ଅଧ୍ୟକ୍ଷ ପଦ ହାତେଇଲେ ଯତୀନ୍ଦ୍ର, ଦୁଇ ପ୍ରାର୍ଥୀଙ୍କ କ୍ରସିଂଭୋଟ୍‌କୁ ନେଇ ଜୋର୍‌ଦାର ଚର୍ଚ୍ଚା

ଲୋଇସିଂହା,୧୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀକୁ ଲାଗି ରହିଥିବା ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ଶନିବାର ଅନ୍ତ ଘଟିଛି। ଏମ୍‌ପି କଳିକେଶ ନାରାୟଣ ସିଂଦେଓଙ୍କ ସମର୍ଥିତ ପ୍ରାର୍ଥୀ ଝିଲି ସାହୁଙ୍କୁ ୪ ଖଣ୍ଡ ଭୋଟ୍‌ରେ ହରାଇ ଯତୀନ୍ଦ୍ର ପଟେଲ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ବିଗତ ୫ ବର୍ଷର ବିକାଶକୁ ନେଇ ଲୋକେ ସମର୍ଥନ ଜଣାଇଛନ୍ତି। ଏଥିପାଇଁ ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି। ଏହି ବିକାଶ ଧାରା ଆଗାମୀ ୫ ବର୍ଷ ଧରି ଜାରି ରହିବ। ଅଧ୍ୟକ୍ଷ ବିଜୟୀକୁ ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଇଛନ୍ତି। ବିଜେଡି ସମର୍ଥିତ ଓ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯତୀନ୍ଦ୍ର।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୮ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବ୍ଲକର ୩୩ ଓ ୩୪ ନଂ ଜୋନ୍‌ରୁ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଥିବାରୁ ବ୍ଲକ ହୀରାପୁର ପଞ୍ଚାୟତରୁ ବିଜେଡି ଜିଲା ଯୁବ ଉପସଭାପତି ନୀତେଶ କୁମାର ଅଗ୍ରୱାଲ ଓ ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ଯତୀନ୍ଦ୍ରଙ୍କ ବିରୋଧରେ ପୂର୍ବତନ ଏମ୍‌ପି କଳିକେଶ ନାରାୟଣ ସିଂଦେଓ ପ୍ରଚାର କରିଥିଲେ ବି କୌଣସି ପ୍ରଭାବ ପଡ଼ି ନ ଥିଲା। ନୀତେଶ କୁମାର ଅଗ୍ରଓ୍ବାଲଙ୍କ ଠାରୁ ଅଧିକ ୪୫ ଖଣ୍ଡ ଭୋଟ ପାଇ ଯତୀନ୍ଦ୍ର ବିଜୟୀ ହୋଇଥିଲେ। ପରାଜୟ ସତ୍ତ୍ୱେ ନୀତେଶ ଗୋଷ୍ଠୀ ଜଣେ ସମର୍ଥିତ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇବାକୁ କଷରତ ଆରମ୍ଭ କରିଥିଲେ। ନୀତେଶ ଓ ଯତୀନ୍ଦ୍ରଙ୍କ ଗୋଷ୍ଠୀରେ ୧୦ ଜଣ ଲେଖାଏ ସମିତିସଭ୍ୟ ଥିଲେ। ତେବେ ଶନିବାର ବ୍ଲକ ଅଧ୍ୟକ୍ଷ ପଦବୀ ଚୟନ ନିମନ୍ତେ ବ୍ଲକ ସଭା ଗୃହରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଠାରେ ଲୋଇସିଂହା ତହସିଲଦାର ସଂଘମିତ୍ରା କାଲୋ ମାଜଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ନିର୍ବାଚନ ଅଧିକାରୀ ଭାବେ ଆଗଲପୁର ବିଡିଓ ଶଙ୍କର କେରକେଟାଥିଲେ। ୨୦ ଜଣ ନିର୍ବାଚିତ ସମିତିସଭ୍ୟଙ୍କ ଉପସ୍ଥିତିରେ ବିଜେଡିର ଦୁଇ ଗୋଷ୍ଠୀ ଉପରବାହଲ ପଞ୍ଚାୟତରୁ ବିଜୟୀ ହୋଇଥିବା ସମିତି ଝିଲି ସାହୁ ଓ ହୀରାପୁର ସମିତସଭ୍ୟ ଯତୀନ୍ଦ୍ର ନିର୍ଦ୍ଧାରିତ ସମୟରେ ନାମାଙ୍କନ ଦାଖଲ କରିଥିଲେ। ଝିଲି ସାହୁ ୮ ଖଣ୍ଡ ଭୋଟ ପାଇଥିବାବେଳେ ଯତନ୍ଦ୍ର ୧୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ଦୁଇ ଗୋଷ୍ଠୀ ସପକ୍ଷରେ ୧୦ ଜଣ ଲେଖାଏ ସମିତିସଭ୍ୟ ଥିବା ସତ୍ତ୍ୱେ ୨ ଖଣ୍ଡ ଭୋଟ ଗଣତି ବେଳେ ଯତୀନ୍ଦ୍ରଙ୍କ ସପକ୍ଷରେ ୧୨ଖଣ୍ଡ ଭୋଟ ଯାଇଥିବାରୁ ନୀତେଶ ସମର୍ଥିତ ଗୋଷ୍ଠୀଙ୍କ ଦୁଇ ପ୍ରାର୍ଥୀ କ୍ରସିଂଭୋଟିଂ କରିଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?