ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ ଉଦ୍ଧାର ହୋଇଥିଲେ ମଧ୍ୟ ଜଣେ ଅଦ୍ୟାବଧି ନିଖୋଜ ଅଛନ୍ତି। ୨୦୨୦ ଜୁନ୍‌ ୧୯ରେ ମହାକାଳପଡ଼ା ବ୍ଲକ ପୀତାପାଟ ନିକଟରେ ଡଙ୍ଗା ଓଲଟି ପଡିଥିଲା। ଏଥିରେ ଥିବା ୫ ଶ୍ରମିକ କୌଣସି ପ୍ରକାର ଜୀବନ ବଞ୍ଚାଇଥିଲେ। ସେହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡି ଘଟଣାରେ ଜଗତସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳୀଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନୀ ଘଟିଥିଲା। ଏତେସବୁ ଡଙ୍ଗାବୁଡ଼ି ଘଟଣାରେ ଜିଲା ପ୍ରଶାସନକୁ କୌଣସି ଶିକ୍ଷା ମିଳିବା ପରି ଜଣା ପଡୁନାହିଁ। ଜିଲାର ୬୩ ଘାଟରେ ଅନବରତ ଡଙ୍ଗା ଚାଲିଥିବା ବେଳେ ଶତାଧିକ ଡଙ୍ଗା ଘାଟ ଅଛି। ନିରାପଦ ଯାତ୍ରା ପାଇଁ ବୋଟ ରୁଲସ ହୋଇଥିଲେ ମଧ୍ୟ ମାଛଧରା ବୋଟ୍‌ରେ ଯାତ୍ରୀ ପରିବହନ ଜିଲାବାସୀଙ୍କ ଜୀବନମରଣ ସମସ୍ୟା ହୋଇଛି।
ଏସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ କହିଛନ୍ତି, ପଦନୀପାଳ, ଏକମାଣିଆ, ସିଂହଗଁା, ବତୀଘର ଆଦି ୧୭ ପଞ୍ଚାୟତ ଅଦ୍ୟାବଧି ନଦୀ ଘେରାବନ୍ଦୀରେ ଅଛି ା ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ହୁକିଟୋଲା, ହାବେଳିଖଟି, ବତୀଘର, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳକୁ ବିପଦଜନକ ଭାବେ ପର୍ଯ୍ୟଟକମାନେ ଡଙ୍ଗା, ଭୁଟୁଭୁଟି, ମାଛଧରା ବୋଟ ଆଦିରେ ଯାଉଛନ୍ତି। ନୌକା ଅଥବା ଦେଶୀ ଡଙ୍ଗା ସ୍ଥାନୀୟ ଅଞ୍ଚଳ ପାଇଁ ଯାତାୟତର ମାଧ୍ୟମ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ୨୦୦୪ର ବୋଟ୍‌ ରୁଲସ କାର୍ଯ୍ୟକାରୀ ହେଉନାହିଁ। ଲାଇଫ୍‌ ଜ୍ୟାକେଟ ନ ଥାଇ ପର୍ଯ୍ୟଟକ ଓ ଯାତ୍ରୀ ଡଙ୍ଗାରେ ଯାଉଛନ୍ତି। ଫଳରେ ନୌପରିବହନ ଏବେ ବିପଦଜନକ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ବୋଟ୍‌ ରୁଲସ ଅନୁଯାୟୀ ଜିଲାରେ ଥିବା ଅଧିକାଂଶ ବୋଟ, ଡଙ୍ଗା ଓ ଏହାର ଚାଳକ ବୀମାଭୂକ୍ତ ହୋଇନାହାନ୍ତି। ଏପରିକି ଫିଟନେସ ନ ଥିବା ବୋଟ୍‌ରେ ଯାତ୍ରୀ ଯାତାୟତ କରୁଛନ୍ତି। କୌଣସି କାରଣରୁ ଡଙ୍ଗାବୁଡି ହେଲେ ମୃତ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିବା ସମ୍ଭବ ନୁହେଁ। ଏବେ ୬୦ରୁ ଊର୍ଦ୍ଧ୍ୱ ବୋଟ୍‌ ଫିଟନେସ ନ ଥାଇ ଜାତୀୟ ଉଦ୍ୟାନ ମଧ୍ୟରେ ଚାଲୁଥିବା ସେ ପ୍ରକାଶ କରିଛନ୍ତି। ରାଜନଗର ବ୍ଲକ ଗୁପ୍ତିର ନରେନ୍ଦ୍ର କୁମାର ଦାସ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ ଲୁଣା କୁମ୍ଭୀର ଅଛନ୍ତି। ଏହି ଅଞ୍ଚଳକୁ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଅଞ୍ଚଳରୁ ବୋଟ ଆତଯାତ ହେଉଛି। ଏଥିରେ କେତେକ ନାବାଳକ ଚାଳକ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅର୍ଥ ଲୋଭରେ ଅଧିକ ଯାତ୍ରୀ ଡଙ୍ଗା ଅଥବା ବୋଟ୍‌ରେ ପରିବହନ ହେଉଥିଲେ ମଧ୍ୟ କୌଣସି ସରକାରୀ କଟକଣା ନାହିଁ। ମହାକାଳପଡ଼ାର ବିଭୁତି ଭୂଷଣ ରାଉତ କହିଛନ୍ତି, ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଡଙ୍ଗା ବୁଡ଼ିର କାରଣ ହୋଇଛି। ବାହାକୁଦ ଓ ଖରିନାସୀ ସେତୁ ଅଦ୍ୟାବଧି ନିର୍ମାଣ ଶେଷ ହୋଇନାହିଁ। ସେହିପରି ବର୍ଷାଋତୁରେ ଜିଲାର ଅଧିକାଂଶ ସ୍ଥାନରେ ଡଙ୍ଗା ହିଁ ଯାତାୟତର ମାଧ୍ୟମ ହୋଇଛି। ପ୍ରତିଦିନ ଡଙ୍ଗାରେ ଅଞ୍ଚଳବାସୀ ଯାତାୟତ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତଦାରଖ ହେଉ ନ ଥିବା ସେ ଦର୍ଶାଇଛନ୍ତି। ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଦେଶୀ ଡଙ୍ଗା ଓ ବୋଟ ଚାଳକଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ହେଉଛି। ନିୟମ ବର୍ହିଭୂତ କୌଣସି ଡଙ୍ଗା ଅଥବା ବୋଟ ନଦୀରେ ଯାତାୟତ କଲେ ଜିଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?