ଅଧ୍ୟକ୍ଷ ନିର୍ବାଚନ ୧୫ ଦିନ ଘୁଞ୍ଚିଲା

ଛତ୍ରପୁର,୧୩।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ବାତିଲ ହୋଇଯାଇଛି ା
୬ ସମିତିସଭ୍ୟଙ୍କୁ କରୋନା ହୋଇଥିବା ଦର୍ଶାଇ ୧୫ ଦିନ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି ା ଏହାର ପ୍ରତିବାଦ କରି ଛତ୍ରପୁର ବ୍ଲକର ୧୨ ସମିତିସଭ୍ୟ ଏବଂ ତାଙ୍କ ବିଜେଡି ଓ ସିପିଆଇ ସମର୍ଥକମାନେ ଜିଲାପାଳଙ୍କ ବଙ୍ଗଳା ଆଗରେ ଧାରଣା ଦେଇଥିଲେ। ଛତ୍ରପୁରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଫୋର୍ସ ମୁତୟନ କରାଯାଇଥିଲା। ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଶନିବାର ଅଧ୍ୟକ୍ଷା ନିର୍ବାଚନ ପାଇଁ ସ୍ଥାନୀୟ ବ୍ଲକରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ସମସ୍ତ ୧୮ ସମିତିସଭ୍ୟ ଉପସ୍ଥିତ ଥିଲେ। ପରେ ଏଥିରୁ ୬ ଜଣ ସମିତିସଭ୍ୟ ବୈଠକରୁ ବାହାରି ଅନ୍ୟ ଏକ କୋଠରିରେ ବସିଥିଲେ। ପରେ ଅଗସ୍ତିନୂଆଗଁାର ସମିତିସଭ୍ୟା କିରଣ କୁମାରୀ ଦାସ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀ ମଧ୍ୟ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ କହିଥିବା ଅନ୍ୟ ୧୨ ସମିତିସଭ୍ୟଙ୍କ ପକ୍ଷରୁ ଗଣମାଧ୍ୟମ ଆଗରେ ସୂଚନା ଦିଆଯାଇଛି। ପରେ ଅନ୍ୟ କୋଠରିରେ ବସିଥିବା ୬ ସମିତିସଭ୍ୟ କରୋନା ଟେଷ୍ଟ ପାଇଁ ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ଏହାପରେ ମେଡିକାଲ ଟିମ୍‌ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ। ଏମାନଙ୍କ ପଜିଟିଭ୍‌ ଥିବା ଦର୍ଶାଇ ନିର୍ବାଚନ ଅଧିକାରୀ ତଥା ଖଲ୍ଲିକୋଟ ବିଡିଓ ନିର୍ବାଚନକୁ ୧୫ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ପଳାଇ ଯାଇଥିଲେ। ଉକ୍ତ ୬ ସମିତିସଭ୍ୟଙ୍କୁ ଆମ୍ବୁଲାନ୍ସରେ ଏମ୍‌କେସିଜିକୁ ନିଆଯାଇଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରୁ କାହାକୁ କରୋନା ହୋଇଛି ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନି। ନିର୍ବାଚନ ବାତିଲର ପ୍ରତିବାଦ କରି ୧୨ ଜଣ ସମିତିସଭ୍ୟଙ୍କ ପକ୍ଷରୁ ଛତ୍ରପୁର ବ୍ଲକ ଆଗରେ ଧାରଣା ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ କେତେକ ସିପିଆଇ ସମର୍ଥିତ ସମିତିସଭ୍ୟ ମଧ୍ୟ ରହିଛନ୍ତି ା ଦୀର୍ଘ ସମୟ ପରେ ୧୨ ସମିତି ସଭ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଧାରଣାରେ ସାମିଲ ହୋଇଥିଲେ ା ପରେ ସମସ୍ତେ ଜିଲାପାଳଙ୍କ ବଙ୍ଗଳା ସମ୍ମୁଖକୁ ଯାଇ ଧାରଣା ଦେଇଥିଲେ। ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଧାରଣାରତ ସମିତିସଭ୍ୟ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ ା ସୋମବାର ନିର୍ବାଚନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଏଡିଏମ୍‌ ସୂଚନା ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅପରପକ୍ଷରେ ଖଲ୍ଲିକୋଟ ବିଡିଓ ତଥା ନିର୍ବାଚନ ଅଧିକାରୀ ମିତାଲୀ ପାତ୍ରଙ୍କୁ ଯୋଗାଯୋଗ କରିବାରେ ଏହା ଉପରେ କୌଣସି ମତାମତ ଦେବାକୁ ମନା କରି ଜିଲାପାଳଙ୍କୁ ପଚାରିବାକୁ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri