‘ପର୍ବତରୁ ମିଳେ ୮୦% ଖାଦ୍ୟ’

ଅନୁଗୋଳ ଅଫିସ, ୧୨।୧୨: ଅନୁଗୋଳ ଜିଲା କନ୍ତପଡ଼ା ପଞ୍ଚାୟତ ଜୈବ ବିବିଧତା ପରିଚାଳନା ସମିତି ଏବଂ ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଆନୁକୂଲ୍ୟରେ ଶନିବାର ଅନ୍ତର୍ଜାତୀୟ ପର୍ବତ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ହାଇସ୍କୁଲରେ ସଚେତନତା ସଭା, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ବିବତ୍ସ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜିକ କର୍ମୀ ସୁଶୀଲ ପ୍ରଧାନ, ପ୍ରାଣୀପ୍ରେମୀ ପ୍ରସନ୍ନ ବେହେରା, ସହକାରୀ ଶିକ୍ଷକ ସୁରେଶ ସାହୁ, ସ୍ଥାନୀୟ ବନପାଳ ଯୋଗ ଦେଇଥିଲେ। ବିଶ୍ୱର ପାର୍ବତ୍ୟାଞ୍ଚଳରେ ୧୫% ଲୋକ ବସବାସ କରୁଛନ୍ତି। ୮୦% ଖାଦ୍ୟ କେବଳ ପର୍ବତରୁ ମିଳିଥାଏ। ଜୈବ ବିବିଧତାର ଦୃଷ୍ଟିରୁ ପର୍ବତର ଗୁରୁତ୍ୱ ରହିଛି। ତେଣୁ ଏହାର ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମିତି ସଂଯୋଜକ ସୁବ୍ରତ ପ୍ରଧାନ, ଯଶୋବନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର, ବନ ସୁରକ୍ଷା ସମିତି ସଦସ୍ୟ, ଜୈବ ବିବିଧତା ପରିଚାଳନା ସମିତି କର୍ମକର୍ତ୍ତା ଓ ଶିକ୍ଷୟିତ୍ରୀଶିକ୍ଷକ ଅଂଶଗ୍ରହଣ କରିଥିଲେ। କନ୍ତପଡ଼ା ଜୈବ ବିବିଧତା ପରିଚାଳନା ସମିତି ଅଧ୍ୟକ୍ଷ ବୀରେନ୍‌ କୁମାର ପ୍ରଧାନ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri