ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା: ଆଇଜି

ଖୋର୍ଦ୍ଧା ଅଫିସ୍‌,୧୩।୩: ବାଣପୁର ବ୍ଲକ କାଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ଲୋକଙ୍କ ପ୍ରତିଆକ୍ରମଣର ଶିକାର ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୋଲିସ କବ୍‌ଜା ମଧ୍ୟରେ ଚିକିତ୍ସିତ ହେଉଛନ୍ତି। ସୁସ୍ଥ ହେବାପରେ ତାଙ୍କୁ ଗିରଫ କରାଯିବ ବୋଲି ବାଣପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ପୋଲିସ ବାରଣ ସତ୍ତ୍ୱେ ଶୁଣି ନ ଥିଲେ ଜଗଦ୍ଦେବ। ଭିଡ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପ୍ରଶାନ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି। ସେ ଯେତେ ଶୀଘ୍ର ସୁସ୍ଥ ହେବେ,ତାଙ୍କୁ ଗିରଫ କରାଯିବ। ଲୋକଙ୍କ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ। ଏହି ଅମାନବୀୟ କାଣ୍ଡରେ ୧୦ଜଣ ପୋଲିସ, ୨ଜଣ ଖବରଦାତା ଆହତ ହୋଇଛନ୍ତି। ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ତଦନ୍ତ ଏବଂ ପୋଲିସ ଏସ୍‌ଆଇ ଦେବାସ୍ମିତା ବେହେରାଙ୍କ ଅଭିଯୋଗ କ୍ରମେ ବାଣପୁର ଥାନାରେ ୧୩୧/୨୨ରେ ମାମଲା ରୁଜୁ ହୋଇଛି। ହତ୍ୟା ଉଦ୍ୟମ, ପୋଲିସକୁ ଡ୍ୟୁଟିରେ ବାଧା ସୃଷ୍ଟି, ଜନତାଙ୍କୁ ଗୁୁରୁତର ଆଘାତ, କାରକୁ ଅସ୍ତ୍ର ଭାବେ ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ଦଫା ଲାଗିଛି। ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏହାର ତଦନ୍ତ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବିରୋଧରେ ପୂର୍ବରୁ ଅନେକ ମାମଲା ରହିଛି। ୭ଟି ମାମଲାରେ ଚାର୍ଜଶିଟ ଦିଆଯାଇଛି। ୪ଟି କେସ୍‌ରେ କୋର୍ଟ ଟ୍ରାଏଲରେ ରହିଛି। ଏହି ଘଟଣାରେ ବିଧାୟକ ଏକ ବିପଦପୂର୍ଣ୍ଣ କାଣ୍ଡ ଘଟାଇବା ପାଇଁ ଉଦ୍ୟମ କରୁଥିଲେ। ପୋଲିସ ପାଖରେ ବଳିଷ୍ଠ ପ୍ରମାଣ ରହିଛି। ଅନେକ ବ୍ୟକ୍ତି ଏହି ଘଟଣାର ଭିଡିଓ ରେକର୍ଡିଂ କରିଛନ୍ତି। ଏହି ଘଟଣାର ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସ ଏଭିଡେନ୍ସ ରହିଛି। ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ବାଣପୁରରେ ପରିସ୍ଥିତି ଶାନ୍ତ ରହିଛି। କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ସହରରେ ୧୪୪ ଧାରା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri