ଖୋଲୁନିି ଜେଏମ୍‌ଏଫସି କୋର୍ଟ

ଖଇରା,୧୩।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକରେ ଜେଏମଏଫସି କୋର୍ଟ ଖୋଲାଯିବା ନେଇ ଘୋଷଣାର ୨୦ ମାସ ବିତି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଅସ୍ଥାୟୀ କୋର୍ଟ ଚାଲି ପାରିଲାନ। ପରିତ୍ୟକ୍ତ ଅବସ୍ଥାରେ ଥିବା ପୁରୁଣା ବାଳିକା ବିଦ୍ୟାଳୟକୁ ମରାମତି କରି ଚଲାଇବାକୁ ହୋଇଥିବା ନିଷ୍ପତ୍ତି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିଲାନି। କୋର୍ଟ ଖୋଲାଯିବା କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଶିକ୍ଷାବିତ ତଥା ଜନଜାଗରଣ ମଞ୍ଚର ସଦସ୍ୟମାନେ ଶନିବାର ଜିଲା ଦୌରାଜଜ ଭଗବାନ ପ୍ରଧାନଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
୨୦୨୦ ଅଗଷ୍ଟ ୭ରେ ଖଇରାଠାରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ପାଇଁ ଘୋଷଣା କରାଯାଇଥିଲା। ଏଥି ନିମିତ୍ତ ସ୍ଥାନ ଅନୁଧ୍ୟାନ ପାଇଁ ୨୦୨୧ ଫେବୃଆରୀ ୧୩ ରେ ଜିଲା ବିଚାର ବିଭାଗୀୟ ମୁଖ୍ୟ ହିରଣ୍ମୟ ବିଶୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ଖଇରା ଗସ୍ତରେ ଆସିଥିଲେ। ସ୍ଥାୟୀ କୋର୍ଟ ନିର୍ମାଣ ହେବା ପର୍ଯ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ଥିବା ପୁରୁଣା ବାଳିକା ବିଦ୍ୟାଳୟରେ ଆନୁସଙ୍ଗିକ ବ୍ୟବସ୍ଥା କରି ଅସ୍ଥାୟୀ ଭାବେ ଚଲାଇବା ପାଇଁ ରାଜସ୍ବ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଅର୍ପଣ କରିଥିଲେ। ହେଲେ ଏପର୍ଯ୍ୟନ୍ତ କୋର୍ଟ ସ୍ଥାପନା ନେଇ କୌଣସୀ କାର୍ଯ୍ୟ ଆରମ୍ଭ ନ ହେବା ସହ କୋର୍ଟ ଖୋଲା କାର୍ଯ୍ୟକୁ ତ୍ୱରାନ୍ନିତ କରାଯିବାକୁ ସ୍ଥାନୀୟ ଜନଜାଗରଣ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ, ସମ୍ପାଦକ ନିରଞ୍ଜନ ବେହେରା, ବୁଦ୍ଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଅରୁଣ କୁମାର ଦାସ, ବରିଷ୍ଠ ଆଇନଜୀବୀ ଭରତ ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ପକ୍ଷରୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?