ଆମ ଜିଲା ଖବର

ଲଘୁଖଣିଜ ଚୋରା ଚାଲାଣ ରୋକିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

ବାରିପଦା ଅଫିସ,୧୮।୫ – ମୟୂରଭଞ୍ଜ ଜିଲାରେ ଲଘୁଖଣିଜ ଚୋରା ଚାଲାଣ ରୋକିବା ନେଇ ବାରିପଦା ସର୍କିଟ ହାଉସରେ ମଙ୍ଗଳବାର କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ଏକ ସମୀକ୍ଷା ବୈଠକ କରିଛନ୍ତି। ମୋରଡ଼ା, ବାଙ୍ଗିରିପୋଷି, ବାରିପଦା…

ପହଞ୍ଚିଲା ଦୟାନିଧିଙ୍କ ମୃତଦେହ: କାନ୍ଦ ବୋବାଳିରେ ଫାଟିଲା ଗାଁ

ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ଗ୍ରାମର ଦୟାନିଧି ମହାନ୍ତ (୪୨)ଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଗଞ୍ଜାମ ଜିଲା ଗାଙ୍ଗପୁର ଥାନାଦୁମଦୁମି ସଂରକ୍ଷିତ ଜଙ୍ଗଲ ବୁଢାକେନ୍ଦୁରୁ ଜବତ କରାଯାଇଥିଲା। ସେ ସୋମବାର ରାତିରୁ ନିଖୋଜ ଥିଲେ। ବୁଧବାର ତାଙ୍କ ମୃତଦେହ…

ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ

ପୁରୁଷୋତ୍ତମପୁର,୧୮।୫(ଡି.ଏନ୍‌.ଏ.) : ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନ ଉଦ୍‌ଘାଟନ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ମା’ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମଙ୍ଗଳକାମନା କରିଛନ୍ତି।…

ଜଳିଗଲା ୨ ଆମ୍ବୁଲାନ୍ସ

କେନ୍ଦ୍ରାପଡ଼ା ଅଫିସ,୧୮।୫: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୨ଟି ପୁରୁଣା ଆମ୍ବୁଲାନ୍ସରେ ବୁଧବାର ନିଆଁ ଲାଗି ଜଳିଯାଇଛି। ତେବେ ଏଥିରେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ଜଣା ପଡ଼ି ନ ଥିଲେ ମଧ୍ୟ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ…

ପୁଣି ସ୍ଥିତି ଜାହିର କଲେ ମାଓବାଦୀ: ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର ବ୍ୟାନର

ଫୁଲବାଣୀ ଅଫିସ,୧୮।୫: କିଛିଦିନର ନୀରବତା ପରେ କନ୍ଧମାଳ ଜିଲାରେ ମାଓବାଦୀ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି। ଜିଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼, ଗୋଛାପଡ଼ା ଥାନା ଅଞ୍ଚଳରେ ମାଓବାଦୀ ସଙ୍ଗଠନ…

ସକାଳୁ ସକାଳୁ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୧୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନା ଖମଣ ଗାଁରେ ବୁଧବାର ସକାଳୁ ଚୋରି ହୋଇଛି। ଦୁର୍ବୃତ୍ତ ଲକ୍ଷ୍ମୀଧର ମହାନ୍ତଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ଆଲମିରା ଭାଙ୍ଗି ଏକ ମଙ୍ଗଳସୂତ୍ର, ସୁନା ଓ ନଗଦ…

ସମ୍ପର୍କ ଭୁଲିଗଲେ ବାପା: ଶୋଇଥିବା ପୁଅକୁ ଉଠାଇ ହାଣିଲେ

ଦେବଗଡ଼,୧୮।୫ (ଡି.ଏନ୍‌.ଏ.): ବାପାଙ୍କ କଟୁରି ଚୋଟରେ ପୁଅ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଶି ଗ୍ରାମରେ। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଗୁଣ୍ଡୁରିପୋଶି ଗ୍ରାମର ଗୋଲବଦନ ପାତ୍ର(୩୨)ଘରେ ଶୋଇଥିଲେ। ବାପା ମୁଚି ପାତ୍ର ନିଶାସକ୍ତ…

ମା’ତାରାତାରିଣୀଙ୍କ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ,୧୮।୫: ମା’ତାରାତାରିଣୀଙ୍କ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ବୁଧବାର ଯୋଗ ଦେବାକୁ ପହଞ୍ଚିଛନ୍ତି। ପରେ ସେଠାରେ ନୂତନ ପ୍ରସାଦସେବନ ହଲ, ଭିୟୁ ପଏଣ୍ଟ, ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ କୋଠା, ଇଣ୍ଟରପ୍ରିଟେଶନ…

ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ ଅଫିସ,୧୮।୫: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ୨୨ରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ । ବିଧି ଅନୁଯାୟୀ ତିନି ରଥର ୬ଟି ଚକ ସହ ୩ଟି ଅଖ ସଂଯୋଗ କରାଯିବ। ଏଥିପାଇଁ…

୨ ଡକାୟତି ଘଟଣାରେ ୧୧ ଗିରଫ

ଆଳି,୧୮ା୫(ଡି.ଏନ.ଏ.): ଗତ ୨ ମାସ ହେବ କେନ୍ଦ୍ରାପଡ଼ା ଜିଲା ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ୫ ଡକାୟତଙ୍କ ସମେତ ୧୧ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ ଲକ୍ଷ ୪୧ ହଜାର ୫୫୫ ଟଙ୍କା ମୂଲ୍ୟର…

ଚାଷୀଙ୍କ ଫସଲ ବୀମା, ଋଣ ସବ୍‌ସିଡ୍‌ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଡେରାବିଶ,୧୮ା୫(ସ୍ବ.ପ୍ର.): ଡେରାବିଶ ବ୍ଲକ କାଉପଡା ପ୍ରାଥମିକ ସମବାୟ ସମିତିର ଜଣେ ସମ୍ପାଦକ ସମିତି ଅଧୀନ ବହୁ ଚାଷୀଙ୍କ ଫସଲବୀମା ଓ ଋଣସବସିଡ ଟଙ୍କା ଆତ୍ମସାତ୍‌ କରିଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଏବାବଦରେ ଚାଷିମାନେ ରାଜ୍ୟ ସମବାୟ ନିବନ୍ଧକ,୫-ଟି ସଚିବ,…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା

ରାଜନଗର,୧୮ା୫(ଡି.ଏନ.ଏ.): ଆମେ ଚାହୁଁ ଥିବା ରିଟେଲରଙ୍କ ପାଖରୁ ଆମକୁ ଚାଉଳ ଦିଅ। ଅନ୍ୟତ୍ର ଆମେ ଚାଉଳ ନେବୁନି। ଆମେ ବର୍ତ୍ତମାନ ହିତାଧିକାରୀଙ୍କୁ ଦିଆଯାଉଥିବା ରିଲିଫ୍‌ ଓ କୋଟା ଚାଉଳ ୪ମାସର ପାଇନାହୁଁ। ଏହାକୁ ନେଇ ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?