ଆମ ଜିଲା ଖବର

ବ୍ରାଉନସୁଗାର ବେପାରରେ ୩ ଛାତ୍ର

ଜୟପୁର,୨୦ା୯(ନି.ପ୍ର.): ଗେଟଗୁଡ଼ା ନିକଟସ୍ଥ ଆମ୍ବତୋଟାରେ ସୋମବାର ଜୟପୁର ଟାଉନ ଥାନା ପୋଲିସ ଚଢ଼ାଉକରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ପରିମାଣ ୨.୭୧ ଗ୍ରାମ। ଏହି ମାମଲାରେ ୩ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଜୟପୁର ସହରର ପାରାବେଢ଼ାର ଶିଶିର…

ବାଘଛାଲ ବିକୁଥିଲେ ଇଞ୍ଜିନିୟରିଂ ଛାତ୍ର

ବାରିପଦା ଅଫିସ,୨୦ା୯: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଗାନ୍ଧୀ ପାର୍କ ନିକଟରୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଚଢ଼ାଉ କରି ୨ଫୁଟର କଲରାପତରିଆ ବାଘଛାଲ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୨ଜଣଙ୍କୁ ଗିରଫ…

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୨୦ା୯: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷାଫଳ ବୋର୍ଡ ୱେବସାଇଟ୍‌ ‘www.bseodisha.ac.in’ରେ ଦେଖିପାରିବେ। ଓଏମ୍‌ଆର୍‌ ଉତ୍ତର ଖାତା ଉକ୍ତ…

୧୨ ବର୍ଷର ପୁଅକୁ ଧରି ପ୍ରେମିକ ସହ ଫେରାର

ରାଜନଗର,୨୦ା୯(ଡି.ଏନ.ଏ.): ୧୨ ବର୍ଷର ପୁଅକୁ ଧରି ଜଣେ ମହିଳା ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ବାମୀ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏ ସଂକ୍ରାନ୍ତରେ ଖବର ମିଳିବା…

ନିଖୋଜ ଯୁବକଙ୍କ ମିଳିଲା କଙ୍କାଳ

ପୋଲସରା,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ମନ୍ଦାର-କେନ୍ଦୁବାଡ଼ି ରାସ୍ତା ନିକଟ ରତନେଇ ପାହାଡ଼ରୁ ପୋଲିସ ସୋମବାର ଜଣେ ନିଖୋଜ ଯୁବକଙ୍କ କଙ୍କାଳ ଜବତ କରିଛି। ମନ୍ଦାର ଗ୍ରାମର କୋକଲି ମଳିକଙ୍କ ପୁଅ କାହ୍ନା (୨୫) ଗତ ୨୬ ତାରିଖରୁ ନିଖୋଜ ହୋଇଯାଇଥିବା…

ମହିଳାଙ୍କୁ ବଳାତ୍କାର କଲେ ନାବାଳକ

ରାଇରଙ୍ଗପୁର,୨୦ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ରବିବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ବଳାତ୍କାର ମାମଲା (ନଂ.୧୫୩/୨୧) ରୁଜୁ କରିଛି। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ବାରିପଦାସ୍ଥିତ…

ଦଇବ ଦାଉ ସାଧିଛି: ବଞ୍ଚିବାକୁ ବୈକୁଣ୍ଠଙ୍କ ସଂଘର୍ଷ

କାମାକ୍ଷାନଗର, ୨୦।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୪ନଂ. ଓ୍ବାର୍ଡର ପ୍ରଦୀପ ବିଶ୍ୱାଳ ଏବଂ ସାବିତ୍ରୀ ବିଶ୍ୱାଳଙ୍କ ଜୀବନରେ ଘୋଟି ଆସିଥିଲା ଅନ୍ଧକାର। ୧୫ ବର୍ଷୀୟ ସାନପୁଅ ବୈକୁଣ୍ଠ ଛାତ ଉପରେ ଖେଳୁଥିବାବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳି…

ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲ୍‌ର ସିନିୟର ମ୍ୟାନେଜର

ସମ୍ବଲପୁର ଅଫିସ,୨୦ା୯: ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରଞ୍ଜନଙ୍କ ସମ୍ବଲପୁରସ୍ଥିତ ବାସଭବନ, ଅଫିସ ଏବଂ ତାଙ୍କ ଶ୍ୱଶୁର ଘରେ ଚଢ଼ାଉ…

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କର ସୋମବାର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରୀରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି । ଲାଏ ଡିଟେକ୍ସନ…

ଜଣଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ନିକଟରେ ଦୁର୍ବୃତ୍ତ ରକ୍ତରେ ଲେଖିଲେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ

ପୁରୁଷୋତ୍ତମପୁର,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ରବିବାର ରାତିରେ ଶୋଇଥିବା ଅବସ୍ଥାରେ ଅତି ବୀଭତ୍ସ ଭାବରେ ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିନାୟକ ପ୍ରଧାନ (୪୮)। ପୁରୁଷୋତ୍ତମପୁର ଏସ୍‌ଡିପିଓ…

ବରଣ୍ଡୁଆ-ସୁଦର୍ଶନପୁର ରାସ୍ତାରେ ବନ୍ୟାଜଳ

ବାସୁଦେବପୁର, ୨୦ା୯(ଡି.ଏନ.ଏ.)- ଗମେଈ ନଦୀରେ ବନ୍ୟା ଆସିବା ଫଳରେ ନଦୀ ସଂଲଗ୍ନ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ଧାନଫସଲ ଉପରେ ୪ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ନଦୀ ସଂଲଗ୍ନ ଅଞ୍ଚଳ ଦେଇ ଯାଇଥିବା ବରଣ୍ଡୁଆ-ସୁଦର୍ଶନପୁର ପ୍ରଧାନମନ୍ତ୍ରୀ…

ଟଳିଲା ବନ୍ୟା, ୫୦ ହଜାର ଲୋକ ଜଳବନ୍ଦୀ

ଭୋଗରାଇ,୨୦।୯(ଡି.ଏନ.ଏ.)-ସୁବର୍ଣ୍ଣରେଖା ଉପରମୁଣ୍ଡରେ ଘନ ଘନ ଲଘୁଚାପ ଜନିତ ବର୍ଷା ଯୋଗୁ ନିମ୍ନ ଅବବାହିକାରେ ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ଜଳସ୍ତର ସତର୍କ ସୂଚନା ୯.୪୫ମିଟର ତଳେ ପ୍ରବାହିତ ହେଉଥିବା ବେଳେ ଭୋଗରାଇ ଧୋୟା ଅଞ୍ଚଳର ୧୮ ପଞ୍ଚାୟତର ଶତାଧିକ ଗାଁ ଅଦ୍ୟାବଧି ପାଣିଘେରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?