ରାତି ପାହିଲେ ପାଣି ଚିନ୍ତା

ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ପୌରାଞ୍ଚଳର ୨ନଂ. ୱାର୍ଡବାସୀ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଯେଉଁଠି ରାତି ପାହିଲେ ଲୋକଙ୍କୁ ପାଣିର ଚିନ୍ତା ଘାରୁଛି। ପାଇପ୍‌ ପାଣି ସୁବିଧା ଅଛି, ହେଲେ ବ୍ୟବହାର ଉପଯୋଗୀ ନୁହେଁ। ଅଧିକାଂଶ ସମୟରେ ଗୋଳିଆ ପାଣି ଆସୁଛି। ସକାଳ ପାଣି ସନ୍ଧ୍ୟାକୁ ନାଲି ହୋଇଯାଉଛି। ଏମିତିକି ଗୋଟିଏ ଦିନ ଯଦି ପାଣି ରହିଯାଉଛି, ତଳେ ମେଣ୍ଡା ମେଣ୍ଡା ହୋଇ ବସିଯାଉଛି। ଯାହାକୁ ଆଦୌ ପିଇବା ସମ୍ଭବ ନୁହେଁ। ଅଞ୍ଚଳର ଥିବା ଗୋଟିଏ ନଳକୂଅ ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନାହଁି। ଫଳରେ ପାଣି ସମସ୍ୟା ଯିଏ ଦୂର କରିବେ ପୌର ନିର୍ବାଚନରେ ସେହି ପ୍ରାର୍ଥୀଙ୍କୁ ଭୋଟ୍‌ ଦିଆଯିବ ବୋଲି ଯିଦ୍‌ ଧରି ବସିଛନ୍ତି ୱାର୍ଡବାସୀ। ପୌରାଞ୍ଚଳର ୨ନଂ. ୱାଡର୍ର୍ ବଡ଼ଖୁଆ, ଚାନ୍ଦିପୁର ରୋଡ, ପାତ୍ରପଡ଼ା, ବଡ଼ଖୁଆ ଲେନ, ସୁନହଟ, ରେଜାଉଲ୍ଲାଳେନ (ଆଂଶିକ)କୁ ନେଇ ଗଠିତ। ଏଠାରେ ୪୭୮ ପରିବାରର ୨୯୮୧ ଭୋଟର ରହିଛନ୍ତି। ସେଥିମଧ୍ୟରୁ ୧୪୪୨ ମହିଳା ଓ ୧୫୩୯ ପୁରୁଷ ଭୋଟର ଅଛନ୍ତି। ୱାଡର୍ର୍ର ମୁଖ୍ୟ ସମସ୍ୟା ହେଲା ପାଣି। ପାଣି ପାଇଁ ବଡ଼ଖୁଆ, ପାଞ୍ଚକୁଡ଼ିଆ ବସ୍ତି, ମଲ୍ଲିକ ସାହି, ପାତ୍ରପଡ଼ା, ମୁନିସାହି, ମହମ୍ମଦପୁର ଆଦି ଅଞ୍ଚଳର ଲୋକ ଗୋଟିଏ ନଳକୂଅ ଉପରେ ନିର୍ଭର କରିଥାନ୍ତି। ଏତେ ଲୋକ ଗୋଟିଏ ନଳକୂଅ ଉପରେ ନିର୍ଭର କରୁଥିବାରୁ ଅନ୍ୟଦିନ ଅପେକ୍ଷା ଖରାଦିନରେ ଅଞ୍ଚଳବାସୀଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହିପରି ବହୁ ସମୟରେ ନଳକୂଅରୁ ବି ପାଣି ଅଧିକ ବାହାରୁ ନାହଁି। ଅନ୍ୟପକ୍ଷରେ ଅଞ୍ଚଳର ଏକମାତ୍ର ପୋଖରୀ ରହିଥିବା ବେଳେ ଏହାର ପୁନରୁଦ୍ଧାର ହେଉ ନ ଥିବାରୁ ଏହା ମଧ୍ୟ ପୋତି ହୋଇ ପଡ଼ିଲାଣି। ଅଧିକାଂଶ ସ୍ଥାନରେ ଡ୍ରେନ୍‌ର ସୁବିଧା ନାହଁି। ଯେଉଁଠି ବି ଡ୍ରେନ୍‌ ରହିଛି ସେଗୁଡ଼ିକ ସଫା କରାଯାଉ ନାହଁି। ପାନୀୟ ଜଳ ପାଇଁ ୱାଡର୍ର୍କୁ ଆସିଥିବା ପାଣି ପାଇପ୍‌ ଫାଟି ପାଣି ବୋହି ନଷ୍ଟ ହୋଇଯାଉଛି। ଏ ବାବଦରେ ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟା ଦୂର ହୋଇ ନାହଁି ବୋଲି ୱାଡର୍ର୍ବାସୀ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ବାସିନ୍ଦା ହ୍ରିତିକ୍‌ ନାୟକ କୁହନ୍ତି, ପାଣି ଆସୁଛି। ତାହା ଆଦୌ ପିଇବା ଉପଯୋଗୀ ନୁହେଁ। ପ୍ରତିଦିନ ପାଣି ପାଇଁ ନଳକୂଅ ପାଖରେ ଘଣ୍ଟା ଘଣ୍ଟା ଲମ୍ବା ଲାଇନ୍‌ ଦେବାକୁ ପଡୁଛି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା ସୁଧୁରୁ ନାହଁି।
ଜ୍ୟୋତ୍ସ୍ନା ଜେନା କୁହନ୍ତି, ପାଣି ପାଇଁ ସବୁଦିନ ସଂଘର୍ଷ କରିବାକୁ ପଡୁଛି। ପାଇପ୍‌ ପାଣି ସୁବିଧା ହେଲା ବୋଲି ବହୁତ ଖୁସି ହୋଇଥିଲୁ। କିନ୍ତୁ କିଛି ଲାଭ ହେଲାନି। ନଳକୂଅ ବି ଅଧିକ ନ ଥିବାରୁ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛୁ। ପ୍ରଶାସନ ପାଖରେ ଅଭିଯୋଗ କରି ଶେଷରେ ଚୁପ୍‌ ହୋଇଯାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri