ମାନସିକ ନିର୍ଯାତନାର ଶିକାର ନର୍ସଙ୍କ ଜୀବନଗଲା, ସାଧାରଣରେ ଉତ୍ତେଜନା

ପାରାଦୀପ,୧୩ା୩(ସ୍ବ.ପ୍ର.): ପାରାଦୀପ ପୋର୍ଟ ହସ୍ପିଟାଲରେ ଗତବର୍ଷ ଅଗଷ୍ଟ ୯ରୁ ଘଟିଥିବା ଅସଦାଚରଣ ଘଟଣାର ଦୁଃଖଦ ଖବର ମିଳିଛି। ନିର୍ଯାତନାର ଶିକାର ନର୍ସଙ୍କ ମଧ୍ୟରୁ ରବିବାର ପ୍ରତ୍ୟୁଷରୁ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ଘଟଣା ପରେ ପୋର୍ଟ ହସ୍ପିଟାଲ ଆଗରେ ସିଏମ୍‌ଓ ଡାକ୍ତର ପ୍ରହଲ୍ଲାଦ ପଣ୍ଡାଙ୍କ ବହିଷ୍କାର ଓ ଗିରଫ ଦାବିରେ ମୃତଦେହ ରଖି ଧାରଣା ଦିଆଯାଇଛି। ଘଟଣାକୁ ନିୟନ୍ତ୍ରଣ ପାଇଁ ପାରାଦୀପ ଆଦର୍ଶଥାନା ପୋଲିସ ଓ ବନ୍ଦର ସୁରକ୍ଷାରେ ଥିବା ସିଆଇଏସ୍‌ଏଫ୍‌ ଫୋର୍ସ ମୁତୟନ କରାଯାଇଛି।

ପ୍ରକାଶ ଯେ, ଗତବର୍ଷ ଅଗଷ୍ଟ ୯ ରାତିରେ ଡ୍ୟୁଟିରେ ଥିବା ଡାକ୍ତର ବାଦଲ ସିଂ ଜଣେ ନର୍ସଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣାରେ ସେତେବେଳେ ସଂପୃକ୍ତ ମହିଳା ନର୍ସ ହସ୍ପିଟାଲ ସିଏମଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ନ ମିଳିବାରୁ ପାରାଦୀପ ଆଦର୍ଶଥାନାରେ ଅଭିଯୋଗ କରିଥିଲେ। ପରେ ଡା. ପଣ୍ଡା ଥାନାରେ ପହଞ୍ଚି ବୁଝାମଣା ଭିତରେ ସମାଧାନ ହେବ କହି ମାମଲାକୁ ଆଗକୁ ବଢ଼ିବାକୁ ଦେଇ ନ ଥିଲେ। ପରେ ହସ୍ପିଟାଲର ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା। ୭ ମାସ ମଧ୍ୟରେ ଯାଞ୍ଚ ବେଳେ ଡାକ୍ତରଙ୍କୁ ସୁରକ୍ଷା ଦେଇ ଆମ ୫ ଜଣ ନର୍ସଙ୍କୁ ନିର୍ଯାତନା ଦେଉଥିଲେ ବୋଲି ମୃତ ନର୍ସ ନିବେଦିତା ଜେନା ଶନିବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ। ୫ ଜଣ ନର୍ସ ଶନିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ଡକାଇ ଭୟଙ୍କର ଭାବେ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ନର୍ସ ରଶ୍ମିରେଖା କହିଛନ୍ତି। ଏପରିକି ଆମମାନଙ୍କ ନାଁରେ ଥାନାରେ ଏଫ୍‌ଆଇଆର ଲେଖା ଗଲା। ସେତିକି ବେଳେ ନିବେଦିତାଙ୍କ ରକ୍ତଚାପ ବଢ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୋର୍ଟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପୁଣି ଏମ୍ସ ନିଆଯାଇଥିଲା। ରବିବାର ଭୋର୍‌ରୁ ତାଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri