ଖରିଫ ଚାଷୀଙ୍କ ଦୁଃଖ ଚିଙ୍ଗୁଡ଼ି ଘେରି

କେନ୍ଦ୍ରାପଡ଼ା ଅଫିସ,୧୨।୧୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକରେ ଗତ ୪ରୁ ୬ ତାରିଖ ମଧ୍ୟରେ ୪୭୭ ମିଲିମିଟର ବର୍ଷା ହୋଇଛି । ଏଥିରେ ଚିଙ୍ଗୁଡ଼ି ଘେରିରୁ ପାଣି ଉଛୁଳି ନିକଟସ୍ଥ ଖରିଫ ଚାଷକୁ ନଷ୍ଟ କରିଛି । ଏନେଇ ୩ ବ୍ଲକ ଅଞ୍ଚଳର ଚାଷୀ ଓ ଚିଙ୍ଗୁଡ଼ି ଘେରି ମାଲିକ ମୁଁହାମୁହିଁ ହୋଇଛନ୍ତି । ଶୁକ୍ରବାର ମହାକାଳପଡ଼ା ବ୍ଲକ ପେଟଛେଲାର କେତେଜଣ ବ୍ୟକ୍ତି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଚିଙ୍ଗୁଡ଼ି ଘେରି ଚାଷୀଙ୍କ ପାଇଁ ଦୁଃଖ ବୋଲି ସେମାନେ କହିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ରବିବାର ଆସୁଥିବା କେନ୍ଦ୍ରୀୟ ଦଳକୁ ଘେରି ଅଞ୍ଚଳରେ ଅନୁଧ୍ୟାନ ପାଇଁ ନେବାକୁ ଜିଲା ପ୍ରଶାସନ ନିକଟରେ ସେମାନେ ଦାବି କରିଛନ୍ତି । ଚିଙ୍ଗୁଡ଼ି ଘେରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏଡିଏମ୍‌ଙ୍କୁ ସମ୍ପୃକ୍ତ ବ୍ୟକ୍ତିମାନେ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ମହାକାଳପଡ଼ାର ସୁନିଲ କୁମାର ଗନ୍ତାୟତ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ସମେତ ସ୍ଥାନୀୟ ଚାଷୀଙ୍କ ପାଇଁ ଚିଙ୍ଗୁଡ଼ି ଘେରି ବିପଦ ସାଜିଛି। ଘେରିରୁ ଆସୁଥିବା ଲୁଣି ପାଣି ଚାଷ ଜମିକୁ ନଷ୍ଟ କରୁଛି । ଘେରିରେ ଉନ୍ନତ ଓ ଅଧିକ ଚିଙ୍ଗୁଡ଼ି ଅମଳ ପାଇଁ ରାସାୟନିକ ପଦାର୍ଥ ବ୍ୟବହାର ହେଉଛି । ପୋଖରୀରେ ପାଣି ବଦଳାଇବା ସମୟରେ ଏହି ପାଣିକୁ ନାଳ ମାଧ୍ୟମରେ ସମୁଦ୍ରକୁ ଛଡାଯାଉଛି। ରାସାୟନିକ ସାମଗ୍ରୀ ପାଇଁ ପରିବେଶ ନଷ୍ଟ ହେଉଛି । ଖରିଫ ଧାନ ସହିତ ଭିତରକନିକା ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡୁଛି । ଏନେଇ ଚାଷୀ ଓ ଚିଙ୍ଗୁଡ଼ି ଚାଷୀ ମୁହଁାମୁହିଁ ହେବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ରାଜନଗରର ଦୋଳଗୋବିନ୍ଦ ଜେନା କହିଛନ୍ତି, ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏକ ମାମଲା ହୋଇଛି। ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜିଲା ପ୍ରଶାସନ ତୁରନ୍ତ ବେଆଇନ ଚିଙ୍ଗୁଡ଼ି ଘେରିକୁ ଉଚ୍ଛେଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଏବେ ୧୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଚିଙ୍ଗୁଡ଼ି ଘେରି ହୋଇଛି । ଗତ ଲଗାଣ ବର୍ଷାରେ ଏହି ଘେରିରୁ ପାଣି ବାହାରି ଚାଷ ଜମି ନଷ୍ଟ କରିଛି । ଜିଲା ପ୍ରଶାସନ ଘେରି ଉଚ୍ଛେଦ ନାମକୁମାତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ରାଜନଗରର ପ୍ରତ୍ୟୁଷ କୁମାର ନାୟକ କହିଛନ୍ତି, ଚଳିତବର୍ଷ ପ୍ରାୟ ୧୫ ଏକର ଜମିରେ ଖରିଫ ଧାନ ଫସଲ କରିଥିଲେ । ଗତ ଲଗାଣ ବର୍ଷାରେ ପାଟ ଜମି ଧୋଇ ଯାଇଥିବା ବେଳେ ଉଚ୍ଚ ଜମିରେ ଥିବା ଚିଙ୍ଗୁଡ଼ି ଘେରି ଫସଲକୁ ନଷ୍ଟ କରିଛି । ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଘେରିରୁ ଆସିଥିବା ଲୁଣା ପାଣି କ୍ଷେତ ଉଜାଡି ଦେଇଛି ।  ଚିଙ୍ଗୁଡ଼ି ଘେରି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ବହୁ ଚାଷୀ ଚାଷ ଛାଡିବାକୁ ବାଧ୍ୟ ହେବେ ।  ଜଣେ ଚିଙ୍ଗୁଡ଼ି ଘେରି ମାଲିକଙ୍କ କହିବା କଥା, ଘେରି ନିର୍ମାଣ ଏବେ ଲାଭଜନକ ବ୍ୟବସାୟ ପାଲଟିଛି । ଏଥିରେ ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ମିଳୁଥିବା ବେଳେ ଜିଲାର ଅର୍ଥନୈତିକ ଅଭିବୃଦ୍ଧି ହେଉଛି ।  ରାଜ୍ୟ ସରକାର ଚିଙ୍ଗୁଡ଼ି ଚାଷ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ନିଜ ଜମିରେ ଚିଙ୍ଗୁଡ଼ି ଚାଷ ପାଇଁ ଅନୁମତି ଦେବା ଆବଶ୍ୟକ । ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣା କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ ଅବୈଧ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ସହିତ ମାମଲା ରୁଜୁ କରାଯାଉଛି । ରବିବାର କେନ୍ଦ୍ରୀୟ ଦଳ ଅନୁଧ୍ୟାନ କରିବା ପାଇଁ ଆସୁଛନ୍ତି ।  କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପରିସର ସଫେଇ କଲେ ସୁରଟ ଫେରନ୍ତା

କୁକୁଡାଖଣ୍ଡି, ୮।୮(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକର ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି ୭୨ଜଣ ପ୍ରବାସୀ ଓଡ଼ିଆ। ସେମାନେ ସୁରଟ ଫେରନ୍ତା। ତେବେ...

ରଥଯାତ୍ରା ପାଇଁ ପାର୍କିଂ ଟେଣ୍ଡରରେ ପାତରଅନ୍ତର

ପୁରୀ ଅଫିସ,୧୨।୬: ରଥଯାତ୍ରା ପାଇଁ ପାର୍କିଂ, ଜୋତାଷ୍ଟାଣ୍ଡ ଓ ଉଠା ଦୋକାନୀଙ୍କଠାରୁ ଶୁଳ୍କ ଆଦାୟ କରିବା ପାଇଁ ପୁରୀ ମ୍ୟୁନିସିପାଲିଟି ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛି।...

ବଜାରରୁ ସିରିଜ୍‌ ଚୋରି: ବାଳସୁଧାର ଗୃହ ଗଲେ ୩ ଅନ୍ତେବାସୀ ନାବାଳକ

ଶଙ୍କରାଖୋଲ,୨୬ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ମଲିକ ଗଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏସ୍‌ସି ଏସ୍‌ଟି ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ରବିବାର...

ବିଶ୍ୱ ଐତିହ୍ୟସ୍ଥଳ ପାଲଟିବ ଧବଳେଶ୍ୱର ପୀଠ

ଖୁଣ୍ଟୁଣୀ,୨୧ା୪(ଡି.ଏନ୍‌.ଏ.): ଏକାଦଶ ଶତାବ୍ଦୀରେ ନିର୍ମିତ କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠ ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।...

ବିଜେଡି ସଭାପତିଙ୍କ ନାଁରେ ମେସେଜ କରି ମାଗୁଥିଲେ ଟଙ୍କା, ଦେଲେ ଏତଲା

ଫୁଲବାଣୀ ଅଫିସ, ୧୮।୮: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ନାମରେ ହ୍ବାଟସ ଆପ୍‌ରେ ମେସେଜ କରି କେହି ଜଣେ ବ୍ୟକ୍ତି ଟଙ୍କା ମାଗୁଛନ୍ତି।...

ଫନୀ ମହାବାତ୍ୟାକୁ ପୂରିଲା ସାଢେ ୭ ମାସ : କାରିଗରଙ୍କୁ ମିଳିଲାନି ସହାୟତା ରାଶି

ଯାଜପୁର ଅଫିସ,୧୭ା୧୨- ଫନୀ ବାତ୍ୟା ପାଇଁ ଜଳ ସମ୍ପଦ ବିଭାଗର କ୍ଷୟକ୍ଷତି ଆକଳନ କରାଯାଇ ୩୭୦କୋଟି ୪୦ ଲକ୍ଷ ୫୦ ହଜାର ଟଙ୍କାର ବିବରଣୀ ପ୍ରଦାନ...

ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ତୁଷାରପାତ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି, ୧୩ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲାରେ ହାଡଭଙ୍ଗା ଶୀତ। ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ...

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ୫୦ ଶଯ୍ୟା ବିଶିଷ୍ଟ ଅର୍ନ୍ତବିଭାଗ ଓ ବର୍ହିବିଭାଗ ଗୃହ ନିର୍ମାଣର ଶୁଭ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ...

Advertisement
Archives

Model This Week