ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ

କେନ୍ଦୁଝର, ୧୩।୩(ଡିଏନ୍‌ଏ): ରାଜ୍ୟର ବିଭିନ୍ନ ପୌରପାଳିକା ଓ ଅଧିସ୍ବୀକୃତି କ୍ଷେତ୍ର ବା ଏନ୍‌ଏସିରେ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାବେଳେ ରାଜ୍ୟର ଅନ୍ୟତମ ପୁରାତନ ତଥା ୭୦ବର୍ଷର ପୌରପାଳିକା କେନ୍ଦୁଝରଗଡ ପୌର ପରିଷଦରେ ନିର୍ବାଚନରେ ଚଳିତ ଥର ସିଧାସଳଖ ଅଧ୍ୟକ୍ଷା ନିର୍ବାଚନ ଏବେ ଜୋର ଧରିଛି ା ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବାବେଳେ ୧୪ ତାରିଖ ପ୍ରତ୍ୟାହାରର ଶେଷ ଦିବସ ରହିଛି। ହାତଗଣତିରେ ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଏବେ ଘରକୁ ଘର ବୁଲି ଅଧ୍ୟକ୍ଷା ପ୍ରାର୍ଥତ୍ନୀମାନେ ଲୋକଙ୍କୁ ଭେଟୁଥିବା ଜଣାପଡିଛି।
ପୌରପାଳିକାରେ ମୋଟ ୨୧ଟି ୱାର୍ଡ ଥିବାବେଳେ ଭୋଟରଙ୍କ ସଂଖ୍ୟା ୪୪,୧୮୬ ରହିଛି। ପ୍ରତିଦ୍ୱନ୍ଦ୍ୱିତାରେ ମୋଟ ୫ଜଣ ପ୍ରାର୍ଥତ୍ନୀ ଥିବାବେଳେ ମୁଖ୍ୟତଃ ବିଜେଡି-ଭାଜପା ଓ କଂଗ୍ରେସ ପ୍ରାର୍ଥତ୍ନୀଙ୍କ ସଂପର୍କରେ ଭୋଟର ବିଶେଷ ଆଲୋଚନା କରୁଥିବା ଜଣାପଡିଛି। ଏକ ରାଜନୈତିକ ପରିବାରର ଝିଅ ଓ ବୋହୂ ହେଉଛନ୍ତି ବିଜେଡିର ପ୍ରାର୍ଥୀ ଅର୍ଚ୍ଚନା ରାଉତ। ସ୍ବାମୀ କୃଷ୍ଣଚନ୍ଦ୍ର ରାଉତ କେନ୍ଦୁଝରଗଡ ପୌରପାଳିକାର ଚାରିଥରର କାଉନସିଲର ଓ ଜଣେ ନିଃସ୍ବାର୍ଥପର ସମାଜସେବୀ ଭାବେ ସୁନାମ ଅର୍ଜନ କରିଛନ୍ତି ସେ। ବାପା ବ୍ୟାସନଗର ପୌର ପରିଷଦର ଉପାଧ୍ୟକ୍ଷ ରହି କାର୍ଯ୍ୟ କରିଛନ୍ତି ା ଜଣେ ସରଳ ମହିଳା ଓ ଗୃହିଣୀ ଭାବେ ସେ ଦାୟିତ୍ୱ ସମ୍ପାଦନ କରି ପରିବାର ଓ ନିଜ ସମର୍ଥକମାନଙ୍କୁ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ନିକୁ ସାହୁ ଏବେ ପ୍ରତିଦ୍ୱନ୍ଦ୍ୱିତାର ଦୌଡରେ ରହିଥିବାବେଳେ ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ସେ ବୋହୁ ା ଭାଜପାର ସମର୍ଥକ, ନିଜ ଶୁଭେଚ୍ଛୁ ଓ ସାଧାରଣ ଲୋକଙ୍କ ସହ ସେ ବିଭିନ୍ନ ୱାର୍ଡକୁ ଯାଇ ଭୋଟରଙ୍କୁ ଭେଟୁଛନ୍ତି ା କଂଗ୍ରେସ ଦଳର ପ୍ରାର୍ଥତ୍ନୀ ପ୍ରାଚୀବାଳା ସାହୁ ଶେଷ ସମୟରେ କଂଗ୍ରେସ ଦଳରୁ ଟିକେଟ ପାଇ ପ୍ରଚାରକୁ ଓହ୍ଲାଇ ଥିବାବେଳେ ତାଙ୍କ ଶ୍ୱଶୁର ଡାକ୍ତର ଉଦୟନାଥ ସାହୁ କେନ୍ଦୁଝରଗଡ ପୌରପାଳିକାର ସିଧାସଳଖ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସିଲ୍‌ ହେଲା ସନ୍‌ରାଇଜ୍‌ ହସ୍ପିଟାଲ

କେନ୍ଦୁଝର,୨ା୩(ସ୍ବ.ପ୍ର.): କଲେଜ ରୋଡ୍‌ସ୍ଥିତ ବଣିଆ ପାଟ ଅଞ୍ଚଳରେ ଥିବା ସନ୍‌ରାଇଜ ହସ୍ପିଟାଲକୁ ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସିଲ୍‌ କରାଯାଇଥିବା ତହସିଲଦାର ଆଶିଷ ମହାପାତ୍ର...

ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ

ଆନନ୍ଦପୁର,୨୩ା୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତର ଷ୍ଟାଟସ୍‌କୁ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ, ଅଧିକାରୀଙ୍କ ଉଦାସୀନତା ପାଇଁ ସରକାର କୋଟି କୋଟି ଟଙ୍କାର...

କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ

କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍‌ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ...

ଆଦିବାସୀଙ୍କୁ ମିଳୁନି ପିଡିଏସ୍‌ ସାମଗ୍ରୀ

ଯୋଡ଼ା, ୧୪।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଗରିବ ଲୋକମାନେ ସରକାରଙ୍କ ଖାଦ୍ୟ ଯୋଜନାରେ ବାଦ୍‌ପଡି ଅଭାବ ଅନାଟନରେ ଦିନ ବିତାଉଥିବା ଦେଖିବାକୁ...

ଖରିଫ ଧାନ ସଂଗ୍ରହ ପାଇଁ ପ୍ରଚାର ରଥ

ଚମ୍ପୁଆ, ୨୯ା୧୧(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଏକ ସଚେତନତା ରଥ ବୁଲିବା ଆରମ୍ଭ କରିଛି।...

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ...

ଫେରାର ହତ୍ୟା ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୮ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବୁରୁଡିସାହିରେ ଫୁଟବଲ ଖେଳ ଚାଲିଥିବାବେଳେ ମହାଦେଇଯୋଡ଼ା ଗ୍ରାମର ବିକି ମୁଣ୍ତା ଓରଫ ନାଣ୍ତୁଙ୍କୁ ଟାଙ୍ଗିଆରେ...

ଭୀମକୁଣ୍ଡ: ଭିତ୍ତିଭୂମି ଅଛି ବିକାଶ ନାହିଁ

ପାଟଣା,୧।୧: କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାନ୍ତ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ। ବର୍ଷ ତମାମ ପର୍ଯ୍ୟଟକଙ୍କ କୋଳାହଳରେ ଏହି ଅଞ୍ଚଳ କମ୍ପିଉଠେ।...

Advertisement
Archives

Model This Week