ମଧୁର ଜଳ ସୁନିଶ୍ଚିତ କରିବା ଆମ ଦାୟିତ୍ୱ:ରାଜ୍ୟପାଳ
କେନ୍ଦ୍ରାପଡ଼ା ଅଫିସ,୨୪।୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଆଗାମୀ ପିଢ଼ି ପାଇଁ ମଧୁର ଜଳ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ କହିଛନ୍ତି। ରାଜ୍ୟପାଳ ଡ. ଲାଲ ସହରର କାକଟସ୍ଥିତ ଶିକ୍ଷକ…
ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ
ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଜୀବନ ଯୁଦ୍ଧରେ ହାରିଗଲେ ବ୍ରହ୍ମପୁରର ଅମ୍ରିତଙ୍କ ପ୍ରଧାନ। ଅମ୍ରିତ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗତ ଜୁନ୍ ମାସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ସେଠାରେ ତାଙ୍କର ଇକ୍ମୋ ଚିକିତ୍ସା ଚାଲିଥିଲା। ଇକ୍ମୋ ଚିକିତ୍ସାରେ ସମ୍ପୂର୍ଣ୍ଣ…
ଆଜି ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୨୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିସହ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଏବଂ ଅନ୍ୟ…
ପ୍ରତିଟି ଜୀବନ ମୂଲ୍ୟବାନ୍: ମୁଖ୍ୟମନ୍ତ୍ରୀ
ରାୟଗଡ଼ା ଅଫିସ,୨୪।୧୧: ରାୟଗଡ଼ାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଲୋକଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସରେ ଏହାକୁ ଉଦ୍ଘାଟନ କରିଛନ୍ତି। ଜିଲାର ୨,୫୨,୧୯୧ ପରିବାରର ୮,୩୪,୫୭୦ ଜଣ ଏଥିରୁ ଉପକୃତ ହେବେ।…
ଅଳିଆଗଦା ଏବେ ମନୋରମ ପରିବେଶ
ଆନନ୍ଦପୁର,୨୪।୧୧- ଦିନେ ସେଠାରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହେଉଥିଲା। ଏବେ ସେହି ଅଳିଆଗଦା ପାଲଟିଛି ମନୋରମ ପରିବେଶ। ସେଇଠି ପ୍ରତିଷ୍ଠା ହୋଇଛି ମହାଦେବ ମନ୍ଦିର। ମନ୍ଦିର ପରିସରରେ ଯୋଗ ଶିକ୍ଷା ଦିଆଯାଉଛି। ତେବେ ଯାହାଙ୍କ ପ୍ରଚେଷ୍ଟାରେ ଏ ସବୁ ହୋଇଛି…
ଅନନ୍ୟ ଆକର୍ଷଣ ‘କୁଲଡିହା’
ବାଲେଶ୍ୱର ଅଫିସ,୨୪।୧୧-ବାଲେଶ୍ୱର ଜିଲା ନୀଳଗିରି ଏବଂ ଔପଦା ବ୍ଲକ ପାହାଡ଼ିଆ ଅଞ୍ଚଳର ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ। ବିଶେଷ କରି ଏହି ଅଭୟାରଣ୍ୟ ହାତୀଙ୍କ ସୁରକ୍ଷାସ୍ଥଳୀ ଭାବେ ପରିଚିତ। ପୁଣି ହାତୀ, ବାଘ, ଭାଲୁ, ଗୟଳ, କୁଟୁରା, ହରିଣ,…
ଡିଜେ ସାଉଣ୍ଡ ପାଇଁ ୬୩ କୁକୁଡ଼ା ମୃତ
ସଜନାଗଡ଼,୨୩।୧୧(ଡି.ଏନ.ଏ.): ଡିଜେ ସାଉଣ୍ଡରେ ୬୩ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲା ନୀଳଗିରି କାଣ୍ଡଗରଡ଼ି ଗ୍ରାମର କୁକୁଡା ଚାଷୀ ରଣଜିତ୍। ଅଭିଯୋଗ ଅନୁଯାୟୀ, ଗ୍ରାମରେ ସୋମବାର ରାତିରେ ଏକ ବିବାହ ଉତ୍ସବ…
ଅଣ୍ଡା ତରକାରି ପାଇଁ ମା’ଙ୍କୁ ହତ୍ୟା
ଝାରସୁଗୁଡ଼ା ଅଫିସ,୨୩।୧୧: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଇବ୍ ଗ୍ରାମର ଜାମୁଆଁପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ରାଜେନ୍ଦ୍ର ଭୋଏ (୨୭) ନାମକ ଯୁବକ ମା’ କୁମୁଦିନୀ ଭୋଏ(୫୫)ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମଙ୍ଗଳବାର…
ଏବେଠୁ ସତର୍କ ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇପାରିବ ନାହିଁ’
କେନ୍ଦ୍ରାପଡ଼ା ଅଫିସ,୨୩ା୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଏହା ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇବାରୁ ବଞ୍ଚିତ ହେବ। ଜଳ ସଂରକ୍ଷଣ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ…
ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧିରେ ଗଣଧାରଣା
ବଲାଙ୍ଗୀର ଅଫିସ,୨୩।୧୧: ରନ୍ଧନ ଗ୍ୟାସ ବୃଦ୍ଧି ବିରୋଧରେ ମଙ୍ଗଳବାର ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ପୁର୍ବତନ ସାଂସଦ…
ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ପୁରୁଷୋତ୍ତମପୁର,୨୩।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଡି ଅନ୍ତରି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟିକୁ ସରକାରଙ୍କ ପକ୍ଷରୁ ଉଚ୍ଛେଦ କରିଦିଆଯାଛି। ପାଠ ପଢିବା ଲାଗି କୋମଳମତି ଶିଶୁମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏହାକୁ ନେଇ ଶିକ୍ଷା ବିଭାଗୀୟ…
୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍
ସମ୍ବଲପୁର,୨୩।୧୧(ବ୍ୟୁରୋ): ବୁର୍ଲା ଭୀମସାର ମେଡିକାଲର ଏମବିବିଏସ୍ ପ୍ରଥମ ବର୍ଷର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ଛାତ୍ରୀ ରହିଥିବାବେଳେ ୭ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା…

