ଜିଲାପାଳଙ୍କ ନାଁରେ ଜାଲ୍‌ ଆକାଉଣ୍ଟ

କଟକ ଅଫିସ,୨୭ା୬: ସାଇବର ଠକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ସାଧାରଣ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସେମାନେ ଛାଡୁନାହାନ୍ତି। ବିଶେଷକରି ସୋସିଆଲ ମିଡିଆରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଟଙ୍କା ଆଦାୟ ଓ ତଥ୍ୟ ଲୁଟ୍‌ କରିବା ପାଇଁ ସେମାନେ ପଛାଉନାହାନ୍ତି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାଁରେ ହ୍ବାଟ୍ସଆପ୍‌ରେ ଏକ ଜାଲ୍‌ ଆକାଉଣ୍ଟ ଖୋଲା ଯାଇଥିବା ରବିବାର ଅଭିଯୋଗ ହୋଇଛି। ୭୬୯୬୯୧୮୧୫୧ ନମ୍ବର ଜରିଆରେ ଖୋଲାଯାଇଥିବା ଉକ୍ତ ଆକାଉଣ୍ଟରେ ଜିଲାପାଳଙ୍କ ଫଟୋ ଲଗାଯାଇଛି। ଏହି ଆକାଉଣ୍ଟ ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡିଛି। ଏଥିରେ ଅନ୍‌ଲାଇନ୍‌ ଶପିଂ ଆପ୍‌ର ମେସେଜ ଲୋକଙ୍କ ପାଖକୁ ପଠାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି, ଆକର୍ଷଣୀୟ ପୁରସ୍କାର ମିଳିବ ଏବଂ ସୀମିତ ସଂଖ୍ୟକ ଲୋକଙ୍କ ପାଇଁ ଏହି ଅଫର ଉପଲବ୍ଧ ରହିଛି। ଯଥାଶୀଘ୍ର ସାମିଗ୍ରୀ କିଣିବା ପାଇଁ ମଧ୍ୟ ଲେଖାଯାଇଛି। ଏ ନେଇ ଜିଲାପାଳ ଚୟନୀ କଟକ ସାଇବର ଥାନାରେ ଅଭିଯୋଗ କରିବା ସହ ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୋଲିସ କମିଶନର ଓ ଡିସିପିଙ୍କୁ ଜଣାଇଛନ୍ତି। ଏଥିସହ ଉକ୍ତ ହ୍ବାଟ୍ସଆପ୍‌ ନମ୍ବରରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନ କରିବାକୁ ସେ ଅନୁରୋଧ କରିଛନ୍ତି। ତେବେ ଜିଲାପାଳଙ୍କ ଅଭିଯୋଗ ପରେ ଉକ୍ତ ନମ୍ବରକୁ ଆଧାରକରି ସାଇବର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ

ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ...

କଟକଣା ଅଭାବ: ଭାରିଯାନ ଚଳାଚଳରୁ ଛିଣ୍ଡିଲା ବିଦ୍ୟୁତ୍‌ ତାର, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୧ା୬(ସ୍ବ.ପ୍ର.): କଟକଣା ଅଭାବରୁ କେନ୍ଦୁଝର ସହରର ବିଭିନ୍ନ ଗଳି ରାସ୍ତାରେ ଭାରିଯାନ ଚଳାଚଳ ଜାରିରହିଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା, ଡ୍ରେନ୍‌...

ରାଜଧାନୀରେ ହ୍ୟାଣ୍ଡଓ୍ବାଶ୍‌ କାରଖାନା ଉପରେ ଚଢ଼ାଉ: ବିନା ଲାଇସେନ୍ସରେ ଚଳାଉଥିଲେ ବ୍ୟବସାୟ

କଟକରୋଡ଼, ୩୧।୩(ଡି.ଏନ୍‌.ଏ.): ଦେଶରେ କରୋନା (କୋଭିଡ-୧୯) ବ୍ୟାପିବାରେ ଲାଗିଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ସାନିଟାଇଜର ଓ ହ୍ୟାଣ୍ଡଓ୍ବାଶ୍‌ ବ୍ୟବହାର...

୫୩ ଇଟାଭାଟି ମାଲିକଙ୍କୁ ତହସିଲଦାରଙ୍କ ନୋଟିସ୍‌

ଜଳେଶ୍ୱର, ୩୦ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ସୁବର୍ଣ୍ଣରେଖା ନଦୀର ବାଲିର ବେଆଇନ ଉତ୍ତୋଳନ ଓ କୋଟି କୋଟି ଟଙ୍କାର ରାଜସ୍ବ ଫାଙ୍କି ଆସୁଥିବାରୁ ବିଭିନ୍ନ ପର୍ଯ୍ୟାୟରେ କୋଲକାତା...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି କର୍ମୀ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ପୁରୀ ଅଫିସ,୨୩।୧୨: ପୁଣି ଜଣେ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଲେ ପୁରୀ ଜିଲାର ଅଙ୍ଗନଓ୍ବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ...

ଗ୍ରୀଷ୍ମ ବଳୟରେ ସାରା ଓଡ଼ିଶା

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ପ୍ରଚଣ୍ଡ ତାତି। ଆକାଶରୁ ସତେ ଯେମିତି ଅଗ୍ନି ବର୍ଷୁଛି। ଗ୍ରୀଷ୍ମ ବଳୟ ସାରା ଓଡ଼ିଶାକୁ ଘେରିରହିଛି। ପାରଦ ୪୬ ଡିଗ୍ରୀ ଉପରକୁ ଟପି...

ଷ୍ଟିଲ୍‌ ପ୍ଲେଟ୍‌ରେ ଏଟିଏମ୍‌ରୁ ଲୁଟିଥିଲେ ବହୁ କୋଟି

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଓଡ଼ିଶାରେ ଦୀର୍ଘମାସ ହେବ ଆଡ୍ଡା ଜମାଇଥିଲା ହରିୟାଣା ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌। ହୋଟେଲରେ ହେଉଥିଲା ବ୍ଲୁ ପ୍ରିଣ୍ଟ। ଟାର୍ଗେଟରେ ଏସ୍‌ବିଆଇ ଏଟିଏମ୍‌ ରହିଥିବାବେଳେ ଷ୍ଟିଲ୍‌...

ଓ୍ବେଲଫେୟାର କମିଟିର ସହଯୋଗ

ବଅଁରପାଳ, ୨୨ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକମର୍ର୍ା ପୂଜାରେ ଜନ ସମାଗମ ଲାଗି ରହିଛି। ୨୩ ମଣ୍ଡପରେ ପ୍ରଭୁଙ୍କ ପୂଜା ଚାଲିଛି। ଶାନ୍ତି...

Advertisement
Archives

Model This Week