ଅଧିଆ ପଡ଼ିଲେ ଭାଜପା ବିଧାୟକ

ପୁରୀ ଅଫିସ,୧୨।୧୨: ନିର୍ଦ୍ଧାରିତ ସମୟର ୨୦ଦିନ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିବା, ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରିବା ପ୍ରତିବାଦରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଛନ୍ତି ଭାଜପାର ୧୨ ବିଧାୟକ। ଚାଷୀମାନଙ୍କ ସମସ୍ୟା ଉପରେ ଆଲୋଚନା ପାଇଁ ବିଧାନସଭାରେ ସୁଯୋଗ ଦିଆଗଲା ନାହିଁ। ରାଜ୍ୟ ସରକାର ମମିତା ହତ୍ୟା ଘଟଣାର ସ୍ବଚ୍ଛ ତଦନ୍ତ କଲେ ନାହିଁ। ସେହିଭଳି ଏକାଧିକ ମୌଳିକ ସମସ୍ୟାକୁ ନେଇ ବିରୋଧୀ ପ୍ରଶ୍ନ କରିବାକୁ ଚାହୁଁଥିବାବେଳେ ସରକାର ଜାଣିଶୁଣି ବିଧାନସଭାକୁ ବନ୍ଦ କରିଦେଲେ। ଫଳରେ ଆଲୋଚନା ହୋଇପାରିଲା ନାହିଁ ବୋଲି ଭାଜପା ନେତାମାନେ ଅଭିଯୋଗ କରିଛନ୍ତି। ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର କେବଳ ଆରାଧ୍ୟ ନୁହନ୍ତି ସେ ଆମ ପରିବାରର ମୁରବି ମଧ୍ୟ। ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ରାଜ୍ୟ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କାମନା କରିଛୁ। ଯେଉଁଭଳି ଭାବେ ରାଜ୍ୟରେ ଏକଚ୍ଛତ୍ରବାଦ ବ୍ୟବସ୍ଥା ସ୍ଥାପିତ ହୋଇସାରିଛି ଓ ସରକାର ଜାଣିଶୁଣି ଅପରାଧୀକୁ ଘଣ୍ଟ ଘୋଡ଼ାଉଛନ୍ତିଚ୍‌, ତାହା ନିହାତି ପକ୍ଷେ ଚିନ୍ତାଜନକ ପ୍ରସଙ୍ଗ। ନାରୀମାନେ ରାଜ୍ୟରେ ସୁରକ୍ଷିତ ନୁହନ୍ତି। ମହାପ୍ରଭୁ ଚାହିଁଲେ ହିଁ ରାଜ୍ୟକୁ ରକ୍ଷା କରିପାରିବେ ବୋଲି ଆମର ଆଶା ରହିଥିବା ଭାଜପା ବିଧାୟକ ବିଷ୍ଣୁଚରଣ ସେଠୀ କହିଛନ୍ତି। ବ୍ରହ୍ମଗିରି ବିଧାୟକ ଲଳିତେନ୍ଦ୍‌ୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ ଶରଣ ପଶିବା ପାଇଁ ଆମେ ବାଧ୍ୟ ହେଲୁ। ଦୀର୍ଘ ୧୦ ଦିନ ହେବ ବିଧାନସଭା ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆମେ ସାକ୍ଷାତ କରିପାରିଲୁନାହିଁ। କୌଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିଲେ ନାହିଁ। ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଆମେ ମହାପ୍ରଭୁଙ୍କ ଶରଣ ପଶିଲୁ। ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଯେତେବେଳେ ରାଜ୍ୟ ସରକାର ବିଧାନସଭାକୁ ଡ଼ରିଲେ। ୨୦ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରି ଦିଆଗଲା। ରାଜ୍ୟ ସରକାରଙ୍କର ପଳାୟନପନ୍ଥୀ ଆଭିମୁଖ୍ୟକୁ ଆମେ ନିନ୍ଦା କରିବା ସହ ରାଜ୍ୟବାସୀଙ୍କ ପାଇଁ ନ୍ୟାୟ ଭିକ୍ଷା କରୁଛୁ। ଯେଉଁ ସରକାର ଉତ୍ତରଦାୟୀ ସେ ଦାୟିତ୍ୱଠାରୁ ମୁହଁ ମୋଡ଼ିନେବା ପରେ ମହାପ୍ରଭୁଙ୍କ ଶରଣ ପଶିବା ଛଡ଼ା ଆମ ପାଖରେ ବିକଳ୍ପ ନାହିଁ। ଭାଜପା ବିଧାୟକମାନେ ରାଜ୍ୟବାସୀଙ୍କ ମଙ୍ଗଳକାମନା କରି ଦୀପଦାନ କରିବା ସହ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଭାଜପାର ୧୨ ଜଣ ବିଧାୟକ ମାନେ ଅଧିଆ ପଡ଼ିବା ସହ ମହାପ୍ରଭୁଙ୍କ ନାମ ଜପ କରିଥିଲେ। ଓଡ଼ିଶାକୁ ରକ୍ଷା କରିବା ସହ ମହାପ୍ରଭୁଙ୍କୁ ସଦ୍‌ବୁଦ୍ଧି ଦେବା ପାଇଁ କାମନା କରିଥିଲେ। ବିଧାୟକମାନଙ୍କ ମଧ୍ୟରେ, ଜୟନ୍ତ କୁମାର ଷଡ଼ଙ୍ଗୀ, ଲଲାତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଷ୍ଣୁଚରଣ ସେଠୀ, ମୋହନ ମାଝୀ, ନଉରୀ ନାୟକ, ଭାସ୍କର ମଢେଇ, ନବଚରଣ ମାଝୀ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ଜୟନାରାୟଣ ମିଶ୍ର, ନିତ୍ୟାନନ୍ଦ ଗଣ୍ଡ ଓ ପ୍ରକାଶ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦର ସମ୍ମୁଖରେ କାର୍ଯ୍ୟକ୍ରମ ସାରି ବିଧାୟକମାନେ ପୁରୀ ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହରେ ପହଞ୍ଚି ଦଳୀୟ କର୍ମୀଙ୍କ ଗହଣରେ ସମୟ ଅତିବାହିତ କରି ମହାପ୍ରସାଦ ସେବନ କରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri