ଅଧ୍ୟକ୍ଷ ପଦ ହାତେଇଲେ ଯତୀନ୍ଦ୍ର, ଦୁଇ ପ୍ରାର୍ଥୀଙ୍କ କ୍ରସିଂଭୋଟ୍‌କୁ ନେଇ ଜୋର୍‌ଦାର ଚର୍ଚ୍ଚା

ଲୋଇସିଂହା,୧୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀକୁ ଲାଗି ରହିଥିବା ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ଶନିବାର ଅନ୍ତ ଘଟିଛି। ଏମ୍‌ପି କଳିକେଶ ନାରାୟଣ ସିଂଦେଓଙ୍କ ସମର୍ଥିତ ପ୍ରାର୍ଥୀ ଝିଲି ସାହୁଙ୍କୁ ୪ ଖଣ୍ଡ ଭୋଟ୍‌ରେ ହରାଇ ଯତୀନ୍ଦ୍ର ପଟେଲ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ବିଗତ ୫ ବର୍ଷର ବିକାଶକୁ ନେଇ ଲୋକେ ସମର୍ଥନ ଜଣାଇଛନ୍ତି। ଏଥିପାଇଁ ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି। ଏହି ବିକାଶ ଧାରା ଆଗାମୀ ୫ ବର୍ଷ ଧରି ଜାରି ରହିବ। ଅଧ୍ୟକ୍ଷ ବିଜୟୀକୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଇଛନ୍ତି। ବିଜେଡି ସମର୍ଥିତ ଓ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯତୀନ୍ଦ୍ର।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୮ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବ୍ଲକର ୩୩ ଓ ୩୪ ନଂ ଜୋନ୍‌ରୁ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଥିବାରୁ ବ୍ଲକ ହୀରାପୁର ପଞ୍ଚାୟତରୁ ବିଜେଡି ଜିଲା ଯୁବ ଉପସଭାପତି ନୀତେଶ କୁମାର ଅଗ୍ରୱାଲ ଓ ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ଯତୀନ୍ଦ୍ରଙ୍କ ବିରୋଧରେ ପୂର୍ବତନ ଏମ୍‌ପି କଳିକେଶ ନାରାୟଣ ସିଂଦେଓ ପ୍ରଚାର କରିଥିଲେ ବି କୌଣସି ପ୍ରଭାବ ପଡ଼ି ନ ଥିଲା। ନୀତେଶ କୁମାର ଅଗ୍ରଓ୍ବାଲଙ୍କ ଠାରୁ ଅଧିକ ୪୫ ଖଣ୍ଡ ଭୋଟ ପାଇ ଯତୀନ୍ଦ୍ର ବିଜୟୀ ହୋଇଥିଲେ। ପରାଜୟ ସତ୍ତ୍ୱେ ନୀତେଶ ଗୋଷ୍ଠୀ ଜଣେ ସମର୍ଥିତ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇବାକୁ କଷରତ ଆରମ୍ଭ କରିଥିଲେ। ନୀତେଶ ଓ ଯତୀନ୍ଦ୍ରଙ୍କ ଗୋଷ୍ଠୀରେ ୧୦ ଜଣ ଲେଖାଏ ସମିତିସଭ୍ୟ ଥିଲେ। ତେବେ ଶନିବାର ବ୍ଲକ ଅଧ୍ୟକ୍ଷ ପଦବୀ ଚୟନ ନିମନ୍ତେ ବ୍ଲକ ସଭା ଗୃହରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଠାରେ ଲୋଇସିଂହା ତହସିଲଦାର ସଂଘମିତ୍ରା କାଲୋ ମାଜଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ନିର୍ବାଚନ ଅଧିକାରୀ ଭାବେ ଆଗଲପୁର ବିଡିଓ ଶଙ୍କର କେରକେଟାଥିଲେ। ୨୦ ଜଣ ନିର୍ବାଚିତ ସମିତିସଭ୍ୟଙ୍କ ଉପସ୍ଥିତିରେ ବିଜେଡିର ଦୁଇ ଗୋଷ୍ଠୀ ଉପରବାହଲ ପଞ୍ଚାୟତରୁ ବିଜୟୀ ହୋଇଥିବା ସମିତି ଝିଲି ସାହୁ ଓ ହୀରାପୁର ସମିତସଭ୍ୟ ଯତୀନ୍ଦ୍ର ନିର୍ଦ୍ଧାରିତ ସମୟରେ ନାମାଙ୍କନ ଦାଖଲ କରିଥିଲେ। ଝିଲି ସାହୁ ୮ ଖଣ୍ଡ ଭୋଟ ପାଇଥିବାବେଳେ ଯତନ୍ଦ୍ର ୧୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ଦୁଇ ଗୋଷ୍ଠୀ ସପକ୍ଷରେ ୧୦ ଜଣ ଲେଖାଏ ସମିତିସଭ୍ୟ ଥିବା ସତ୍ତ୍ୱେ ୨ ଖଣ୍ଡ ଭୋଟ ଗଣତି ବେଳେ ଯତୀନ୍ଦ୍ରଙ୍କ ସପକ୍ଷରେ ୧୨ଖଣ୍ଡ ଭୋଟ ଯାଇଥିବାରୁ ନୀତେଶ ସମର୍ଥିତ ଗୋଷ୍ଠୀଙ୍କ ଦୁଇ ପ୍ରାର୍ଥୀ କ୍ରସିଂଭୋଟିଂ କରିଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri