ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ ଉଦ୍ଧାର ହୋଇଥିଲେ ମଧ୍ୟ ଜଣେ ଅଦ୍ୟାବଧି ନିଖୋଜ ଅଛନ୍ତି। ୨୦୨୦ ଜୁନ୍‌ ୧୯ରେ ମହାକାଳପଡ଼ା ବ୍ଲକ ପୀତାପାଟ ନିକଟରେ ଡଙ୍ଗା ଓଲଟି ପଡିଥିଲା। ଏଥିରେ ଥିବା ୫ ଶ୍ରମିକ କୌଣସି ପ୍ରକାର ଜୀବନ ବଞ୍ଚାଇଥିଲେ। ସେହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡି ଘଟଣାରେ ଜଗତସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳୀଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନୀ ଘଟିଥିଲା। ଏତେସବୁ ଡଙ୍ଗାବୁଡ଼ି ଘଟଣାରେ ଜିଲା ପ୍ରଶାସନକୁ କୌଣସି ଶିକ୍ଷା ମିଳିବା ପରି ଜଣା ପଡୁନାହିଁ। ଜିଲାର ୬୩ ଘାଟରେ ଅନବରତ ଡଙ୍ଗା ଚାଲିଥିବା ବେଳେ ଶତାଧିକ ଡଙ୍ଗା ଘାଟ ଅଛି। ନିରାପଦ ଯାତ୍ରା ପାଇଁ ବୋଟ ରୁଲସ ହୋଇଥିଲେ ମଧ୍ୟ ମାଛଧରା ବୋଟ୍‌ରେ ଯାତ୍ରୀ ପରିବହନ ଜିଲାବାସୀଙ୍କ ଜୀବନମରଣ ସମସ୍ୟା ହୋଇଛି।
ଏସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, ପଦନୀପାଳ, ଏକମାଣିଆ, ସିଂହଗଁା, ବତୀଘର ଆଦି ୧୭ ପଞ୍ଚାୟତ ଅଦ୍ୟାବଧି ନଦୀ ଘେରାବନ୍ଦୀରେ ଅଛି ା ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ହୁକିଟୋଲା, ହାବେଳିଖଟି, ବତୀଘର, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳକୁ ବିପଦଜନକ ଭାବେ ପର୍ଯ୍ୟଟକମାନେ ଡଙ୍ଗା, ଭୁଟୁଭୁଟି, ମାଛଧରା ବୋଟ ଆଦିରେ ଯାଉଛନ୍ତି। ନୌକା ଅଥବା ଦେଶୀ ଡଙ୍ଗା ସ୍ଥାନୀୟ ଅଞ୍ଚଳ ପାଇଁ ଯାତାୟତର ମାଧ୍ୟମ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ୨୦୦୪ର ବୋଟ୍‌ ରୁଲସ କାର୍ଯ୍ୟକାରୀ ହେଉନାହିଁ। ଲାଇଫ୍‌ ଜ୍ୟାକେଟ ନ ଥାଇ ପର୍ଯ୍ୟଟକ ଓ ଯାତ୍ରୀ ଡଙ୍ଗାରେ ଯାଉଛନ୍ତି। ଫଳରେ ନୌପରିବହନ ଏବେ ବିପଦଜନକ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ବୋଟ୍‌ ରୁଲସ ଅନୁଯାୟୀ ଜିଲାରେ ଥିବା ଅଧିକାଂଶ ବୋଟ, ଡଙ୍ଗା ଓ ଏହାର ଚାଳକ ବୀମାଭୂକ୍ତ ହୋଇନାହାନ୍ତି। ଏପରିକି ଫିଟନେସ ନ ଥିବା ବୋଟ୍‌ରେ ଯାତ୍ରୀ ଯାତାୟତ କରୁଛନ୍ତି। କୌଣସି କାରଣରୁ ଡଙ୍ଗାବୁଡି ହେଲେ ମୃତ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବା ସମ୍ଭବ ନୁହେଁ। ଏବେ ୬୦ରୁ ଊର୍ଦ୍ଧ୍ୱ ବୋଟ୍‌ ଫିଟନେସ ନ ଥାଇ ଜାତୀୟ ଉଦ୍ୟାନ ମଧ୍ୟରେ ଚାଲୁଥିବା ସେ ପ୍ରକାଶ କରିଛନ୍ତି। ରାଜନଗର ବ୍ଲକ ଗୁପ୍ତିର ନରେନ୍ଦ୍ର କୁମାର ଦାସ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ଅଛନ୍ତି। ଏହି ଅଞ୍ଚଳକୁ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଅଞ୍ଚଳରୁ ବୋଟ ଆତଯାତ ହେଉଛି। ଏଥିରେ କେତେକ ନାବାଳକ ଚାଳକ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅର୍ଥ ଲୋଭରେ ଅଧିକ ଯାତ୍ରୀ ଡଙ୍ଗା ଅଥବା ବୋଟ୍‌ରେ ପରିବହନ ହେଉଥିଲେ ମଧ୍ୟ କୌଣସି ସରକାରୀ କଟକଣା ନାହିଁ। ମହାକାଳପଡ଼ାର ବିଭୁତି ଭୂଷଣ ରାଉତ କହିଛନ୍ତି, ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଡଙ୍ଗା ବୁଡ଼ିର କାରଣ ହୋଇଛି। ବାହାକୁଦ ଓ ଖରିନାସୀ ସେତୁ ଅଦ୍ୟାବଧି ନିର୍ମାଣ ଶେଷ ହୋଇନାହିଁ। ସେହିପରି ବର୍ଷାଋତୁରେ ଜିଲାର ଅଧିକାଂଶ ସ୍ଥାନରେ ଡଙ୍ଗା ହିଁ ଯାତାୟତର ମାଧ୍ୟମ ହୋଇଛି। ପ୍ରତିଦିନ ଡଙ୍ଗାରେ ଅଞ୍ଚଳବାସୀ ଯାତାୟତ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତଦାରଖ ହେଉ ନ ଥିବା ସେ ଦର୍ଶାଇଛନ୍ତି। ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଦେଶୀ ଡଙ୍ଗା ଓ ବୋଟ ଚାଳକଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ହେଉଛି। ନିୟମ ବର୍ହିଭୂତ କୌଣସି ଡଙ୍ଗା ଅଥବା ବୋଟ ନଦୀରେ ଯାତାୟତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri