ଖରିଫ ଚାଷୀଙ୍କ ଦୁଃଖ ଚିଙ୍ଗୁଡ଼ି ଘେରି

କେନ୍ଦ୍ରାପଡ଼ା ଅଫିସ,୧୨।୧୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକରେ ଗତ ୪ରୁ ୬ ତାରିଖ ମଧ୍ୟରେ ୪୭୭ ମିଲିମିଟର ବର୍ଷା ହୋଇଛି । ଏଥିରେ ଚିଙ୍ଗୁଡ଼ି ଘେରିରୁ ପାଣି ଉଛୁଳି ନିକଟସ୍ଥ ଖରିଫ ଚାଷକୁ ନଷ୍ଟ କରିଛି । ଏନେଇ ୩ ବ୍ଲକ ଅଞ୍ଚଳର ଚାଷୀ ଓ ଚିଙ୍ଗୁଡ଼ି ଘେରି ମାଲିକ ମୁଁହାମୁହିଁ ହୋଇଛନ୍ତି । ଶୁକ୍ରବାର ମହାକାଳପଡ଼ା ବ୍ଲକ ପେଟଛେଲାର କେତେଜଣ ବ୍ୟକ୍ତି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଚିଙ୍ଗୁଡ଼ି ଘେରି ଚାଷୀଙ୍କ ପାଇଁ ଦୁଃଖ ବୋଲି ସେମାନେ କହିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ରବିବାର ଆସୁଥିବା କେନ୍ଦ୍ରୀୟ ଦଳକୁ ଘେରି ଅଞ୍ଚଳରେ ଅନୁଧ୍ୟାନ ପାଇଁ ନେବାକୁ ଜିଲା ପ୍ରଶାସନ ନିକଟରେ ସେମାନେ ଦାବି କରିଛନ୍ତି । ଚିଙ୍ଗୁଡ଼ି ଘେରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏଡିଏମ୍‌ଙ୍କୁ ସମ୍ପୃକ୍ତ ବ୍ୟକ୍ତିମାନେ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ମହାକାଳପଡ଼ାର ସୁନିଲ କୁମାର ଗନ୍ତାୟତ କହିଛନ୍ତି, ଜାତୀୟ ଉଦ୍ୟାନ ଭିତରକନିକା ସମେତ ସ୍ଥାନୀୟ ଚାଷୀଙ୍କ ପାଇଁ ଚିଙ୍ଗୁଡ଼ି ଘେରି ବିପଦ ସାଜିଛି। ଘେରିରୁ ଆସୁଥିବା ଲୁଣି ପାଣି ଚାଷ ଜମିକୁ ନଷ୍ଟ କରୁଛି । ଘେରିରେ ଉନ୍ନତ ଓ ଅଧିକ ଚିଙ୍ଗୁଡ଼ି ଅମଳ ପାଇଁ ରାସାୟନିକ ପଦାର୍ଥ ବ୍ୟବହାର ହେଉଛି । ପୋଖରୀରେ ପାଣି ବଦଳାଇବା ସମୟରେ ଏହି ପାଣିକୁ ନାଳ ମାଧ୍ୟମରେ ସମୁଦ୍ରକୁ ଛଡାଯାଉଛି। ରାସାୟନିକ ସାମଗ୍ରୀ ପାଇଁ ପରିବେଶ ନଷ୍ଟ ହେଉଛି । ଖରିଫ ଧାନ ସହିତ ଭିତରକନିକା ଜୈବ ବିବିଧତା ଉପରେ ଏହାର ପ୍ରଭାବ ପଡୁଛି । ଏନେଇ ଚାଷୀ ଓ ଚିଙ୍ଗୁଡ଼ି ଚାଷୀ ମୁହଁାମୁହିଁ ହେବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ରାଜନଗରର ଦୋଳଗୋବିନ୍ଦ ଜେନା କହିଛନ୍ତି, ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏକ ମାମଲା ହୋଇଛି। ଆମିକସକ୍ୟୁରୀ ମୋହିତ ଅଗ୍ରୱାଲ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜିଲା ପ୍ରଶାସନ ତୁରନ୍ତ ବେଆଇନ ଚିଙ୍ଗୁଡ଼ି ଘେରିକୁ ଉଚ୍ଛେଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ଏବେ ୧୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଚିଙ୍ଗୁଡ଼ି ଘେରି ହୋଇଛି । ଗତ ଲଗାଣ ବର୍ଷାରେ ଏହି ଘେରିରୁ ପାଣି ବାହାରି ଚାଷ ଜମି ନଷ୍ଟ କରିଛି । ଜିଲା ପ୍ରଶାସନ ଘେରି ଉଚ୍ଛେଦ ନାମକୁମାତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ରାଜନଗରର ପ୍ରତ୍ୟୁଷ କୁମାର ନାୟକ କହିଛନ୍ତି, ଚଳିତବର୍ଷ ପ୍ରାୟ ୧୫ ଏକର ଜମିରେ ଖରିଫ ଧାନ ଫସଲ କରିଥିଲେ । ଗତ ଲଗାଣ ବର୍ଷାରେ ପାଟ ଜମି ଧୋଇ ଯାଇଥିବା ବେଳେ ଉଚ୍ଚ ଜମିରେ ଥିବା ଚିଙ୍ଗୁଡ଼ି ଘେରି ଫସଲକୁ ନଷ୍ଟ କରିଛି । ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଘେରିରୁ ଆସିଥିବା ଲୁଣା ପାଣି କ୍ଷେତ ଉଜାଡି ଦେଇଛି ।  ଚିଙ୍ଗୁଡ଼ି ଘେରି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ବହୁ ଚାଷୀ ଚାଷ ଛାଡିବାକୁ ବାଧ୍ୟ ହେବେ ।  ଜଣେ ଚିଙ୍ଗୁଡ଼ି ଘେରି ମାଲିକଙ୍କ କହିବା କଥା, ଘେରି ନିର୍ମାଣ ଏବେ ଲାଭଜନକ ବ୍ୟବସାୟ ପାଲଟିଛି । ଏଥିରେ ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ମିଳୁଥିବା ବେଳେ ଜିଲାର ଅର୍ଥନୈତିକ ଅଭିବୃଦ୍ଧି ହେଉଛି ।  ରାଜ୍ୟ ସରକାର ଚିଙ୍ଗୁଡ଼ି ଚାଷ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ନିଜ ଜମିରେ ଚିଙ୍ଗୁଡ଼ି ଚାଷ ପାଇଁ ଅନୁମତି ଦେବା ଆବଶ୍ୟକ । ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣା କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ ଅବୈଧ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ସହିତ ମାମଲା ରୁଜୁ କରାଯାଉଛି । ରବିବାର କେନ୍ଦ୍ରୀୟ ଦଳ ଅନୁଧ୍ୟାନ କରିବା ପାଇଁ ଆସୁଛନ୍ତି ।  କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?