ରାତି ପାହିଲେ ପାଣି ଚିନ୍ତା

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡବାସୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଯେଉଁଠି ରାତି ପାହିଲେ ଲୋକଙ୍କୁ ପାଣିର ଚିନ୍ତା ଘାରୁଛି। ପାଇପ୍‌ ପାଣି ସୁବିଧା ଅଛି, ହେଲେ ବ୍ୟବହାର ଉପଯୋଗୀ ନୁହେଁ। ଅଧିକାଂଶ ସମୟରେ ଗୋଳିଆ ପାଣି ଆସୁଛି। ସକାଳ ପାଣି ସନ୍ଧ୍ୟାକୁ ନାଲି ହୋଇଯାଉଛି। ଏମିତିକି ଗୋଟିଏ ଦିନ ଯଦି ପାଣି ରହିଯାଉଛି, ତଳେ ମେଣ୍ଡା ମେଣ୍ଡା ହୋଇ ବସିଯାଉଛି। ଯାହାକୁ ଆଦୌ ପିଇବା ସମ୍ଭବ ନୁହେଁ। ଅଞ୍ଚଳର ଥିବା ଗୋଟିଏ ନଳକୂଅ ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହଁି। ଫଳରେ ପାଣି ସମସ୍ୟା ଯିଏ ଦୂର କରିବେ ପୌର ନିର୍ବାଚନରେ ସେହି ପ୍ରାର୍ଥୀଙ୍କୁ ଭୋଟ୍‌ ଦିଆଯିବ ବୋଲି ଯିଦ୍‌ ଧରି ବସିଛନ୍ତି ୱାର୍ଡବାସୀ। ପୌରାଞ୍ଚଳର ୨ନଂ. ୱାଡର୍ର୍ ବଡ଼ଖୁଆ, ଚାନ୍ଦିପୁର ରୋଡ, ପାତ୍ରପଡ଼ା, ବଡ଼ଖୁଆ ଲେନ, ସୁନହଟ, ରେଜାଉଲ୍ଲାଳେନ (ଆଂଶିକ)କୁ ନେଇ ଗଠିତ। ଏଠାରେ ୪୭୮ ପରିବାରର ୨୯୮୧ ଭୋଟର ରହିଛନ୍ତି। ସେଥିମଧ୍ୟରୁ ୧୪୪୨ ମହିଳା ଓ ୧୫୩୯ ପୁରୁଷ ଭୋଟର ଅଛନ୍ତି। ୱାଡର୍ର୍ର ମୁଖ୍ୟ ସମସ୍ୟା ହେଲା ପାଣି। ପାଣି ପାଇଁ ବଡ଼ଖୁଆ, ପାଞ୍ଚକୁଡ଼ିଆ ବସ୍ତି, ମଲ୍ଲିକ ସାହି, ପାତ୍ରପଡ଼ା, ମୁନିସାହି, ମହମ୍ମଦପୁର ଆଦି ଅଞ୍ଚଳର ଲୋକ ଗୋଟିଏ ନଳକୂଅ ଉପରେ ନିର୍ଭର କରିଥାନ୍ତି। ଏତେ ଲୋକ ଗୋଟିଏ ନଳକୂଅ ଉପରେ ନିର୍ଭର କରୁଥିବାରୁ ଅନ୍ୟଦିନ ଅପେକ୍ଷା ଖରାଦିନରେ ଅଞ୍ଚଳବାସୀଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିପରି ବହୁ ସମୟରେ ନଳକୂଅରୁ ବି ପାଣି ଅଧିକ ବାହାରୁ ନାହଁି। ଅନ୍ୟପକ୍ଷରେ ଅଞ୍ଚଳର ଏକମାତ୍ର ପୋଖରୀ ରହିଥିବା ବେଳେ ଏହାର ପୁନରୁଦ୍ଧାର ହେଉ ନ ଥିବାରୁ ଏହା ମଧ୍ୟ ପୋତି ହୋଇ ପଡ଼ିଲାଣି। ଅଧିକାଂଶ ସ୍ଥାନରେ ଡ୍ରେନ୍‌ର ସୁବିଧା ନାହଁି। ଯେଉଁଠି ବି ଡ୍ରେନ୍‌ ରହିଛି ସେଗୁଡ଼ିକ ସଫା କରାଯାଉ ନାହଁି। ପାନୀୟ ଜଳ ପାଇଁ ୱାଡର୍ର୍କୁ ଆସିଥିବା ପାଣି ପାଇପ୍‌ ଫାଟି ପାଣି ବୋହି ନଷ୍ଟ ହୋଇଯାଉଛି। ଏ ବାବଦରେ ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟା ଦୂର ହୋଇ ନାହଁି ବୋଲି ୱାଡର୍ର୍ବାସୀ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ହ୍ରିତିକ୍‌ ନାୟକ କୁହନ୍ତି, ପାଣି ଆସୁଛି। ତାହା ଆଦୌ ପିଇବା ଉପଯୋଗୀ ନୁହେଁ। ପ୍ରତିଦିନ ପାଣି ପାଇଁ ନଳକୂଅ ପାଖରେ ଘଣ୍ଟା ଘଣ୍ଟା ଲମ୍ବା ଲାଇନ୍‌ ଦେବାକୁ ପଡୁଛି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା ସୁଧୁରୁ ନାହଁି।
ଜ୍ୟୋତ୍ସ୍ନା ଜେନା କୁହନ୍ତି, ପାଣି ପାଇଁ ସବୁଦିନ ସଂଘର୍ଷ କରିବାକୁ ପଡୁଛି। ପାଇପ୍‌ ପାଣି ସୁବିଧା ହେଲା ବୋଲି ବହୁତ ଖୁସି ହୋଇଥିଲୁ। କିନ୍ତୁ କିଛି ଲାଭ ହେଲାନି। ନଳକୂଅ ବି ଅଧିକ ନ ଥିବାରୁ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛୁ। ପ୍ରଶାସନ ପାଖରେ ଅଭିଯୋଗ କରି ଶେଷରେ ଚୁପ୍‌ ହୋଇଯାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ କମୁଛି ବାଳିକା ଉପସ୍ଥାନ

ଭଣ୍ଡାରିପୋଖରୀ,୩।୩(ଡି.ଏନ.ଏ.)-ବାଳିକା ସମୃଦ୍ଧି ଯୋଜନା ଭଳି ଅନେକ ସରକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ସାଧାରଣତଃ ସର୍ବଶିକ୍ଷା ଅଭିଯାନରେ ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ...

ସିଂହଦ୍ୱାରରେ ଦୀପଦାନ, ମିଠା ବଣ୍ଟା

ପୁରୀ ଅଫିସ, ୬।୮: ଦୀର୍ଘବର୍ଷ ଧରି ଅନୁଚ୍ଛେଦ ୩୭୦କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିିଛି। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଛି ଏହି...

‘ମା’ମାନଙ୍କଠାରେ ନେତୃତ୍ୱର ଚମକ ରହିଛି’

ଭୁବନେଶ୍ୱର, ୯।୩ (ବ୍ୟୁରୋ): ମା’ ମାନେ ହେଉଛନ୍ତି ଜନ୍ମରୁ ନେତା। ଯିଏ ଘର ଓ ପିଲାଙ୍କ ଦାୟିତ୍ୱ ଠିକ୍‌ ଭାବେ ନେଇପାରୁଛି, ଦେଶ ଓ ସମାଜର...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି...

ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ରାଜ୍ୟରେ କୋଭିଡ-୧୯ ପରୀକ୍ଷଣ, ବେଡ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।...

ମଜୁରି ବାବଦରେ ମିଳିଲା ନକଲି ଟଙ୍କା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ଜଣେ ଠିକାଦାର ଶ୍ରମିକଙ୍କୁ କାମ କରାଇ ମଜୁରି ବାବଦରେ ନକଲି ଟଙ୍କା ଦେଇ ଠକିଛନ୍ତି। ଏ ସମ୍ପର୍କରେ ଶ୍ରମିକମାନେ ଥାନାରେ ଅଭିଯୋଗ କରିବା ପରେ...

ବସି ପାରିଲାନି ବୈଠକ, ସନ୍ଦେହରେ ପ୍ରସଙ୍ଗ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏଥର କେନ୍ଦ୍ର ସରକାର ବଜେଟ୍‌ରେ କେଉଁସବୁ ଦିଗ ଉପରେ ଗୁରୁତ୍ୱ ଦେବେ ତାହା ଉପରେ ସମସ୍ତଙ୍କ...

କମୁଛି ସଂଖ୍ୟା: ଭୁବନେଶ୍ୱରରୁ ଆଜି ୪୨ ପଜିିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୪୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ରହିଥିବା ବେଳେ ଲୋକାଲ କେସ୍‌...

Advertisement
Archives

Model This Week