ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା: ଆଇଜି

ଖୋର୍ଦ୍ଧା ଅଫିସ୍‌,୧୩।୩: ବାଣପୁର ବ୍ଲକ କାଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଲୋକଙ୍କ ପ୍ରତିଆକ୍ରମଣର ଶିକାର ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୋଲିସ କବ୍‌ଜା ମଧ୍ୟରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ ହେବାପରେ ତାଙ୍କୁ ଗିରଫ କରାଯିବ ବୋଲି ବାଣପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ପୋଲିସ ବାରଣ ସତ୍ତ୍ୱେ ଶୁଣି ନ ଥିଲେ ଜଗଦ୍ଦେବ। ଭିଡ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପ୍ରଶାନ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି। ସେ ଯେତେ ଶୀଘ୍ର ସୁସ୍ଥ ହେବେ,ତାଙ୍କୁ ଗିରଫ କରାଯିବ। ଲୋକଙ୍କ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ। ଏହି ଅମାନବୀୟ କାଣ୍ଡରେ ୧୦ଜଣ ପୋଲିସ, ୨ଜଣ ଖବରଦାତା ଆହତ ହୋଇଛନ୍ତି। ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ତଦନ୍ତ ଏବଂ ପୋଲିସ ଏସ୍‌ଆଇ ଦେବାସ୍ମିତା ବେହେରାଙ୍କ ଅଭିଯୋଗ କ୍ରମେ ବାଣପୁର ଥାନାରେ ୧୩୧/୨୨ରେ ମାମଲା ରୁଜୁ ହୋଇଛି। ହତ୍ୟା ଉଦ୍ୟମ, ପୋଲିସକୁ ଡ୍ୟୁଟିରେ ବାଧା ସୃଷ୍ଟି, ଜନତାଙ୍କୁ ଗୁୁରୁତର ଆଘାତ, କାରକୁ ଅସ୍ତ୍ର ଭାବେ ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ଦଫା ଲାଗିଛି। ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏହାର ତଦନ୍ତ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରହିଛି। ୭ଟି ମାମଲାରେ ଚାର୍ଜଶିଟ ଦିଆଯାଇଛି। ୪ଟି କେସ୍‌ରେ କୋର୍ଟ ଟ୍ରାଏଲରେ ରହିଛି। ଏହି ଘଟଣାରେ ବିଧାୟକ ଏକ ବିପଦପୂର୍ଣ୍ଣ କାଣ୍ଡ ଘଟାଇବା ପାଇଁ ଉଦ୍ୟମ କରୁଥିଲେ। ପୋଲିସ ପାଖରେ ବଳିଷ୍ଠ ପ୍ରମାଣ ରହିଛି। ଅନେକ ବ୍ୟକ୍ତି ଏହି ଘଟଣାର ଭିଡିଓ ରେକର୍ଡିଂ କରିଛନ୍ତି। ଏହି ଘଟଣାର ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଏଭିଡେନ୍ସ ରହିଛି। ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ବାଣପୁରରେ ପରିସ୍ଥିତି ଶାନ୍ତ ରହିଛି। କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ସହରରେ ୧୪୪ ଧାରା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ପାଳନ ହେଲା ସ୍ନାନଯାତ୍ରା

ଜି.ଉଦୟଗିରି,୫ା୬(ଡି.ଏନ.ଏ.)- ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଓ ପୂଜକ ଅଚ୍ୟୁତ ପଣ୍ଡାଙ୍କ...

ବିଦ୍ୟୁତ ଖୁଣ୍ଟରେ ଝୁଲୁଛି ଯୁବକଙ୍କ ମୃତଦେହ

ଖୋର୍ଦ୍ଧା ଅଫିସ,୨।୧: ବିଦ୍ୟୁତ ଖୁଣ୍ଟିରେ ଝୁଲୁଛି ଯୁବକଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ। ସେଇ...

ଚାଷୀଙ୍କୁ କଚାଡ଼ି ମାରିଲା ହାତୀ

ବଅଁରପାଳ,୬।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏକ ପଲରେ ୪୬ ହାତୀ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ସୋମବାର ହାତୀ ଆକ୍ରମଣରେ ନଳଟାଙ୍ଗର ଗ୍ରାମର ଚାଷୀ ଧନେଶ୍ୱର...

ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

ଜି.ଉଦୟଗିରି,୨୧ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ...

ନାଳକୁ ଗାଧୋଇ ଯାଇଥିବା ବେଳେ ପଥର ସନ୍ଧିରେ ଫସିଲା ବାଳକଙ୍କ ଗୋଡ଼: ୪ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର

ହରଭଙ୍ଗା,୨।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା।...

ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ: କନଷ୍ଟେବଳ ଗିରଫ, ୨୧ କେଜି ଗଞ୍ଜେଇ ଜବତ

ସମ୍ବଲପୁର/ରେଙ୍ଗାଲି,୩୦।୮ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲିରେ ଜିଆର୍‌ପି ଗାଡ଼ି (ଓଡି-୦୫-ଏପି-୨୭୪୪)ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ରେଙ୍ଗାଲି ଥାନା ପୋଲିସ ହାତରେ ଧରା ପଡ଼ିଛି। ଗାଡିରୁ ୨୧...

ପ୍ରେସର ବୋମା ବିସ୍ଫୋରଣରେ ଯବାନ ଶହୀଦ

ମାଲକାନଗିରି,୩୧ା୭ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାର ପଦଲି ଗ୍ରାମ ନିକଟରେ ମାଓବାଦୀଙ୍କ ପ୍ରେସର ବୋମା ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଶହୀଦ...

ପଶ୍ଚିମ ବଡ଼ଚଣାରେ ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨୪ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ପ୍ରାୟ ୪ଟି ପଞ୍ଚାୟତରେ ବ୍ୟାପକ ବେଆଇନ ମାଙ୍କଡ଼ା ଖାଦାନ ଚାଲୁଛି। ଯେଉଁଦିନ ତହସିଲ ତରଫରୁ ଚଢ଼ାଉ...

Advertisement
Archives

Model This Week